www.samajalive.in
Sunday, December 7, 2025
16.1 C
Bhubaneswar

ଶୀତଦିନେ ତ୍ୱଚାର ବିଭିନ୍ନ ସମସ୍ୟାକୁ ଦୂର କରେ , ଏହି ଟିପ୍ସ

ଶୀତଦିନେ ସାଧାରଣତଃ ତ୍ୱଚାର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। କାରଣ ଶୀତଦିନେ ଥଣ୍ଡାର ପ୍ରଭାବରେ ତ୍ୱଚା ଶୁଷ୍କ ଓ ଏହାର ଚମକ ହ୍ରାସ ପାଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ବିଭିନ୍ନ ପ୍ରକାର ମଶ୍ଚରାଇଜର ଲଗାଇଥାଉ। ମାତ୍ର ବାହାରକୁ ବାହାରିବା ମାତ୍ରେ ଧୂଳିମାଟି ତ୍ୱଚାର ସଫାପଣ ଉପରେ ବହୁ କୁପ୍ରଭାବ ପକାଇଥାଏ। ଜାଣନ୍ତୁ ଶୀତଦିନେ ତ୍ୱଚାର ବିଭିନ୍ନ ସମସ୍ୟାକୁ ଦୂର କରିବାର କିଛି ସହଜ ଉପାୟ….
କଫି –
ଶୀତଦିନେ ତ୍ୱଚା ପାଇଁ କଫିର ବ୍ୟବହାର ଖୁବ ହିତକାରକ। କଫିରେ ଏକ ଚାମଚ ନଡ଼ିଆ ତେଲରେ ମିଶାଇ ଏହାକୁ ଗରମ କରନ୍ତୁ। କଫି ତରଳିବାପରେ ଆଞ୍ଚରୁ କାଢି ଏହାକୁ ଥଣ୍ଡା କରି ମୁହଁରେ ଓ ନିଜ ଇଚ୍ଛା ମୁତାବକ ହାତ ଓ ଗୋଡ଼ରେ ଲଗାଇ ପାରିବେ। ଏହାକୁ ଲଗାଇ କିଛି ସମୟ ରଖିବା ପରେ କଫି ଶୁଖିଯିବ ଓ ତେଲ ଅଂଶ ତ୍ୱଚା ମଧ୍ୟକୁ ପ୍ରବେଶ କରିବ। କଫି ଶୁଖିଗଲେ ସାମାନ୍ୟ ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏହି ଉପାୟ ସପ୍ତାହକୁ ଥରେ କରିବା ଦ୍ୱାରା ନିଜେ ଏହାର ଚମତ୍କାରିତା ଅନୁଭବ କରିବେ।
ଅଲିଭ ଅଏଲ୍‍  –
ବାହାରୁ ଘରକୁ ଆସିବା ପରେ କ୍ଲିଜରରେ ମୁହଁ ପୋଛିବା ପରେ ଅଲିଭ ଅଏଲ୍‍ ନେଇ ତ୍ୱଚାରେ ମାଲିସ କରନ୍ତୁ। ଏହା ପରେ ତଉଲିଆକୁ ଉଷୁମ କରି କିଛି ସମୟ ମୁହଁରେ ଲଗାନ୍ତୁ। ଏହି ଉପାୟ ମୁହଁର ଚମକ ବୃଦ୍ଧି କରିଥାଏ। ଏହା ପ୍ରାକୃତିକ ମଶ୍ଚରାଇଜରର କାର୍ଯ୍ୟ କରିଥାଏ।
ଲିପ ବାମ୍‍ –
ଶୀତ ଦିନେ ଓଠ ଅଧିକ ଶୁଷ୍କ ହୋଇଯାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଭେସଲିନ୍‍ ରେ ଅଳ୍ପ କିଛି ବୁନ୍ଦା ଭିଟାମିନ ଇ ତେଲ ମିଶାନ୍ତୁ। ନିୟମିତ ରାତିରେ ଶୋଇବା ପୂର୍ବରୁ ଏହାକୁ ଲଗାଇ ଶୁଅନ୍ତୁ। ଏହା ଓଠକୁ କୋମଳ କରିଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories