www.samajalive.in
Tuesday, December 9, 2025
16.1 C
Bhubaneswar

ପାକିସ୍ତାନ ବିରୋଧୀ ଲଢେଇରେ ସବୁ ବିକଳ୍ପ ଉନ୍ମୁକ୍ତ ଅଛି – ଜେଟଲୀ

ନୂଆଦିଲ୍ଲୀ: ପାକିସ୍ତାନ ବିରୋଧରେ ନିର୍ଣ୍ଣାୟକ ଲଢେଇରେ ସବୁ ବିକଳ୍ପର ବ୍ୟବହାର କରାଯିବ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି। ସେ କହିଛନ୍ତି ପୁଲୱମା ଆତଙ୍କବାଦୀ ଆକ୍ରମଣ ପାଇଁ ଦାୟୀ ପାକିସ୍ତାନକୁ ଦୃଢ଼ ଜବାବ ଦିଆଯିବ। ପାକିସ୍ତାନକୁ ଏକ କପଟୀ ରାଷ୍ଟ୍ର ରୂପେ ବର୍ଣନା କରି ଶ୍ରୀ ଜେଟଲୀ କହିଛନ୍ତି ଯେ ପାକିସ୍ତାନ ଆତଙ୍କବାଦୀଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନେଉନାହିଁ ବରଂ ଆତଙ୍କୀ ଗୋଷ୍ଠୀ ନିଜେ ଆକ୍ରମଣ କରିଥିବା ସ୍ୱୀକାର କରୁଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବକ୍ତବ୍ୟ ସମ୍ପର୍କରେ ଶ୍ରୀ ଜେଟଲୀ କହିଛନ୍ତି, ଯେତେବେଳେ ଆକ୍ରମଣକାରୀ ପାକିସ୍ତାନରେ ରହି ନିଜକୁ ପୁଲୱମା ଆତଙ୍କବାଦୀ ଆକ୍ରମଣ ପାଇଁ ଦାୟୀ ବୋଲି ଘୋଷଣା କରୁଛି, ସେତେବେଳେ ଆଉ କି ପ୍ରମାଣ ଦରକାର। ନୂଆଦିଲ୍ଲୀରେ ଅନୁଷ୍ଠିତ ବିଶ୍ୱ ବ୍ୟବସାୟୀକ ଶିଖର ବୈଠକକୁ ଉଦବୋଧନ ଦେବା ଅବସରରେ ଶ୍ରୀ ଜେଟଲୀ କହିଛନ୍ତି, ଭାରତ ଏବେ କ୍ଷୁବ୍ଧ ଅଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories