www.samajalive.in
Sunday, December 7, 2025
15.1 C
Bhubaneswar

ୱେଷ୍ଟଇଣ୍ଡିଜ୍‌-ଭାରତ ପ୍ରଥମ ଟେଷ୍ଟ : ୩୧୨/୨ରୁ ୩ୟ ଦିନର ଖେଳ ଆରମ୍ଭ କରିବ ଭାରତ

ରୁସୌ : ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତୀୟ ଦଳ ଚଳିତ ପ୍ରଥମ ଟେଷ୍ଟମ୍ୟାଚ୍‌ରେ ପ୍ରାଧାନ୍ୟ ବିସ୍ତାର କରିଛି । ଶୁକ୍ରବାର ମ୍ୟାଚର ତୃତୀୟ ଦିନ ସୁଦ୍ଧା ଭାରତ ୧୬୨ରନ ଅଗ୍ରଣୀ ଲାଭ କରିଛି । ଆଜି ଭାରତ ୩୧୨/୨ରୁ ଖେଳ ଆରମ୍ଭ କରିବ । ଗୁରୁବାର ୨ୟ ଦିନରେ ଭାରତୀୟ ଦଳ ମ୍ୟାଚ୍‌କୁ ନିୟନ୍ତ୍ରଣକୁ ନେଇପାରିଛି । ଦୁଇ ଭାରତୀୟ ଓପ୍‌ନର ରୋହିତ ଶର୍ମା ଓ ଯଶସ୍ବୀ ଜୟସୱାଲ ଶତକ ଅର୍ଜନ କରିଛନ୍ତି । ଫଳରେ ଭାରତ ପ୍ରଥମ ଇନିଂସରେ ବଡ଼ ସ୍କୋର୍‌ କରିବା ନିଶ୍ଚିତ ହୋଇଯାଇଛି । ୨ୟ ଦିନର ଖେଳ ଶେଷ  ସୁଦ୍ଧା ଭାରତ ପ୍ରଥମ ଇନିଂସରେ ୨ ୱିକେଟ ହରାଇ ୩୧୨ରନ୍‌  କରିଛି । ୮ ୱିକେଟ୍‌ ହାତରେ ଥାଇ ଭାରତ ୧୬୨ ରନ୍‌ ଆଗରେ ରହିଛି ।
ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଇନିଂସରେ ୧୫୦ ରନ୍‌କରି ଅଲ୍‌ଆଉଟ୍‌ ହୋଇ ଯାଇଥିଲା। ଭାରତ ପ୍ରଥମ ଇନିଂସରେ ପ୍ରଥମ ଦିନ ଶେଷରେ ବିନା ୱିକେଟରେ ୮୦ ରନ୍‌ କରିଥିଲା । ୨ୟ ଦିନରେ ଦୁଇ ଓପ୍‌ନର ରୋହିତ ଶର୍ମା ଓ ଯଶସ୍ବୀ ଜୟସୱାଲ ସେମାନଙ୍କ ମାରାଥନ୍ ଭାଗିଦାରୀ ଜାରି ରଖିଥିଲେ। ୭୦ତମ ଓଭରରେ ୨୧୫ତମ ବଲ୍‌ରେ ୧୧ଟି ଚୌକା ସହ ବାମହାତି ଜୟସୱାଲ ଶତକ ପୂରଣ କରିଥିଲେ। ରୋହିତ ୧୦ମ ଟେଷ୍ଟ ଶତକ ପୂରଣ କରିବା ପରେ ଆଉଟ୍‌ ହୋଇଥିଲେ । ରୋହିତ ୨ଟି ଛକା ଓ ୧୦ଟି ଚୌକା ସହ ୧୦୩ ରନ୍‌ କରିଥିଲେ। ଶୁବ୍‌ମାନ ଗିଲ୍‌ ୬ ରନ୍‌କରି ବିଦାୟ ନେଇିଲେ। ଯଶସ୍ବୀ ଜୟସୱାଲ ୧୪୩ ଓ ବିରାଟ କୋହଲି ୩୬ ରନ୍‌ କରି ଅପରାଜିତ ରହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories