www.samajalive.in
Saturday, December 6, 2025
26.1 C
Bhubaneswar

ଭାରତ-ପାକିସ୍ତାନ ଉତ୍ତେଜନାକୁ ନେଇ କ’ଣ କହୁଛନ୍ତି ଆମେରିକା, ଚୀନ, ୟୁରୋପ ଏବଂ ଆରବ ଦେଶ ?

ସମାଜ ଡିଜିଟାଲ ଡେସ୍କ: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା କେବଳ ଦକ୍ଷିଣ ଏସିଆ ନୁହେଁ, ସାରା ବିଶ୍ଵ ପାଇଁ ଚିନ୍ତାର ବିଷୟ ପାଲଟିଛନ୍ତି। ଦୁଇ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ମଧ୍ୟରେ ଜାରି ରହିଥିବା ଅଘୋଷିତ ଯୁଦ୍ଧ କାଳେ ବ୍ୟାପକ ରୂପ ନେଇଯିବ, ତାହାକୁ ନେଇ ବିଶ୍ଵ ନେତାମାନେ ଚିନ୍ତିତ ହୋଇପଡ଼ିଛି। ଆମେରିକା, ଚୀନ, ସାଉଦି ଆରବ, ଇରାନ ଭଳି ଦେଶ ବିଭିନ୍ନ ପ୍ରକାର ପରାମର୍ଶ ଦେଉଛନ୍ତି।

ଚୀନ: ଚୀନ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର  କହିଚନ୍ତି, ଆମେ ଦୁଇ ଦେଶକୁ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବାକୁ କହିଛୁ। ଶାନ୍ତିପୂର୍ଣ୍ଣ ଉପାୟରେ କୂଟନୈତିକ ସ୍ତରରେ ସମସ୍ୟାର ସମାଧାନ କରାଯାଉ। ଅନ୍ତର୍ଜାତୀୟ ସମୁଦାୟ ମଧ୍ୟ ଏହା ଚାହୁଁଛି। ଚୀନ ଏହି ଦଗରେ ରଚନାତ୍ମକ ଭୂମିକା ଜାରି ରଖିବାକୁ ଚାହୁଁଛି।

- Advertisement -

ଜି-୭ ରାଷ୍ଟ୍ର: ଆମେରିକା ଏବଂ ୟୁରୋପୀ ଦେଶଗୁଡ଼ିକର ସମୁହ ଜି-୭ ବି ଭାରତ-ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଉପରେ ପ୍ରତିକ୍ରିୟା ଦେଇଛନ୍ତି। ଜି-୭ ରାଷ୍ଟ୍ର କାନାଡ଼ା, ଫ୍ରାନ୍ସ, ଇଟାଲୀ, ଜାପାନ, ବ୍ରିଟେନ, ଆମେରିକା ଏବଂ ୟୁରୋପୀୟ ସଂଘଙ୍କ ବିଦେଶ ମନ୍ତ୍ରୀ ଏବଂ ଉଚ୍ଚ ପ୍ରତିନିଧିମାନେ ଦୁଇ ଦେଶକୁ ତୁରନ୍ତ ଉତ୍ତେଜନା ହ୍ରାସ ପାଇଁ ଅନୁରୋଧ କରିଛନ୍ତି।

ଆମେରିକା: ଭାରତ-ପାକିସ୍ତାନ ତୁରନ୍ତ ଉତ୍ତେଜନା ହ୍ରାସ ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ଥର କହିସାରିଛନ୍ତି। ହ୍ବାଇଟ ହାଉସ ପ୍ରେସ ସଚିବ କାରୋଲିନ ଲେଭିଟ କହିଛନ୍ତି ଯେ, ରାଷ୍ଟ୍ରପତି ଚାହୁଁଛନ୍ତି ଯେ ଉତ୍ତେଜନା ଅତି ଶୀଘ୍ର ହ୍ରାସ ପାଉ। ଏହି ଦୁଇ​‌ ଦେଶ ମଧ୍ୟରେ ଦଶନ୍ଧି ଧରି ମତଭେଦ ରହିଆସିଛି। ଦୁଇ ଦେଶର ନେତାଙ୍କ ସହିତ ତାଙ୍କର ଭଲ ସମ୍ପର୍କ ରହିଛି। ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଗୁରୁବାର କହିଥିଲେ ଯେ, ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ନେଇ ଆମେରିକାର କୌଣସି ପ୍ରକାର ହସ୍ତକ୍ଷେପ କରିବ ନାହିଁ। ଏଥିରେ ଆମେରିକାର କିଛି ନେଣଦେଣ ନାହିଁ।

ସାଉଦି ଆରବ: ଇସଲାମିକ ରାଷ୍ଟ୍ର ସାଉଦି ଆରବ ମଧ୍ୟ ଚିନ୍ତା ପ୍ରକାଶ କରିଛି। ସାଉଦି ପକ୍ଷରୁ ଶନିବାର କୁହାଯାଇଛି ଯେ, ସେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ କରିବା, ସୈନ୍ୟ ସଂଘର୍ଷ ସମାପ୍ତ କରିବା, ଆଲୋଚନା ଏବଂ କୂଟନୀତି ଜରିଆରେ ସମସ୍ତ ସମସ୍ୟା ଏବଂ ବିବାଦର ସମାଧାନ କରିବାକୁ ଉଦ୍ୟମ ଚଳାଇଛି।

କତାର: କତାର ବିଦେଶ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି ଆଲୋଚନା ମାଧ୍ୟମରେ ବିବାଦୀୟ ପ୍ରସଙ୍ଗର ଶାନ୍ତିପୂର୍ଣ୍ଣ ଏବଂ କୂଟନୀତି ଉପାୟରେ ସମାଧାନ କରିବାକୁ ଗୁରୁତ୍ଵ ଦେଇଛି।

ମିଶ୍ର: ଆରବ ଦେଶ ମିଶ୍ର କହିଛି ଯେ, ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ଏବଂ ଦୁଇ ଦେଶର ଲୋକମାନଙ୍କ ଆକାଂକ୍ଷାକୁ ପୂରଣ କରିବା ଲାଗି ଶାନ୍ତିପୂର୍ଣ୍ଣ ସମାଧାନ ସାହାରା ନେବା ଉଚିତ।

ଇରାନ: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟ​‌ରେ ଇରାନ ଦୁଇ ଦେଶ ସହିତ ଆଲୋଚନା ଜାରି ରଖିଛି। ଇରାନ ବିଦେଶ ମନ୍ତ୍ରୀ ଅବ୍ବାସ ଅରାଗଜୀ ପ୍ରଥମେ ପାକିସ୍ତାନ ଏବଂ ପରେ ଭାରତ ଗସ୍ତ କରି ଦୁଇ ଦେଶକୁ ସଂଯମତା ରକ୍ଷା କରିବା ଏବଂ ଉତ୍ତେଜନା ହ୍ରାସ କରିବା ଲାଗି ଅନୁରୋଧ କରିଛନ୍ତି।

ତୁର୍କୀ: ଏହି ଅଘୋଷିତ ଯୁଦ୍ଧରେ ତୁର୍କୀ ପାକିସ୍ତାନ ସହିତ ଛିଡ଼ା ହୋଇଛି। ଏହି ଇସଲାମିକ ରାଷ୍ଟ୍ର ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଏବଂ ଡ୍ରୋନ ଯୋଗାଇ ଉତ୍ତେଜନାକୁ ଆହୁରି ବୃଦ୍ଧି କରାଇଛି। ତୁର୍କୀ ରାଷ୍ଟ୍ରପତି ରେଚେପ ତୈୟପ ଏର୍ଦୋଗାନ କହିଛନ୍ତି, ସେ ପାକିସ୍ତାନ ସହିତ ଛିଡ଼ା ହୋଇଛନ୍ତି। ସେ କହିଛନ୍ତି, ପାକିସ୍ତାନ ଏବଂ ଭାରତ ମଧ୍ୟରେ କ୍ଷେପଣାସ୍ତ୍ର ଆକ୍ରମଣ ଯୋଗୁ ବ୍ୟାପକ ସଂଘର୍ଷ ହୋଇପାରେ। ଏହି କାରଣରୁ ବଡ଼ ସଂଖ୍ୟାରେ ନାଗରିକ ଶହୀଦ ହୋଇପାରନ୍ତି। ପାକିସ୍ତାନର ଭାଇମାନଙ୍କୁ ଏବଂ ପାକିସ୍ତାନ ପ୍ରତି ତାଙ୍କର ସମବେଦନା ସର୍ବଦା ରହିଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories