www.samajalive.in
Saturday, December 6, 2025
26.1 C
Bhubaneswar

କୃଷକଙ୍କୁ ବୌଦ୍ଧରେ ସ୍ୱାଗତ

ବୌଦ୍ଧ : ନୁଆପଡା ଜିଲା ଖଡିଆଳରୁ କିଛି କୃଷକ ରାଜ୍ୟ କୃଷି ମନ୍ତ୍ରୀଙ୍କୁ ବିଭିନ୍ନ ସମସ୍ୟା ନେଇ ସାଇକେଲ ଯୋଗେ ଭେଟିବାକୁ ଯାଉଥିବାବେଳେ ଗୁରୁବାର ଜନ ସୁରକ୍ଷା ଅଧିକାର ମଞ୍ଚ ବୌଦ୍ଧ ପକ୍ଷରୁ କୃଷକଙ୍କୁ ସ୍ୱାଗତ କରାଯାଇଛି। ରାଜ୍ୟ ଦଳିତ ଅଧିକାର ମଞ୍ଚ ସଭାପତି କମଳ ଚରଣ ତାଣ୍ଡି ଓ ବଲାଙ୍ଗିର ଜିଲା ଦଳିତ ଅଧିକାର ମଞ୍ଚ ସଭାପତି ଖଗେଶ୍ୱର ନାଗଙ୍କ ନେତୃତ୍ୱରେ ସାଇକେଲ ଯୋଗେ ଯାଉଥିବା କୃଷକଙ୍କୁ ବୌଦ୍ଧ ନ୍ୟୁ ଦେବାଶିଷ ହୋଟେଲ ଠାରେ ଜନ ସୁରକ୍ଷା ଅଧିକାର ମଞ୍ଚ ବୌଦ୍ଧ ପକ୍ଷରୁ ସ୍ୱାଗତ କରାଯାଇଥିଲା।

ମଣ୍ଡିରେ କଟନୀ ଛଟନୀ ବନ୍ଦ କରିବା, ପେକ୍ସ କର୍ମଚାରୀଙ୍କ ଦଲାଲ ରାଜ ବନ୍ଦ କରିବା, ମିଲର୍ସଙ୍କ ଶୋଷଣ ନୀତି ବନ୍ଦ କରିବା, ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ୨୫୦୦ ଘୋଷଣା କରିବା, ମଣ୍ଡିରୁ ତୁରନ୍ତ ଚାଷୀଙ୍କ ଧାନ ଉଠାଇବା, ଧାନକୁ ଅଲଗା ଅଲଗା ଶ୍ରେଣୀରେ ନ କିଣି ସମସ୍ତ ଅମଳ ଧାନ ମଣ୍ଡିରୁ କ୍ରୟ କରିବା, କୃଷକ ସମ୍ମାନ ନିଧି ପାଇଁ ଚାଷୀ ତାଲିକା ପ୍ରସ୍ତୁତ ଆଦି ଦାବି କରାଯିବ ବୋଲି ଦଳିତ ଅଧିକାର ମଞ୍ଚ ପକ୍ଷରୁ ସୁଚନା ଦିଆଯାଇଛି। ବୌଦ୍ଧ ଜନ ସୁରକ୍ଷା ଅଧିକାର ମଞ୍ଚର ଆବାହକ ସତ୍ୟଜିତ କୁମାର ପଣ୍ଡା, ନରେଶ ପ୍ରଧାନ , ସିଦ୍ଧେଶ୍ବର ବେହେରା, ପ୍ରଦୀପ ବେହେରା, ପଙ୍କଜ କର୍ଣ୍ଣ, ପୋଲସ୍ତି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିବାବେଳେ ଜିଲ୍ଳା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ର, ସମରେଶ ମିଶ୍ର, ବେଣୁଧର ମେହେର, ପଙ୍କଜ ମେହେର,ସାରଙ୍ଗଧର ଭୋଇ, କନିଷ୍ଠ ରାଜହଂସ, ଅର୍ଜୂନ ମହାନନ୍ଦିଆ ପ୍ରମୁଖ କୃଷକମାନଙ୍କୁ ସ୍ୱାଗତ କରିଥିଲେ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories