ଭୁବନେଶ୍ଵର: ରାଜ୍ୟରେ ୫୦ରୁ ଊର୍ଦ୍ଧ୍ଵ ୱେବସାଇଟକୁ ହ୍ୟାକ କରାଯାଇଛି। ଓଏଏସ୍ ସଂଘ, ଦଇତାପତି ନିଯୋଗ ସହ କିଛି ସରକାରୀ କାର୍ଯ୍ୟାଳୟର ୱେବସାଇଟ୍ ହ୍ୟାକ କରାଯାଇଥିବା ସୂଚନା ମିଳିଛି। ଏହାବ୍ୟତୀତ ଏକାଧିକ ସରକାରୀ କଲେଜର ୱେବସାଇଟ୍ ମଧ୍ୟ ହ୍ୟାକ କରାଯାଇଥିବା ଜଣାପଡ଼ିଛି। ହ୍ୟାକ ପରେ ୱେବସାଇଟଗୁଡ଼ିକର ହୋମ ପେଜରେ ‘ମ୍ୟାଡ୍ ଟାଇଗର’ ବୋଲି ଉଲ୍ଲେଖ ରହିଛି। ତେଣୁ କେଣସି ଜଣେ ବ୍ୟକ୍ତି ଏସବୁକୁ ହ୍ୟାକ୍ କରିଥିବା ସନ୍ଦେହ କରାଯାଉଛି। ଅନ୍ୟପଟେ ଏହି ଘଟଣା ପରେ ସରକାରୀ କାର୍ଯ୍ୟାଳୟର ୱେବସାଇଟଗୁଡ଼ିକର ନିରାପତ୍ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Popular Categories



