www.samajalive.in
Saturday, December 6, 2025
26.1 C
Bhubaneswar

ଗାନ୍ଧୀ ଜୟନ୍ତୀ ଅବସରରେ ୱେବିନାର: ପଶ୍ଚିମ ସୁବର୍ଣ୍ଣପୁରରେ ଅନ୍ତର୍ଜାତୀୟ ସହଯୋଗ, ସହାୟତା ଓ ଗବେଷଣା କେନ୍ଦ୍ର ଉଦଘାଟିତ

ରେଙ୍ଗାଲି: ବିଦେଶରେ ଲକ୍ଷ ଲକ୍ଷ ସଂଖ୍ୟାରେ ପ୍ରବାସୀ ଶ୍ରମିକ କାମ ଧନ୍ଦା ଆଶାରେ ଯାଇ ନାନା ପ୍ରକାର ନିର୍ଯ୍ୟାତନାର ଶିକାର ହେଉଛନ୍ତି। ବିଶେଷକରି କରୋନା ମହାମାରୀ ସମୟରେ ହୋଇଥିବା ଦେଶବ୍ୟାପି ତାଲାବନ୍ଦ ଯୋଗୁଁ ଆମ ଦେଶରେ କର୍ମଜୀବୀ ଭାଇଭଉଣୀ ମାନେ ଯେଭଳି ଚାକିରୀ ହରାଇ ଦୁଃଖ କଷ୍ଟରେ ଘରକୁ ଫେରିଲେ, ତାହା ଅତ୍ୟନ୍ତ ବେଦନାଦାୟକ। ଏହି ପରିପ୍ରେକ୍ଷୀରେ ପ୍ରବାସୀ ଶ୍ରମିକଙ୍କ ପାଇଁ କାମ କରି ଆସିଥିବା ଜାତୀୟ ସଂସ୍ଥା ମାଇଗ୍ରେସନ ୱାଚ ଇଣ୍ଡିଆ ଓ ଫୋକସ ଓଡିଶା ଫାଉଣ୍ଡେସନ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ବେସରକାରୀ ଉଦ୍ୟମରେ ଏକା ଜାତୀୟ ସ୍ତରର ଅଧ୍ୟୟନ କେନ୍ଦ୍ର ଏଵଂ ଏକ ଅନ୍ତର୍ଜାତୀୟ ସ୍ତରର ଓଏମଆର ସେଣ୍ଟର ଭର୍ଚୁଆଲ ପ୍ଲାଟଫର୍ମରେ ଉଦଘାଟନ କରାଯାଇଛି।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆମେରିକାସ୍ଥ କାର୍ଲିଫର୍ନିଆ ବିଶ୍ୱବିଦ୍ୟାଳୟର ପ୍ରଧ୍ୟାପିକା ଅନ୍ନପୂର୍ଣ୍ଣା ପାଣ୍ଡେ ଏହି କେନ୍ଦ୍ର ସବୁର ଉଦଘାଟନ ଘୋଷଣା କରି ଅଗାମୀ ଦିନରେ ପ୍ରବାସୀ ଶ୍ରମିକଙ୍କ ଜୀବନ ଜୀବିକା ଉପରେ ମିଳିତ ଗବେଷଣା ଉପରେ ଗୁରୁତ୍ବରାପ କରିଥିଲେ।
ଆମେରିକାରେ ଭାରତରୁ ଯାଉଥିବା ଦ୍ଵିତୀୟ ବର୍ଗର ଶ୍ରମଜୀବିଙ୍କ ଉପରେ ଗବେଷଣା କରୁଥିବା ଓ ଭାରତ ବର୍ଷରେ ବିଶେଷକରି ଓଡ଼ିଶାର ପ୍ରବାସୀ ମହିଳା ଶ୍ରମିକଙ୍କ ଜୀବିକା ସୁରକ୍ଷା ଉପରେ ଅଧିକ ଗବେଷଣା ଦରକାର ବୋଲି କହିଥିଲେ। କରୋନା ସମୟରେ ଶ୍ରମିକଙ୍କ ସ୍ଥିତି ଉପରେ ଉଚ୍ଚତର ଗବେଷଣା ଦରକାର।

- Advertisement -

ଅନ୍ୟତମ ପ୍ରମୁଖ ଅତିଥି ତଥା ବ୍ରିଟେନସ୍ଥ ସସେକ୍ସ ବିଶ୍ୱବିଦ୍ୟାଳୟର ପ୍ରବାସୀ ଶ୍ରମିକ ଓ ବିକାଶ ସମ୍ବନ୍ଧୀୟ ବିଭାଗୀୟ ମୁଖ୍ୟ ପ୍ରିୟା ଡେସିଙ୍ଘକର ପ୍ରବାସୀ ଶ୍ରମିକଙ୍କ ପାଇଁ ଉଦ୍ଧିଷ୍ଟ ୱେବସାଇଟ ଉଦଘାଟନ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଅନ୍ତର୍ଜାତୀୟ ସ୍ତରରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଅନେକ ଆଇନ କାନୁନ ହୋଇଥିଲେ ବି ଶ୍ରମିକ ସଂଗଠିତ ନ ଥିବାରୁ ସେମାଙ୍କ ଅଧିକର ସାବ୍ୟସ୍ତ ହୋଇପାରୁନି। ଭାରତ ବର୍ଷରେ ପ୍ରବାସରେ କାମ କରିବାର ଦୀର୍ଘ ପରମ୍ପରା ରହିଛି। କରୋନା ଲକଡାଉନ ଯୋଗୁଁ ଇ ସମ୍ପର୍କରେ ଲୋକେ ଜାଣିପାରିଲେ। ବର୍ତମାନ ସରକାରଙ୍କ ପାଖରେ ଡାଟା ବେଶ ରହିଲା, ସରକାର ସେମାନଙ୍କ ବିକାଶ ଚିନ୍ତା କରିବା ସମୟ ଆସିଛି।

ମ୍ୟାନମାରରେ ମିଳିତ ଜାତିସଙ୍ଘର ଟ୍ରେଡ଼ ଓ ଇନଭେଷ୍ଟମେଣ୍ଟ ପ୍ରତିନିଧି ଡ଼ଃ ଶୀତଳ କୁମାର କହିଲେ ଯେ ଓଡିଶା ତଥା ଭାରତରୁ ପୂର୍ବ ଏସିଆକୁ ଶ୍ରମୀକଙ୍କ ଉପରେ ଅଧିକ ତଥ୍ୟ ଓ ଗବେଷଣା ଦରକାର ତଥା ସେ ସବୁ ଦେଶ ସହ ଏମାନଙ୍କ ଜରିଆରେ କିଭଳି ବ୍ୟବସାୟିକ ସମ୍ପର୍କ ସ୍ଥାପିତ ହେବ ଓଡିଶା ଓ ଭାରତ ସରକାର ଏନେଇ କାର୍ୟ୍ୟକ୍ରମ ଆରମ୍ଭ କରିବା ଦରକାର।

ଫୋକସ ଓଡିଶା ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅରବିନ୍ଦ ବେହେରା ସଂଯୋଜନା କରିଥିବା ବେଳେ ସଂସ୍ଥାର ନିର୍ଦେଶକ ସୁଦର୍ଶନ ଛୋଟରାୟ ସ୍ୱାଗତ ଭାଷଣ ରଖି ଦେଶର ପ୍ରବାସୀ ଶ୍ରମିକଙ୍କ ସ୍ଥିତି ଉପରେ ଆଲୋଚନା କରିଥିଲେ। ଏହି ଅନ୍ତର୍ଜାତୀୟ ଶୀର୍ଷକ ସମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ୟୁଏନଡ଼ିପିର ଓଡିଶା ପ୍ରମୁଖ ସୁଶ୍ରୀ ଆଭା ମିଶ୍ର, ମ୍ୟାନମାରରେ ଭାରତ ସରକାରଙ୍କ ଉପ ପ୍ରତିନିଧି, ବାଙ୍ଗାଲୋରସ୍ଥ ଜାତୀୟ କୋଭିଡ କଲବରଟିଭିର ସଅଁଳି ଚକ୍ରବର୍ତୀ, ସିଏଏଫ ଦିଲ୍ଲୀର ସସ୍ମିତା ମହାପାତ୍ର, ବିଶାଖାପାଟଣାସ୍ଥ ସାମାଜିକ କର୍ମୀ ୱିଲିୟମ ଷ୍ଟାଲିନ, ଏସିଆନ କଲେଜ ଅଫ ଟେକ୍ନୋଲୋଜି ବ୍ୟାଙ୍କକର ପ୍ରଫେସର ଜୟନ୍ତ କୁମାର ରାଉତରାଏ, ଅଗ୍ରଗାମୀର ବିଦ୍ୟା ଦାସ, ଅଧିକାର ସଭାପତି ମହମ୍ମଦ ଅମିନ, ଆକ୍ସନ ଏଡ଼ ଭାରତର କାର୍ୟ୍ୟକାରୀ ନିର୍ଦେଶକ ସନ୍ଦୀପ ଚାଚାରା, ଚେନ୍ନାଇସ୍ଥ ମାଡ୍ରାସ ଉତ୍କଳ ସମିତି ସହ ସମ୍ପାଦକ ବୁଶ୍ଵଜୀତ କାନୁନଗୋ, ମହାଶକ୍ତି ଫାଉଣ୍ଡେସନର ମୁଖ୍ୟ ଯୁଗଳ କିଶୋର ପଟନାୟକ, ଗ୍ରାମଉଥାନର ପ୍ରତାପ କୁନାର ପ୍ରଧାନ ପ୍ରମୁଖ ଯୋଗଦେଇ ନିଜର ବକ୍ତ୍ୟବ ପ୍ରଦାନ କରିଥିଲେ।

ଏହି ଭର୍ଚୁଆଲ ସମିଳନୀରେ ପଶ୍ଚିମ ଓଡିଶା ପାଇଁ ସୋନପୁରଠାରେ ଗ୍ରାମଉତ୍ଥାନ୍ ସ୍ବେଛାସେବୀ ସଙ୍ଗଠନରେ ପ୍ରଥମ ସମ୍ବଳ କେନ୍ଦ୍ର ସ୍ଥାପନ ପାଇଁ ଘୋଷଣା କରାଯାଇଥିଲା।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories