www.samajalive.in
Saturday, December 6, 2025
26.1 C
Bhubaneswar

ସତ କହିଲେ ଆମେ ବହୁତ ଚାପରେ: ଆଦର ପୁନାୱାଲା

ନୂଆଦିଲ୍ଲୀ: କୋଭିଡର ଦ୍ୱିତୀୟ ତରଙ୍ଗ ସଂକ୍ରମଣ ଦ୍ରୁତଗତିରେ ବ୍ୟାପିଚାଲିଛି। ତାହାସହିତ ପ୍ରତିଷେଧକ ଟିକା, ମାସ୍କ, ସାମାଜିକ ଦୂରତା ଆଦି ଜୀବନ ରକ୍ଷା କରିପାରିବ ବୋଲି ଚିକିତ୍ସା ବିଶେଷଜ୍ଞ ଏବଂ ସରକାର ବାରମ୍ବାର କହୁଥିବାବେଳେ ଏବେ କୋଭିଡ ଟିକାର ଆବଶ୍ୟକତା ଯଥେଷ୍ଟ ବୃଦ୍ଧିପାଇଛି। ଏଭଳି ପରିସ୍ଥିତିରେ କୋଭିସିଲ୍ଡ ଟିକା ପ୍ରସ୍ତୁତ କରୁଥିବା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ)ର ସିଇଓ ଆଦର ପୁନାୱାଲା କହିଛନ୍ତି ଯେ, ସେମାନେ ପ୍ରକୃତରେ ବହୁତ ଚାପରେ ରହିଛନ୍ତି।
ପୁନାୱାଲା କହିଛନ୍ତି, ସେରମ ଇନଷ୍ଟିଚ୍ୟୁଟ ବର୍ତ୍ତମାନ ମାସକୁ ୬୦ରୁ ୬୫ ନିୟୁତ ଡୋଜ ପ୍ରସ୍ତୁତ କରୁଛି। ଏପର୍ଯ୍ୟନ୍ତ ଏହା କେନ୍ଦ୍ର ସରକାରଙ୍କୁ ୧୦୦ ନିୟୁତ ଡୋଜ ଯୋଗାଇ ଦେଇସାରିଛି ଏବଂ ବିଦେଶକୁ ପ୍ରାୟ ୬୦ ନିୟୁତ ଡୋଜ ରପ୍ତାନି କରିଛି। ତଥାପି ଏହା ଟିକା ଆବଶ୍ୟକ କରୁଥିବା ପ୍ରତ୍ୟେକ ଭାରତୀୟଙ୍କୁ ଟିକା ଯୋଗାଇଦେବାରେ ସମର୍ଥ ହୋଇପାରିନାହିଁ। ସାରା ବିଶ୍ୱ ଏହି ଟିକା ଆବଶ୍ୟକ କରୁଛି। ସେମାନେ କିନ୍ତୁ ଭାରତର ଆବଶ୍ୟକତାକୁ ଅଗ୍ରାଧିକାର ଦେଉଛନ୍ତି।
ନିଜର ଉତ୍ପାଦନ କ୍ଷମତା ବୃଦ୍ଧି କରିବାକୁ ଏସଆଇଆଇ ପ୍ରାୟ ୩ହଜାର କୋଟି ଟଙ୍କା ଆବଶ୍ୟକ କରୁଛି। ଏହା ସରକାରଙ୍କୁ ମାତ୍ରାଧିକ ରିହାତି ମୂଲ୍ୟରେ ଟିକା ଯୋଗାଇ ଦେଉଛି। ଭାରତରେ ସେରମ ଇନଷ୍ଟିଚ୍ୟୁଟ ଡୋଜ ପ୍ରତି ୧୫୦ରୁ ୧୬୦ ଟଙ୍କାରେ ଟିକା ଉପଲବ୍ଧ କରାଉଛି। ଏହାର କିନ୍ତୁ ହାରାହାରି ମୂଲ୍ୟ ୧୫୦୦ ଟଙ୍କା। ମୋଦି ସରକାରଙ୍କ ଅନୁରୋଧ ରକ୍ଷାକରି ସେମାନେ ରିହାତି ମୂଲ୍ୟରେ ଏହି ଟିକା ଯୋଗାଇ ଦେଉଛନ୍ତି। ତାହା ଅର୍ଥ ନୁହେଁ ଯେ ସେମାନେ ଲାଭ କରୁନାହାନ୍ତି, କିନ୍ତୁ ସେମାନେ ସେଭଳି ବିପୁଳ ଲାଭ କରୁନାହାନ୍ତି, ଯାହା ପୁନଃବିନିଯୋଗ ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଉଛି।
ପୁନାୱାଲା କହିଛନ୍ତି, ୩୦୦୦ କୋଟି ଟଙ୍କା ବିନିଯୋଗରେ ଉତ୍ପାଦନ କ୍ଷମତା ବୃଦ୍ଧି କରିବାକୁ ୮୫ ଦିନ ଲାଗିବ। ଏଥିପାଇଁ ସେ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଛନ୍ତି, ସେଥିରେ ବିଫଳ ହେଲେ ସେରମ ଇନଷ୍ଟିଚ୍ୟୁଟ ଋଣ ପାଇଁ ବ୍ୟାଙ୍କକୁ ଅନୁରୋଧ କରିବ।
ସେ କହିଛନ୍ତି ଯେ ତାଙ୍କର ଉତ୍ପାଦନ କ୍ଷମତା ମାସକୁ ୧୦୦ ନିୟୁତ ଡୋଜ ହେଲେ ମଧ୍ୟ ଭାରତରେ ଆବଶ୍ୟକତା ପୂରଣ ପାଇଁ ଅନ୍ୟ ନିର୍ମାତାମାନେ ମଧ୍ୟ ଆଗେଇ ଆସିବାର ଆବଶ୍ୟକତା ରହିଛି। ପୁନାୱାଲା ଏହା ମଧ୍ୟ କହିଥିଲେ ଯେ ସେ ରୁଷିଆର ସ୍ପୁଟନିକ-୫ ଉତ୍ପାଦନ ଯୋଜନା କରୁଛନ୍ତି, ଯେଉଁଥିପାଇଁ ଭାରତ ସରକାର ଦେଶମଧ୍ୟରେ ବ୍ୟବହାର କରିବାକୁ ଖୁବଶୀଘ୍ର ଅନୁମତି ଦେବା ଆଶା କରାଯାଉଛି।
ନାଜାଲ ଟିକା କୋଡାଜେନିକ୍ସ ସମ୍ପର୍କରେ ପ୍ରକାଶକରି ସେ କହିଲେ ଏହା ଏକ ବିରାଟ ପ୍ରଭାବ ପକାଇବାକୁ ଯାଉଛି ଏବଂ ଏହା ବିକାଶ କରିବାକୁ ସମୟ ଲାଗିବ। ଏହି ଟିକା ଦେବା ଅତ୍ୟନ୍ତ ସହଜ ହେବ ବୋଲି ସେ କହିଛନ୍ତି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories