ଯମୁନା ଜଳସ୍ତର ବୃଦ୍ଧି; ଆରଟିଓ ସମେତ ଦିଲ୍ଲୀର ଆଖପାଖ ଅଞ୍ଚଳ ଜଳମଗ୍ନ

ନୂଆଦିଲ୍ଲୀ : ଦିଲ୍ଲୀରେ ଯମୁନାର ଜଳସ୍ତର ବୃଦ୍ଧି ପାଉଛି। ଏହି କାରଣରୁ ଆଇଟିଓ ଏବଂ ଦିଲ୍ଲୀର ଆଖପାଖ ଅଞ୍ଚଳ ଜଳମଗ୍ନ ରହିଛି। ଘଟଣାସ୍ଥଳରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଯମୁନା ଜଳ ସହରରେ ପ୍ରବେଶ ନ କରିବା ପାଇଁ ଦିଲ୍ଲୀର ସରକାରୀ କର୍ମଚାରୀମାନେ ରାତିସାରା ପ୍ରୟାସ କରିଥିଲେ ବି ଏଥିରେ ସଫଳ ହୋଇପାରିନାହାନ୍ତି। ସେନା ଏବଂ ଏନଡିଆରଏଫ ଟିମ୍‌ ସଠିକ୍‌ ତଦାରଖ କରିବାକୁ କେଜ୍ରିୱାଲ ନିର୍ଦେଶ ଦେଇଛନ୍ତି।

prayash

Comments are closed.