www.samajalive.in
Wednesday, December 10, 2025
26.1 C
Bhubaneswar

ଜଳପ୍ରପାତରେ ଫସି ରହିଥିବା ୪୦ ଲୋକଙ୍କ ଜୀବନ ବଞ୍ଚାଇଲେ ୫ ସାହସୀ ଯୁବକ

ଗ୍ୱାଲିୟର : ଗ୍ୱାଲିୟର ଶିବପୁରୀ ସୁଲତାନଗଡ଼ ଜଳପ୍ରପାତ ଦେଖିବାକୁ ଯାଇ ନଦୀ ମଝିରେ ଫସି ରହିଥିବା ୪୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ସ୍ଥାନୀୟ ୫ ଯୁବକ ନିଜ ଜୀବନ ସହ ଖେଳି ବଞ୍ଚାଇବାରେ ସଫଳ ହୋଇଛନ୍ତି। ବୁଧବାର ରାତିରୁ ଆରମ୍ଭ ହୋଇଥିବା ଉଦ୍ଧାର କାର୍ଯ୍ୟ ଗୁରୁବାର ସକାଳେ ଶେଷ ହୋଇଛି। ସୂଚନା ଅନୁସାରେ ୧୫ ଅଗଷ୍ଟ ସ୍ୱାଧୀନତା ଦିବସ ଦିନ ପିକ୍‍ନିକ୍‍ କରିବାକୁ ୫୦ରୁ ଊର୍ଦ୍ଧ୍ବ ଲୋକ ସୁଲତାନଗଡ଼ ଜଳପ୍ରପାତ ନିକଟକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ୪୦ ଜଣ ନଦୀ ମଝିରେ ଥିବା ଏକ ବଡ଼ ପଥରଖଣ୍ଡ ଉପରେ ଚଢି ଜଳପ୍ରପାତରେ ତଳକୁ ଖସୁଥିବା ଜଳକୁ ଦେଖୁଥିଲେ। ହଠାତ୍‍ ନଦୀରେ ବନ୍ୟା ଜଳ ଆସି ସେମାନେ ଛିଡ଼ା ହୋଇଥିବା ପଥର ଚାରିକଡ଼କୁ ଘେରି ଯାଇଥିଲେ। ଏହାସହ ନଦୀ ଜଳସ୍ତର ବୃଦ୍ଧି ପାଇବାକୁ ଲାଗିଥିଲା। ପଥର ଖଣ୍ଡରୁ ନଦୀ ଜଳକୁ ଆସିବା ଅର୍ଥ ଜୀବନରୁ ହାତ ଧୋଇବା ସହ ସମାନ ଥିଲା। ସ୍ଥାନୀୟ ଲୋକେ ଏହା ଜାଣିବା ପରେ ଅଗ୍ନିଶମ ବାହନୀ, ପୁଲିସ୍‍ ଓ ସ୍ଥାନୀୟ ପ୍ରଶାସନକୁ ଖବର ଦେଇଥିଲେ। ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟ ପାଇଁ ସେନାର ସାହାଯ୍ୟ ଲୋଡିଥିଲା। ବାୟୁ ସେନା ପକ୍ଷରୁ ଏକ ହେଲିକପ୍ଟର ଆସି ପହଞ୍ଚିଥିଲେ ବି ଅନ୍ଧାର ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟ କରିପାରିନଥିଲା। ଏହି ସମୟରେ ସ୍ଥାନୀୟ ଗ୍ରାମର ୫ ଯୁବକ ଦେବଦୂତ ହୋଇ ଆସିଥିଲେ। ସେମାନେ ନିଜ ଜୀବନ ସହ ଖେଳି ଏକ ରଶି ସାହାଯ୍ୟରେ ୪୦ ଜଣଙ୍କୁ ଉଦ୍ଧାର କରିଥିଲେ। ୪୦ ଜଣ ୧୧ ଘଣ୍ଟା ୪ ମିନିଟ୍‍ ଧରି ଜୀବନ ଓ ମୃତ୍ୟୁ ମଧ୍ୟରେ ଫସି ରହିଥିଲେ। ଦେବଦୂତ ସାଜିଥିବା ଏହି ୪ ଯୁବକ ହେଲେ ନିଜାମ ଖାନ, ରାମସେବକ, ଭାଗୀରଥ, କଲ୍ଲନ ଏବଂ ଦେବେନ୍ଦ୍ର ସିଂହ। ସାହସିକତା ପାଇଁ ମୁଖ୍ୟମନ୍ତ୍ରୀ ଶବିରାଜ ସିଂହ ୫ ଯୁବକଙ୍କୁ ୫ ଲକ୍ଷ ଲେଖାଏଁ ପୁରସ୍କାର ରାଶି ଦେବାକୁ ଘୋଷଣା କରିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories