www.samajalive.in
Monday, December 8, 2025
27.1 C
Bhubaneswar

ବନ୍ୟା ଧୋଇ ନେଲା ପାଇପ, ୭ ଦିନ ହେଲା ଜଳଯୋଗାଣ ବନ୍ଦ

ତୁଷୁରା:ବଲାଙ୍ଗିର ଜିଲା ତୁଷୁରା ସହରରେ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟ କ୍ଷତି ହୋଇଥିବା ବେଳେ ତୁଷରା ଜନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସହରକୁ ଗତ ୭ ଦିନ ହେଲାଣି ପାଇପ ଯୋଗେ ଜଳଯୋଗାଣ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ଲୋକେ ବିଶୁଦ୍ଧ ପାଣି ଟିକିକ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୋମବାର ପର୍ଯ୍ୟନ୍ତ ଚାରିଟି ଟ୍ୟାଙ୍କରରେ ଜଳଯୋଗାଣ କରାଯାଉଛି। ଯାହାକି ସମୁଦ୍ରକୁ ଶଙ୍ଖେ। ତୁଷୁରା ସୋନଗଡ଼ ନଦୀ ରୁ ପାଇପ ଯୋଗେ ତୁଷୁରା ସହରକୁ ପାଣି ଯୋଗାଣ ହୋଇଥାଏ। କିନ୍ତୁ ବନ୍ୟା ହେବାରୁ ପମ୍ପ ହାଉସ ଓ କୂଅରେ ପାଣି ମାଡ଼ି ଯିବା ସହ ୧୦୦ ମିଟର ଦୂର ଛୋଟ ପୋଲ ପାଖରେ ପ୍ରାୟ ୧୫ ମିଟର ଜଳ ଯୋଗାଣ ପାଇପ ବନ୍ୟାରେ ବହି ଯାଇଛି। ଏବଂ ପାଇପ ଥିବା ସ୍ଥାନରେ ୧୨ ଫୁଟ ଗଭୀର ଓ ୩୫ ଫୁଟ ଲମ୍ବର ଗର୍ତ ହୋଇଯାଇଛି। ଫଳରେ ସେହି ଗର୍ତରେ ପାଣି ଜମା ହୋଇ ରହିଥିବାରୁ ଉକ୍ତ ପାଣିକୁ ଡ଼୍ରେନ କରାଯାଇ ପାଇପ ଜଏଂଟ ହୋଇ ପାରୁନାହିଁ। ତେଣୁ ପାଣି ସୁଖିବା ର ବ୍ୟବସ୍ଥା କରଯାଉଛି ଯାହାକି ଖୁବ ଶୀଘ୍ର ଜଳ ଯୋଗାଣ ସ୍ୱାଭାବିକ ହେବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories