www.samajalive.in
Saturday, December 6, 2025
26.1 C
Bhubaneswar

ଜଳ ଦୀପାବଳି : ଆଜିଠାରୁ ‘ମହିଳାଙ୍କ ପାଇଁ ଜଳ, ଜଳ ପାଇଁ ମହିଳା’ ଅଭିଯାନ

ଭୁବନେଶ୍ବର : କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଅଟଳ ମିଶନ ଫର ରିଜୁଭିନେସନ୍‍ ଆଣ୍ଡ୍‍ ଅର୍ବାନ ଟ୍ରାନ୍ସଫରମେସନ୍‍ (ଅମୃତ) ଯୋଜନା ଅଧୀନରେ ଜାତୀୟ ସହରାଞ୍ଚଳ ଜୀବିକା ମିଶନ ସହଭାଗିତାରେ ‘ମହିଳାଙ୍କ ପାଇଁ ଜଳ,ଜଳ ପାଇଁ ମହିଳା’ ଅଭିଯାନ ଆଜିଠାରୁ ରାଜ୍ୟରେ ଆରମ୍ଭ ହେଉଛି।
ଓଡ଼ିଶା ଅର୍ବାନ ଏକାଡେମୀର ମିଳିତ ଆନୁକୂଲ୍ୟରେ ଏହି ଅଭିଯାନ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଜଳ ପରିଚାଳନା କ୍ଷେତ୍ରରେ ମହିଳାମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବା ଏହାର ଉଦ୍ଦେଶ୍ୟ। ସେମାନେ ନିଜ ସହରରେ ଥିବା ଜଳ ବିଶୁଦ୍ଧୀକରଣ କାରଖାନା ପରିଦର୍ଶନ ମାଧ୍ୟମରେ ଜଳ ବିଶୋଧନ ପ୍ରକ୍ରିୟା ବିଷୟରେ ପ୍ରାଥମିକ ଜ୍ଞାନ ଆହରଣ କରିବେ। ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ପହଁଞ୍ଚାଇବା ଲାଗି ଏଥିରେ ଯୋଜନା ରହିଛି । ଫଳରେ ଜଳ ଭିତ୍ତିଭୂମି ଓ ଏହାର ଗୁଣବତ୍ତା ବିଷୟରେ ମହିଳାମାନେ ସଚେତନ ହୋଇପାରିବେ।
ଏହି କାର୍ଯ୍ୟକ୍ରମରେ ଦେଶବ୍ୟାପୀ ୧୫ ହଜାରରୁ ଅଧିକ ମହିଳା ସ୍ୱୟଂସହାୟକ ଗୋଷ୍ଠୀକୁ ସାମିଲ କରାଯିବ ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories