www.samajalive.in
Monday, December 8, 2025
24.1 C
Bhubaneswar

ପଶ୍ଚିମ-ଦକ୍ଷିଣ ଓଡ଼ିଶାରେ ବର୍ଷିବ ନିଆଁ; ୧୦ ଜିଲାକୁ ୫ ଦିନିଆ ‘ହିଟ୍ ୱେଭ୍ ୱାର୍ଣ୍ଣିଂ’

ଭୁବନେଶ୍ବର: ରାଜ୍ୟରେ ତାତି ବଢ଼ୁଛି । ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି । ତେଣୁ ଆଗାମୀ ୫ ଦିନ ପାଇଁ ୧୦ ଜିଲା ନିମନ୍ତେ ହିଟ୍‌ ୱେଭ ୱାର୍ଣିଂ ଜାରି କରିଛନ୍ତି ସରକାର । ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁସାରେ ସରକାରଙ୍କ ପକ୍ଷରୁ ଲୋକମାନଙ୍କ ପାଇଁ ଏପରି ସତର୍କତା ଅବଲମ୍ବନ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି ।

ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତା ୫ ଦିନରେ ବଲାଙ୍ଗୀର. କଳାହାଣ୍ଡି, ଅନୁଗୁଳ ,ବୌଦ୍ଧ, ସୋନପୁର,ନୂଆପଡା, ବରଗଡ, ଝାରସୁଗୁଡା, ମାଲକାନଗିରି , ସମ୍ବଲପୁର ଆଦି ଜିଲାରେ ଗ୍ରୀଷ୍ମ ପ୍ରବାହ ପ୍ରଚଣ୍ଡ ହେବାର ଆଶଙ୍କା ରହିଛି । ତେଣୁ ୨୯ ତାରିଖ ପର୍ଯ୍ୟନ୍ତ ଜନସାଧାରଣ ସତର୍କ ରହିବା ଆବଶ୍ୟକ । ବିଶେଷ ଭାବରେ  ଅସୁସ୍ଥ,ଛୋଟ ପିଲା, ଓ ବୟସ୍କ ବ୍ୟକ୍ତିଙ୍କୁ ଖରାରୁ ଦୂରେଇ ରହିବାକୁ କୁହାଯାଇଛି ।

- Advertisement -

ଅପରପକ୍ଷରେ ପରିସ୍ଥିତିର  ମୁକାବିଲା କରିବାକୁ ସମସ୍ତ ସତର୍କତା ବ୍ୟବସ୍ଥାର ସମୀକ୍ଷା କରି ସୁନିଶ୍ଚିତ ହେବାକୁ ଜିଲ୍ଲାପାଳମାନଙ୍କୁ ସ୍ବତନ୍ତ୍ର ରିଲିଫ୍ କମିସନର୍ ପ୍ରଦୀପ ଜେନା ନିର୍ଦେଶ ଦେଇଛନ୍ତି । ଗ୍ରୀଷ୍ମ ପ୍ରବାହଜନିତ ପରିସ୍ଥିତି ମୁକାବିଲା ନିମନ୍ତେ ପୂର୍ବରୁ ଯେଉଁ ନିର୍ଦେଶ ଦିଆଯାଇଛି ତାହାକୁ ଅନୁପାଳନ କରିବାକୁ ଶ୍ରୀ ଜେନା କହିଛନ୍ତି ।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories