www.samajalive.in
Tuesday, December 9, 2025
16.1 C
Bhubaneswar

୧୯୬୪ କୋଟି ଟଙ୍କା ଜୋରିମାନା ଦେବ ୱାଲମାର୍ଟ

ୱାଶିଂଟନ : ଭାରତ ସମେତ ୪ ଦେଶର ଦୁର୍ନୀତି ନିବାରଣ ଆଇନର ଉଲ୍ଳଙ୍ଘନ ପାଇଁ ଇ-କମର୍ସ କମ୍ପାନୀ ୱାଲମାର୍ଟ ଉପରେ ୧୯୬୪ କୋଟି ଟଙ୍କାର ଜୋରିମାନା ଲଗାଯାଇଛି। ୟୁଏସ୍‍ ସିକ୍ୟୁରିଟି ଏକ୍ସଚେଞ୍ଜ କମିଶନ (ଏସ୍‍ଇସି) ସହ ଆମେରିକାରର ଡିପାର୍ଟମେଣ୍ଟ ଅଫ ଜଷ୍ଟିସ ଏହି ଜୋରିମାନା ଲଗାଇଛନ୍ତି। ଜୋରିମାନା ଅର୍ଥରୁ ୧୦୦୨ କୋଟି ଟଙ୍କା ଏସ୍‍ଇସି ଓ ୯୬୦ କୋଟି ଟଙ୍କା ଡିପାର୍ଟମେଣ୍ଟ ଅଫ ଜଷ୍ଟିସ୍‍କୁ ପ୍ରଦାନ କରାଯିବ।
ୱାଲମାର୍ଟ ବିଦେଶୀ ରାଷ୍ଟ୍ରର ଦୁର୍ନୀତି ନିବାରଣ ଆଇନ (ଫରେନ କରପ୍ଟ ପ୍ରାକ୍ଟିସ୍‍ ଆକ୍ଟ) ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଥିଲା। ତଦନ୍ତ ସମୟରେ ୱାଲମାର୍ଟ ନିଜ ଭୁଲକୁ ସ୍ୱାକର କରିଥିଲା। ଏସ୍‍ଇସି ନିଜ ତଦନ୍ତ ରିପୋର୍ଟରେ ଦର୍ଶାଇଥିଲା ଯେ ୱାଲମାର୍ଟ ଭାରତ, ଚୀନ, ବ୍ରାଜିଲ ଏବଂ ମେକ୍ସିକୋରେ ବ୍ୟବସାୟ ସମୟରେ ଦୁର୍ନୀତି ନିବାରଣ ଆଇନର ଉଲ୍ଲଙ୍ଘନ କରିଛି। ଏସଇସି ଅନୁସାରେ ୱାଲମାର୍ଟର ତୃତୀୟ ପକ୍ଷ ବା ମଧ୍ୟବର୍ତ୍ତୀ ସଂସ୍ଥାଗୁଡ଼ିକ ଏଫସିପିଏର ଉଲ୍ଲଙ୍ଘନ କରିଛନ୍ତି। ଏଫସିପିଏର ଉଲ୍ଲଙ୍ଘନ ପାଇଁ ମଧ୍ୟବର୍ତ୍ତୀ ସଂସ୍ଥାଗୁଡ଼ିକ ଅନ୍ୟ ଦେଶର ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories