www.samajalive.in
Friday, December 5, 2025
23.1 C
Bhubaneswar

ଭାରତ-ଇଟାଲୀ ମୁକାବିଲା

ଲଣ୍ଡନ : ମହିଳା ବିଶ୍ୱକପ ହକି ପ୍ରତିଯୋଗିତାର ଏକ ପ୍ଲେଅଫ୍‍ (କ୍ରସଓଭର) ମ୍ୟାଚରେ ଆଜି ଭାରତ-ଇଟାଲୀ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ।  ଭାରତୀୟ ସମୟ ରାତି ୧୦.୩୦ରେ ମ୍ୟାଚ ଆରମ୍ଭ ହେବ। କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିବାକୁ ହେଲେ ଭାରତକୁ ଏହି ମ୍ୟାଚରେ ନିଶ୍ଚିତ ଭାବେ ବିଜୟୀ ହେବାକୁ ପଡିବ। ଲିଗ୍‍ ପର୍ଯ୍ୟାୟର ପ୍ରଦର୍ଶନକୁ ସମୀକ୍ଷା କଲେ ଭାରତୀୟ ଦଳ ପାଇଁ ପ୍ଲେଅଫ୍‍ ମ୍ୟାଚରେ ଉନ୍ନତ ପ୍ରଦର୍ଶନ ଜରୁରୀ ହୋଇପଡିଛି। ଲିଗ୍‍ରେ ଭାରତ ଆୟୋଜକ ଇଂଲଣ୍ଡ ସହ ମ୍ୟାଚ ଅମୀମାଂସିତ (୧-୧) ରଖିଥିବାବେଳେ ଦ୍ୱିତୀୟ ମ୍ୟାଚରେ ଆୟରଲାଣ୍ଡ ନିକଟରୁ ୦-୧ ଗୋଲରେ ହାରିଯାଇଥିଲା। ଏହି ପରିପ୍ରେକ୍ଷୀରେ ପ୍ଲେଅଫ୍‍ ଯୋଗ୍ୟତା ହାସଲ କରିବା ପାଇଁ ଆମେରିକା ବିପକ୍ଷ ଶେଷ ଲିଗ୍‍ ମ୍ୟାଚକୁ ଅତିକମରେ ଅମୀମାଂସିତ ରଖିବା ଭାରତ ପକ୍ଷରେ ଜରୁରୀ ଥିଲା। ଆମେରିକାର ଏହି ମ୍ୟାଚର ୧୧ ମିନିଟରେ ପ୍ରଥମେ ଗୋଲ ସ୍କୋର କରି ୧-୦ରେ ଆଗୁଆ ରହିଥିଲା। ତେବେ ୩୧ ମିନିଟରେ ଭାରତୀୟ ଅଧିନାୟିକା ରାଣୀ ରାମପାଲ ଗୋଲ ପରିଶୋଧ କରି ମ୍ୟାଚକୁ ଅମୀମାଂସିତ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ଦଳକୁ ପ୍ଲେଅଫ୍‍ରେ ସ୍ଥାନିତ କରିଥିଲେ।
ଅପରପକ୍ଷରେ ଗ୍ରୁପ୍‍-ଏ’ରେ ସ୍ଥାନ ପାଇଥିବା ଇଟାଲୀ ଦୁଇଟି ମ୍ୟାଚରେ ବିଜୟୀ ହୋଇ ୬ ପଏଣ୍ଟ ସହ ଗ୍ରୁପ୍‍ର ଦ୍ୱିତୀୟ ଦଳ ଭାବେ ପ୍ଲେଅଫ୍‍କୁ ଉନ୍ନୀତ ହୋଇଛି। ଇଟାଲୀ ପ୍ରଥମ ମ୍ୟାଚରେ ଚୀନକୁ ୩-୦ ଓ ଦ୍ୱିତୀୟ ମ୍ୟାଚରେ ଦକ୍ଷିଣ କୋରିଆକୁ ୧-୦ ଗୋଲରେ ପରାସ୍ତ କରିଥିବାବେଳେ ଅନ୍ତିମ ମ୍ୟାଚରେ ଶକ୍ତିଶାଳୀ ନେଦରଲାଣ୍ଡ୍‍ସ ନିକଟରୁ ୧-୧୨ ଗୋଲରେ ପରାଜିତ ହୋଇଥିଲା। ଗୋଲ ପରିସଂଖ୍ୟାନ ଦୃଷ୍ଟିରୁ ଇଟାଲୀ ୫ଟି ଗୋଲ ସ୍କୋର କରିଥିବାବେଳେ ୧୨ଟି ଗୋଲ ବରଣ କରିଛି। ଭାରତ ୨ଟି ଗୋଲ ସ୍କୋର କରିଥିବାବେଳେ ୩ଟି ଗୋଲ ବରଣ କରିଛି।

ଏହି ପରିସଂଖ୍ୟାନକୁ ତୁଳନା କଲେ ଭାରତ ଆଜି ମ୍ୟାଚରେ ଫେଭରିଟ୍‍ ମାନ୍ୟତା ପାଇବା ସ୍ୱାଭାବିକ୍‍। ତେବେ ଲିଗ୍‍ରେ ଚୀନ ଓ ଦକ୍ଷିଣ କୋରିଆ ଭଳି ଶକ୍ତିଶାଳୀ ଦଳକୁ ପରାସ୍ତ କରିଥିବାରୁ ଇଟାଲୀକୁ କୌଣସି ପରିସ୍ଥିତିରେ ହାଲୁକାଭାବେ ଗ୍ରହଣ ନ କରିବାକୁ ଭାରତୀୟ ପ୍ରଶିକ୍ଷକ ଜୋର୍ଡ ମାରିନ ଦଳୀୟ ଖେଳାଳିଙ୍କୁ ସତର୍କ କରାଇଛନ୍ତି। ଲିଗ୍‍ ପର୍ଯ୍ୟାୟରେ ଭାରତୀୟ ଦଳ ପେନାଲଟି କର୍ଣ୍ଣରକୁ ଗୋଲରେ ପରିବର୍ତ୍ତନ କରିବାରେ ବିଫଳତା ଦର୍ଶାଇଛନ୍ତି। ତେଣୁ ଇଟାଲୀ ବିପକ୍ଷ ମ୍ୟାଚରେ ଦଳ ଯେପରି ଏହି ତ୍ରୁଟିକୁ ସଂଶୋଧନ କରେ, ସେଥିପାଇଁ ଅଧିନାୟିକା ରାଣୀ ଗୁରୁତ୍ୱାରୋପ କରିଛନ୍ତି। ନିର୍ଣ୍ଣାୟକ ମ୍ୟାଚରେ ଭାରତୀୟ ଦଳ ଉନ୍ନତ ପ୍ରଦର୍ଶନ କରିବାର ଏକାଧିକ ଦୃଷ୍ଟାନ୍ତ ରହିଛି। ୨୦୧୫ ହକି ୱର୍ଲ୍ଡ ଲିଗ୍‍ ସେମିଫାଇନାଲରେ ଭାରତ ପେନାଲଟି ସୁଟ୍‍ଆଉଟରେ ଇଟାଲୀକୁ ପରାସ୍ତ କରିଥିଲା। ଏହା ଭାରତୀୟ ଦଳକୁ ପ୍ରୋତ୍ସାହିତ କରିପାରେ। ସର୍ବୋପରି ପ୍ଲେଅଫ୍‍ ମ୍ୟାଚରେ ଭାରତୀୟ ଫରୱାର୍ଡବାହିନୀକୁ ଅଧିକ ଆକ୍ରମଣାତ୍ମକ ମୁଦ୍ରା ଆପଣାଇବାକୁ ପଡିବ ବୋଲି ରାଣୀ କହିଛନ୍ତି।

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories