www.samajalive.in
Wednesday, December 10, 2025
18.1 C
Bhubaneswar

ବଲାଙ୍ଗୀର ଗସ୍ତରେ ଉପରାଷ୍ଟ୍ରପତି; ବିପିସିଏଲ୍ ଏଲପିଜି ବଟଲିଂ ପ୍ଲାଣ୍ଟକୁ କରିବେ ଉଦଘାଟନ

ବଲାଙ୍ଗୀର: ଆସନ୍ତାକାଲି ବଲାଙ୍ଗୀର ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ୍.ଭେଙ୍କେୟା ନାୟୁଡୁ। ଉପରାଷ୍ଟ୍ରପତି ବଲାଙ୍ଗୀର ଗସ୍ତରେ ଦୁଇଟି କାର୍ୟ୍ୟକ୍ରମର ଅତିଥି ଭାବେ ଯୋଗଦେବେ। ଉପରାଷ୍ଟ୍ରପତି ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରରେ ଆସି ପଥରଚେପାରେ ନିର୍ମିତ ହୋଇଥିବା ହେଲିପ୍ୟାଡରେ ଓହ୍ଲାଇ ଲାଲଟିକ୍ରା, ଶାନ୍ତିପଡା, ସଦାଇପାଲି ଦେଇ ବରକାନୀରେ ପହଞ୍ଚିବେ। ଶୁକ୍ରବାର ସକାଳ ୮.୩୦ରେ ବରକାନୀ ଠାରେ ନିର୍ମିତ ବହୁ ପ୍ରତିକ୍ଷୀତ ବିପିସିଏଲ ଏଲପିଜି ବଟଲିଂ ପ୍ଲାଣ୍ଟର ଉଦଘାଟନ କରିବେ ଉପରାଷ୍ଟ୍ରପତି। ୧୦୩ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହୋଇଥିବା ପ୍ଲାଣ୍ଟରୁ ପଶ୍ଚିମଓଡିଶାର ୧୪ଟି ଜିଲାବାସୀ ଉପକୃତ ହେବେ।

ଉପରାଷ୍ଟ୍ରପତି ବରକାନୀ ବିପିସିଏଲ ଏଲପିଜି ବଟଲିଂ ପ୍ଲାଣ୍ଟର ଉଦଘାଟନ ପରେ ବଲାଙ୍ଗୀର ରାଜେନ୍ଦ୍ର କଲେଜର ପ୍ଲାଟିନମ ଜୁବୁଲି କାର୍ୟ୍ୟକ୍ରମର ମୁଖ୍ୟଅତିଥି ଭାବରେ ଯୋଗଦେବେ। ଉପରାଷ୍ଟ୍ରପତିଙ୍କ ସହ ଏହି ଦୁଇ କାର୍ୟ୍ୟକ୍ରମରେ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବଲାଙ୍ଗିର ସାଂସଦ ସଙ୍ଗିତା କୁମାରୀ ସିଂହଦେଓ, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗଦେବାର କାର୍ୟ୍ୟକ୍ରମ ରହିଛି।

- Advertisement -

ଆସନ୍ତାକାଲିର ରାଷ୍ଟ୍ରପତିଙ୍କ କାର୍ୟ୍ୟକ୍ରମ ପାଇଁ ବଲାଙ୍ଗୀରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଉପରାଷ୍ଟ୍ରପତି ଦୁଇଟି କାର୍ୟ୍ୟକ୍ରମରେ ଯୋଗଦେବାକୁ ଥିବା ବେଳେ ପ୍ରାୟ ୩୦ ପ୍ଲାର୍ଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଉପରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଉତ୍ତରାଞ୍ଚଳ ଡିଆଜି ହିମାଁଶୁଲାଲ ବରକାନୀ ସ୍ଥିତ ବିପିସିଏଲ ପ୍ଲାଣ୍ଟ ଏବଂ ବଲାଙ୍ଗୀର ରାଜେନ୍ଦ୍ର କଲେଜ ପରିସରରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories