ଅପରାହ୍ନ ୧ଟା ସୁଦ୍ଧା ରାଜ୍ୟରେ ୪୧ ପ୍ରତିଶତ ମତଦାନ
ଭୁବନେଶ୍ୱର: ୪ଟି ଲୋକସଭା ଓ ୨୮ ବିଧାନସଭା ଆସନ ପାଇଁ ଗୁରୁବାର ମତଦାନ ପ୍ରକ୍ରିୟା ଜାରି ରହିଥିବା ବେଳେ ଅପରାହ୍ନ ୧ଟା ସୁଦ୍ଧା ରାଜ୍ୟରେ ୪୧ ପ୍ରତିଶତ ମତଦାନ ହୋଇଛି । ବ୍ରହ୍ମପୁରରେ ୪୩ ପ୍ରତିଶତ, ନବରଙ୍ଗପୁରରେ ୪୫ ପ୍ରତିଶତ, କଳାହାଣ୍ଡିରେ ୩୯ ପ୍ରତିଶତ, ଗୁଣୁପୁରରେ ୩୪ ପ୍ରତିଶତ, ବିଷମକଟକରେ ୩୧ ପ୍ରତିଶତ, ରାୟଗଡ଼ାରେ ୩୨ ପ୍ରତିଶତ ଏବଂ କୋରାପୁଟ ଲୋକସଭା ଆସନ ପାଇଁ ୪୨ ପ୍ରତିଶତ ମତଦାନ ହୋଇଛି । ଏହି ସୂଚନା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଛି । ସୂଚନାଯୋଗ୍ୟ, ପୂର୍ବାହ୍ନ ୧୧ଟା ସୁଦ୍ଧା ରାଜ୍ୟରେ ୨୨ ପ୍ରତିଶତ ଏବଂ ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭ ପ୍ରତିଶତ ମତଦାନ ହୋଇଥିଲା।
Comments are closed.