ଭିକେ ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚର ହେବ ତଦନ୍ତ
ଭୁବନେଶ୍ବର: ଭିକେ ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚର ତଦନ୍ତ ହେବ । ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚ ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି ଯେ ପାଣ୍ଡିଆନ ହେଲିକପ୍ଟର ଖର୍ଚ୍ଚର ତଦନ୍ତ ଚାଲିଛି, ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ। ସର୍ବସମ୍ମୁଖରେ ରାଜକୋଷ ଲୁଣ୍ଠନ କେବେ ବି ଗ୍ରହଣୀୟ ନୁହେଁ। ସରକାର ନଜର ରଖିଛନ୍ତି, ଅପେକ୍ଷା କରନ୍ତୁ କାର୍ଯ୍ୟାନୁଷ୍ଠାନ ହେବ। ହେଲିକପ୍ଟର କିଏ ନେଇପାରିବ ବିଧି ରହିଛି, ଉଲ୍ଲଙ୍ଘନ ହୋଇଥିଲେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯିଏ ଦୋଷ କରିଛି-ତାଙ୍କ ଉପରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ। ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ଅପେକ୍ଷାରେ ଲୋକେ ରହିଛନ୍ତି। । ଏ ଘଟଣାର ଆଉ ପୁନରାବୃତ୍ତି ନହେଉ । ଆମ ସରକାର ଏ ନେଇ ପ୍ରତିଶ୍ରୁତି ବଦ୍ଧ । ଆମ ସରକାର ଏ କଥାକୁ ପୁରା ନଜର ରଖିଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା ।
Comments are closed.