www.samajalive.in
Sunday, December 7, 2025
14.1 C
Bhubaneswar

ମିଲେଟ୍ ସାମଗ୍ରୀ ବିକ୍ରି ପାଇଁ ରାଧାରାଣୀ ସ୍ୱୟଂ ସହାୟକ ଗୋଷ୍ଠୀର ଶ୍ରେଷ୍ଠ ପ୍ରଦର୍ଶନ

ଡେସ୍କ: ଶ୍ରୀ ଅନ୍ନ ଅଭିଯାନ ଓ ମିଶନ ଶକ୍ତିର ମିଳିତ ଉଦ୍ୟମରେ ଭୁବନେଶ୍ୱରର ୫ଟି ମିଲେଟ୍ ଶକ୍ତି କାଫେ ଏବଂ ୨ଟି ଆଉଟଲେଟର ପରିଚାଳନା ଦାୟିତ୍ୱରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କର ମାସିକ କାର୍ଯ୍ୟଦକ୍ଷତାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବରମୁଣ୍ଡାସ୍ଥିତ ୱାସନ ଅଫିସର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସଭାରେ ସେମାନଙ୍କ ଉଦ୍ୟୋଗର ବିକାଶ, ଉତ୍ପାଦର ସ୍ୱଚ୍ଛତା ଏବଂ ଗୁଣବତ୍ତା ବଜାୟ ପାଇଁ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଯେଉଁଥିରେ ୭ଟି ସ୍ୱୟଂ ସହାୟକ ଗୋଷ୍ଠୀର ୧୭ଜଣ ସଦସ୍ୟା ଯୋଗ ଦେଇ ଖାଦ୍ୟର ଗୁଣବତ୍ତା, ପରିଚାଳନାରେ ଦେଖାଦେଉଥିବା ସମସ୍ୟା ଏବଂ ଆଗାମୀ ଦିନରେ କିପରି ଆହୁରି ଅଧିକ ମିଲେଟଭିତ୍ତିକ ଖାଦ୍ୟ ସାମଗ୍ରୀକୁ ସାମିଲ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା।

ଏହି ଅବସରରେ ଶ୍ରେଷ୍ଠ ବିବେଚିତ ମିଲେଟ୍ ଶକ୍ତି କାଫେ ପାଇଁ ରାଧାରାଣୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ସମ୍ମାନିତ କରାଯାଇଥିଲା। ମିଲେଟ୍ ଶକ୍ତି କାଫେରେ ସାମଗ୍ରୀ ବିକ୍ରି, ଏହାର ଗୁଣାତ୍ମକ ମାନ ଓ ଗ୍ରାହକଙ୍କ ମତାମତକୁ ଆଧାର କରି ଜୁଲାଇ ମାସର ‘ଶ୍ରେଷ୍ଠ କାଫେ’ ଚୟନ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସମେତ ଶ୍ରୀ ଅନ୍ନ ଅଭିଯାନ ପ୍ରୋଗ୍ରାମ ସେକ୍ରେଟେରିଏଟର ସହକାରୀ ରାଜ୍ୟ ସଂଯୋଜକ ପ୍ରକାଶ ମଲ୍ଲିକ, ତପନ କୁମାର ବେହେରା (ସମନ୍ବୟ ସହଯୋଗ ୟୁନିଟ୍, ମିଶନ ଶକ୍ତି), ମିଶନ ଶକ୍ତିର ବ୍ଲକ୍ ପ୍ରକଳ୍ପ ସଂଯୋଜକ ଗଙ୍ଗୋତ୍ରୀ ପ୍ରିୟଦର୍ଶନୀ ଏବଂ ନାରାୟଣ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories