www.samajalive.in
Monday, December 8, 2025
20.1 C
Bhubaneswar

ଭିଭୋର ନୂଆ ମଡେଲ, ଜାଣନ୍ତୁ ଦାମ୍ ଓ ଫିଚର୍ସ

ନୂଆଦିଲ୍ଲୀ : ଚାଇନିଜ୍ ଟେକ୍ କମ୍ପାନୀ ଭିଭୋ ୨୧ ମାର୍ଚ୍ଚରେ ଟି-ସିରିଜର ନୂଆ ସ୍ମାର୍ଟଫୋନ୍ ଟି୩ ୫ଜି ଭାରତରେ ଲଞ୍ଚ୍ କରିବ । କମ୍ପାନୀ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ଅଫିସିଆଲ ଓ୍ବେବସାଇଟରେ ଫୋନକୁ ଟିଜ୍ କରି ବଜାର ପ୍ରବେଶ ତାରିଖର ସୂଚନା ଦେଇଛି । ଏଥିରେ ୫ ହଜାର ଏମଏଏଚର ବ୍ୟାଟେରୀ ଏବଂ ୬.୬୭ ଇଞ୍ଚର ଫୁଲ ଏଚଡି ପ୍ଲସ ଡିସପ୍ଲେ ମିଳିବ ।

ଏହାର ପ୍ରାରମ୍ଭିକ ଦାମ୍ ୧୯,୯୯୯ ଟଙ୍କା ହୋଇପାରେ । ଏଥିରେ ୧୨୦ ହର୍ଜ ରିଫ୍ରେଶ୍ ରେଟ୍ ବିଶିଷ୍ଟ ୬.୬୭ ଇଞ୍ଚର ଫୁଲ ଏଚଡି ପ୍ଲେସ୍ ଆମୋଲେଡ୍ ଡିସପ୍ଲେ ମିଳିବ । ଏହାର ପିକ୍ ବ୍ରାଇଟନେସ୍ ୧୮୦୦ ନିଟ୍ସ ରହିବ । କ୍ୟାମେରା କଥା କହିବା ତ ଏଥିରେ ୫୦, ୫ ଏବଂ ୨ ଏମପିର ତିନୋଟି କ୍ୟାମେରା ମିଳିବ । ଫୋନରେ ୧୬ ଏମପିର ସେଲ୍ଫି କ୍ୟାମେରା ଦେଇପାରେ କମ୍ପାନୀ । ଫୋନରେ ୪୪ ଡବ୍ଲୁର ଫାଷ୍ଟ ଚାର୍ଜିଂ ସହିତ ୫ ହଜାର ଏମଏଏଚର ବ୍ୟାଟେରୀ ମିଳିବ । ଫୋନ୍ ଆଣ୍ଡ୍ରଏଡ୍ ୧୪ରେ କାମ କରିବ । ରାମ୍ ୮ ଜିବି ସହିତ ଷ୍ଟୋରେଜ୍ ପାଇଁ ୧୨୮ ଏବଂ ୨୫୬ ଜିବିର ବିକଳ୍ପ ଫୋନରେ ମିଳିବ ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories