www.samajalive.in
Monday, December 8, 2025
20.1 C
Bhubaneswar

ସମସ୍ତଙ୍କୁ ଅନୁପ୍ରାଣିତ କରେ ସୈନିକଙ୍କର ଦେଶପ୍ରେମ, ଶୃଙ୍ଖଳା ଓ ଉତ୍ସର୍ଗୀକୃତ ଜୀବନ 

ବାଲିଆପାଳ:  ଭାରତର ସାର୍ବଭୈାମତ୍ୱ ଓ ଅଖଣ୍ଡତା ପାଇଁ ସୈନିକମାନଙ୍କର ଅବଦାନ ଅତୁଳନୀୟ। ସୀମାନ୍ତରେ ସେମାନେ ଦେଶର ଜାଗ୍ରତ ପ୍ରହରୀ ଭାବେ କାର‌୍ୟ୍ୟ କରନ୍ତି । ରାଷ୍ଟ୍ର ପାଇଁ ସେମାନଙ୍କ ତ୍ୟାଗ ଓ ବଳିଦାନର ପଟ୍ଟାନ୍ତର ନାହିଁ। ସେମାନଙ୍କ ଦେଶପ୍ରେମ ଶୃଙ୍ଖଳା ଓ ଉତ୍ସର୍ଗୀକୃତ ଜୀବନ ସମସ୍ତଙ୍କୁ ଅନୁପ୍ରାଣିତ କରୁ ବୋଲି ଆଜି ଭାରତୀୟ ପୂର୍ବତନ ସଙ୍ଗଠନ ବାଲିଆପାଳ ଶାଖାର ଷୋଡଶ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜାତୀୟ କାର୍ଯ୍ୟକାରୀ ମିଳିତ ପୁରାତନ ସୈନିକ ସଂଘ ଭୁବନେଶ୍ୱର ବୀରବାହାଦୂର ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଏହି ଅବସରରେ ଅବସରପ୍ରାପ୍ତ ସୈନିକ ମାନଙ୍କର ସମସ୍ତ ସୁବିଧା, ଅସୁବିଧା ଦୂର କରିବା ପାଇଁ ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଭାରତୀୟ ପୂର୍ବତନ ସୈନିକ ସଙ୍ଗଠନ ବାଲିଆପାଳ ଶାଖାର ସଭାପତି କମଳଲୋଚନ ପିଳାଙ୍କ ପୈାରହିତ୍ୟରେ ଅନୁଷ୍ଟିତ ଏହି କାର‌୍ୟ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବିଦ୍ୟାଧର ନାୟକ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଅବସରପ୍ରାପ୍ତ ସୈନିକ ମାନେ ଅନେକ ସମୟରେ ସାମାଜିକ କ୍ଷେତ୍ରରେ ନଷ୍ପେଷିତ ହେଉଛନ୍ତି। ଦେଶର ସୁରକ୍ଷାରେ ନିୟୋଜିତ ଏହି ସୈନିକ ମାନଙ୍କୁ ଉପଯୁକ୍ତ ଶ୍ରଦ୍ଧା ଓ ସମ୍ମାନ ମିଳୁନାହିଁ। ଏଭଳି ଚିନ୍ତାଧାରାର ପରିବ ର୍ନ ହେବାର ଅବଶ୍ୟକତା ଅଛି ବୋଲି ସେ କହିଥିଲେ।

- Advertisement -

ସମ୍ମାନୀତ ଅତିଥି ଭାବେ ମେଜର ଜେନେରାଲ ରାମକୃଷ୍ଣ ସାହୁ ଯୋଗ ଦେଇଥିଲେ। ବାଲିଆପାଳ ଶାଖାର ପୂର୍ବତନ ସାଧାରଣ ସଂପାଦକ ରାଧାନାଥ ରାଉତ ବାର୍ଷୀକ ବିବରଣୀ ପାଠ କରିଥିବା ବେଳେ ମନୋଜ କୁମାର ସି ମଂଚ ଆହ୍ୱାନ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରପ୍ରାପ୍ତ ସୈନିକ ମାନଙ୍କର ପୁଅ, ଝିଅ ଓ ପତ୍ନୀ ମାନଙ୍କୁ ନେଇ ବିଭି୍ନ ସାଂସ୍କୃତିକ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ କୃତକାର‌୍ୟ୍ୟ ହୋଇଥିବା ପ୍ରତିନିଧି ମନାଙ୍କୁ ସଙ୍ଗଠନ ପକ୍ଷରୁ ପୁରଷ୍କୃତ କରାଯାଇଥିଲା । ଚୈତନ୍ୟ ପ୍ରଧାନ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ। କାର‌୍ୟ୍ୟକ୍ରମକୁ ଜୟରାମ ପାତ୍ର, ଚତୁର୍ଭୁଜ ପ୍ରଧାନ, ସୁରେଶ ସାହୁ, ଗଙ୍ଗାଧର ସାହୁ, ପ୍ରକାଶ ସାହୁ, ପ୍ରମୋଦ କୁମାର ସି, ରଣଜିତ ନନ୍ଦି, ରଜନୀକାନ୍ତ ସି, ଅର୍ଜୁନ ବାରିକ ପ୍ରମୁଖ ପରିଚାଳନା କରିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories