www.samajalive.in
Monday, December 8, 2025
17.1 C
Bhubaneswar

ଭିନ୍ନକ୍ଷମଙ୍କ ମୁହଁରେ ହସ ଫୁଟାଇଲେ ଯୁବଗୋଷ୍ଠୀ

ବାଲିଆପାଳ: ଆଧୁନିକ ସମାଜରେ ଅଧିକାଂଶ ଯୁବଗୋଷ୍ଠୀ ନିଜକୁ ନିଶା ଦ୍ରବ୍ୟ ସେବନ କରିବା ଠାରୁ ଆରମ୍ଭ କରି ଓ୍ବାଟସଆପ, ଫେସବୁକ ଭିତରେ ବୁଡି ରହୁଛନ୍ତି ତ ଆଉ କିଏ ଫିଲ୍ମ ଦେଖିବା, ଗାଡ଼ି ଧରି ବୁଲିବା ଭଳି ଅଭ୍ୟାସରେ ସମୟ ବିତାଉ ଥିବା ବେଳେ, ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ଲଙ୍ଗଳେଶ୍ୱର ଅଞ୍ଚଳର କିଛି ଯୁବଗୋଷ୍ଠି ଆଜି ଡଗରା ଠାରେ ଥିବା ମଦର ଟେରେସା ଭିନ୍ନକ୍ଷମ ଆବାସିକ ବିଦ୍ୟାଳୟକୁ ଯାଇ ସେଠାରେ ଥିବା କୁନିକୁନି ଭିନ୍ନକ୍ଷମ ଛାତ୍ର ଛାତ୍ରୀଙ୍କ ମୁହଁରେ ହସ ଫୁଟାଇବା ପାଇଁ ପ୍ରୟାସ କରିଛନ୍ତି।

ଯୁବଗୋଷ୍ଠିର ଜଗନ୍ନାଥ ପ୍ରମାଣିକ ଏବଂ ଚିତ୍ତରଞ୍ଜନ ପଣ୍ଡାଙ୍କ ପ୍ରୟାସରେ ଆଜି ଏହି ଭିନ୍ନକ୍ଷମ ବିଦ୍ୟାଳୟରେ କୁନି କୁନି ଭିନ୍ନକ୍ଷମ ଛାତ୍ର ଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନରେ ସୁସ୍ୱାଦ ଖାଦ୍ୟର ବ୍ୟବସ୍ଥା କରାଇଥିଲେ। ଯୁବଗୋଷ୍ଠିର ଅମୁଲ୍ୟ କୁମାର ଦାସ, ଶୁଭପ୍ରକାଶ ଜେନା, ସମ୍ବିତ ରାଉଳ, ଶୁଭଙ୍କର ଦାସ, ମାନଗୋବିନ୍ଦ ପଟ୍ଟାୟତ, ଓଁକାର ଭୂୟାଁ, ଅରିନ ମହାନ୍ତି, ସୋନୁନିଗମ ଦାସ, ସତ୍ୟପ୍ରକାଶ ବାରିକ, ସତ୍ୟନାରାୟ ଜେନା, ସୌଭାଗ୍ୟ ରଞ୍ଜନ ପାତ୍ର, ରାଜେଶ ଦାସ, ନରୋତ୍ତମ ମଲ୍ଲିକ, ରୂପକ ଦେ, ଆଶିଷ ଦେ, ମୀନକେତନ ଦାସ, ମାନସ ରଞ୍ଜନ ସେନାପତି ପ୍ରମୁଖ ସହଯୋଗ କରିଥିଲେ l ଯୁବଗୋଷ୍ଠିର ଏହି ମହାନ କାର୍ଯ୍ୟକୁ ବୁଦ୍ଧିଜୀବୀ ମାନେ ପ୍ରସଂଶା କରିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories