www.samajalive.in
Monday, December 8, 2025
27.1 C
Bhubaneswar

ଭିଭୋ ଆଣୁଛି ଦମ୍‌ଦାର୍‌ ଫିଚର ସହ ଏହି ୫ଜି ଫୋନ୍‌; ଦାମ୍‌ ଏତିକି..

ନୂଆଦିଲ୍ଲୀ : ଭିଭୋ ଟି୪ ସିରିଜ୍‌ରେ ଆଉ ଏକ ଦମ୍‌ଦାର୍‌ ଫୋନ୍‌ ଭାରତରେ ଲଞ୍ଚ ହେବାକୁ ଯାଉଛି । ଭିଭୋର ଏହି ଫୋନ୍‌ ଟି୪ ପ୍ରୋ ୫ଜିର ନାମରେ ମାର୍କେଟରେ ପ୍ରବେଶ କରିବ । କମ୍ପାନୀ ଗତ କିଛି ଦିନରେ ଏହି ଫୋନ୍‌କୁ ଆଣିଛି । କମ୍ପାନୀ ଏବେ ଏହି ସ୍ମାର୍ଟଫୋନ୍‌ର ଲଞ୍ଚ ତାରିଖ ସାମ୍ନାକୁ ଆଣିଛି । ଏହାର ଜବରଦସ୍ତ ଫିଚର ମଧ୍ୟ ଜଣାଇଛି । ଭିଭୋର ଏହି ଫୋନ୍‌ ୬,୫୦୦ ଏମଏଏଚର ଦମ୍‌ଦାର୍‌ ବ୍ୟାଟେରୀ ସହ ଆସୁଛି ।
ଏହି ଫୋନ୍‌ ଏବେ ଇ-କମର୍ସ ୱେବସାଇଟ୍‌ ଫ୍ଲିପ୍‌କାର୍ଟରେ ମଧ୍ୟ ତାଲିକାରେ ଯୋଡିଛି । ଏହା ୨୬ ଅଗଷ୍ଟରେ ଲଞ୍ଚ କରାଯିବ । ଫୋନ୍‌ର ଦାମ୍‌ ୨୫,୦୦୦ ଟଙ୍କାରୁ ୩୦,୦୦୦ ଦାମ୍‌ ମଧ୍ୟରେ ରହିବ । ଭିଭୋ ଟି୪ ପ୍ରୋ ନୀଳ ଓ ସୁନେଲୀ ରଙ୍ଗରେ ଆସିବ ।

ଏହି ଫୋନ୍‌ ୫୦ ଏମପିର ଟେଲିଫୋଟୋ କ୍ୟାମେରା ସହ ଆସିଥାଏ । ଯାହା ୩x ଅପ୍ଟିକଲ୍‌ ଜୁମ୍‌କୁ ସପୋର୍ଟ କରିବ । ଏହି ଫୋନ୍‌ରେ ତିନିଟି କ୍ୟାମେରା ରହିବ । ଯେଉଁଥିରେ ମୁଖ୍ୟ କ୍ୟାମେରା ସହ ଅଲଟ୍ରା ୱାଇଡ୍‌ ଓ ଟେଲିଫୋଟୋ ସେନ୍ସର ସାମିଲ ରହିଛି ।

ଏଥର ଗଣେଶ ପୂଜାରେ ଦୁର୍ଲ୍ଲଭ ଯୋଗ ; ଏହି ୫ ରାଶିଙ୍କ ଉପରେ ହେବ ଧନ ବର୍ଷା, ମିଳିବ ବଡ ଖୁସି..

- Advertisement -

ଭିଭୋ ଟି୪ ପ୍ରୋରେ ଏକ କ୍ୱାଡ୍ କର୍ଭଡ୍ AMOLED ଡିସପ୍ଲେ ରହିବ, ଯାହା ୧୨୦ଏଚ୍‌ଜେଡ୍‌ ଉଚ୍ଚ ରିଫ୍ରେସ୍ ରେଟ୍ ସମର୍ଥନ କରିବ। ଫୋନର ଘନତା ୭.୫୩ ଏମଏମ ହେବ ଏବଂ ଏଥିରେ Qualcomm Snapdragon 7 Gen 4 ପ୍ରୋସେସର୍ ରହିବ। ରିପୋର୍ଟ ଅନୁସାରେ, ଏଥିରେ ଏଆଇ ଆଧାରିତ ଇମେଜିଂ ଫିଚର ରହିବ। ଏହି ଫୋନଟି ଗତବର୍ଷ ଲଞ୍ଚ ହୋଇଥିବା ଭିଭୋ ଟି୩ ପ୍ରୋର ଏକ ଅପଗ୍ରେଡ୍ ହେବ।

ଜିଓ ଦେଲା ବଡ ଝଟ୍‌କା; ବନ୍ଦ କଲା ଏହି ଶସ୍ତା,ଲୋକପ୍ରିୟ ରିଚାର୍ଜ ପ୍ଲାନ୍‌

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories