ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯେପରି ଭିଟାମିନ ସି ଥିବା ଖାଦ୍ୟପଦାର୍ଥ ଯେପରି ଆବଶ୍ୟକ, ସେହିପରି ମୁହଁ ପାଇଁ ଏହା ଖୁବ ଲାଭଦାୟକ। ମୁହଁ ପାଇଁ ଏହାକୁ କିପରି ବ୍ୟବହାର କରିବାକୁ ହେବ ସେ ବିଷୟରେ ଜାଣନ୍ତୁ….
ନିୟମିତ ଭିଟାମିନ ସି ଯୁକ୍ତ ଖାଦ୍ୟପଦାର୍ଥ ଓ ଫଳ ଖାଆନ୍ତୁ। କମଳା, ଟମାଟୋ, ଲେମ୍ବୁ, କଦଳୀ ଆଦି ଭିଟାମିନ ସିର ଉତ୍ତମ ସ୍ରୋତ। ଭିଟାମିନ ସି ଥିବା କ୍ରିମ, ସିରମ, ପାଉଡ଼ର, ଲୋଶନ ବଜାରରେ ଉପଲବ୍ଧ। ଏହି ସମସ୍ତ ବିୟୁଟି ଦ୍ରବ୍ୟକୁ ସକାଳ କିମ୍ବା ରାତି ସମୟରେ ମୁହଁରେ ବ୍ୟବହାର କରିବା ଉଚିତ। ଏହାକୁ ଲଗାଇ ଖରାକୁ ତୁରନ୍ତ ଯାଆନ୍ତୁ ନାହିଁ। କିଛି ସମୟପରେ ସନ କ୍ରିମ ଲଗାଇ ବାହାରକୁ ଯାଇପାରିବେ।
ଭିଟାମିନ ସିର ବ୍ୟବହାରରେ ହୋଇଥାଏ ଏହି ଲାଭ-
ମୁହଁର ବିଭିନ୍ନ ଦାଗକୁ ଦୂର କରିଥାଏ।
ମୁହଁରେ ସୃଷ୍ଟି ହେଉଥିବା କୁଞ୍ଚନ ଓ ବ୍ରଣ ସମସ୍ୟାକୁ ଏହା ଦୂର କରିଥାଏ।
ନିୟମିତ ଏହାକୁ ବ୍ୟବହାର କରିବା ଦ୍ୱାରା ମୁହଁର ଚମକ ବୃଦ୍ଧି ପାଇଥାଏ। ମୁହଁ ଗୋରା ମଧ୍ୟ ହୋଇଥାଏ।
ଭିଟାମିନ ସିରେ ଆଣ୍ଟିଅକ୍ସିଡ଼ାଣ୍ଟ ପ୍ରଚୁର ମାତ୍ରାରେ ରହିଛି। ଯାହା ମୁହଁର ବିଭିନ୍ନ ସମସ୍ୟାକୁ ଦୂର କରିଥାଏ।
ମୁହଁ ପାଇଁ ଲାଭଦାୟକ ଭିଟାମିନ ସିର ବ୍ୟବହାର
Popular Categories



