www.samajalive.in
Monday, December 8, 2025
20.1 C
Bhubaneswar

ଫୋର୍ବସ ତାଲିକା; ସର୍ବାଧିକ ଆୟ କରୁଥିବା ୧୦୦ ଖେଳାଳିଙ୍କ ମଧ୍ୟରେ ଜଣେ କ୍ରିକେଟର କୋହଲି

ଲଣ୍ଡନ : ଫୋର୍ବସ ପକ୍ଷରୁ ପ୍ରସ୍ତୁତ ବିଶ୍ୱର ସର୍ବାଧିକ ଆୟ କରୁଥିବା ୧୦୦ ଖେଳାଳିଙ୍କ ତାଲିକାରେ ବିରାଟ କୋହଲି ମାତ୍ର ଜଣେ କ୍ରିକେଟର ଭାବେ ସ୍ଥାନ ପାଇଛନ୍ତି। ବିରାଟ କୋହଲି ସର୍ବାଧିକ ଆୟ କରୁଥିବା କ୍ରିକେଟର ଭାବେ କ୍ରମାଗତ ତୃତୀୟ ବର୍ଷ ଫୋର୍ବସ ତାଲିକାରେ ରହିଛନ୍ତି। ୨୦୧୭ରେ ୧୪୧ କୋଟି ଟଙ୍କାର ସମ୍ପତ୍ତି ସହ କୋହଲି ଫୋର୍ବସ ତାଲିକାର ୮୯ ନମ୍ବର ସ୍ଥାନରେ, ୨୦୧୮ରେ ୧୬୬ କୋଟି ଟଙ୍କାର ଆୟ ସହ ତାଲିକାର ୮୩ ନମ୍ବର ସ୍ଥାନରେ ଥିଲେ। ୨୦୧୮ ଜୁନରୁ ୨୦୧୯ ଜୁନ ମଧ୍ୟରେ କୋହଲିଙ୍କ ଆୟ ୧୦ ଲକ୍ଷ ଡଲାର (୭ କୋଟି ଟଙ୍କା) ବୃଦ୍ଧି ପାଇ ୧୭୩.୩ କୋଟି ଟଙ୍କାରେ ପହଞ୍ଚିଛି। ଚଳିତ ଥର ସେ ତାଲିକାର ୧୦୦ ନମ୍ବର ସ୍ଥାନ ବା ଶେଷରେ ଅଛନ୍ତି।
ପ୍ରଥମ ଥର ଆର୍ଜେଣ୍ଟିନା ଫୁଟବଲର ଲିୟୋନେଲ ମେସି ପର୍ତ୍ତୁଗିଜର ଫୁଟବଲର କ୍ରିଷ୍ଟିୟାନା ରୋନାଲ୍ଡୋଙ୍କୁ ପଛରେ ପକାଇ ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି। ସେ ଏହି ସମୟ ମଧ୍ୟରେ ୧୨.୭ କୋଟି ଡଲାର (୮୮୧.୭୨ କୋଟି ଟଙ୍କା) ଆୟ କରିଛନ୍ତି। ତାଙ୍କ ପଛକୁ ରୋନାଲ୍ଡୋ ଏହି ଅବଧି ମଧ୍ୟରେ ୧୦.୯ କୋଟି ଡଲାର (୭୫୬.୩୫ କୋଟି ଟଙ୍କା) ଆୟ କରିଛନ୍ତି। ତାଲିକା ଅନୁସାରେ ବିଶ୍ୱର ସର୍ବାଧିକ ଆୟ କରୁଥିବା ଶୀର୍ଷ ୩ ଖେଳାଳି ହେଉନ୍ତି ଫୁଟବଲର। ଏହି କ୍ରମରେ ପ୍ରଥମ ସ୍ଥାନରେ ମେସି, ଦ୍ୱିତୀୟ ସ୍ଥାନେର ରୋନାଲ୍ଡୋ ଓ ତୃତୀୟ ସ୍ଥାନରେ ନେମାର ଅଛନ୍ତି। ତାଲିକାର ଶୀର୍ଷରେ ଥିବା ମେସି ଓ ତାଲିକାର ଶେଷରେ ଥିବା କୋହଲିଙ୍କ ଆୟରେ ୫ ଗୁଣା ବ୍ୟବଧାନ ରହିଛି।

ଫୋର୍ବସ ଖେଳାଳିଙ୍କ ବାର୍ଷିକ ଆୟ, ଦରମା, ଟୁର୍ଣ୍ଣାମେଣ୍ଟରେ ଜିତିଥିବା ଅର୍ଥ, ବିଜ୍ଞାପନ ଓ ଅନ୍ୟାନ୍ୟ ଆୟକୁ ମିଶାଇ ଏହି ତାଲିକା ପ୍ରସ୍ତୁତ କରିଛି। ଗତ ବର୍ଷ ୨୨ ଦେଶର ଖେଳାଳିଙ୍କୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଥିଲା ବେଳେ ଚଳିତ ଥର ଏଥିରେ ୨୫ଟି ଦେଶକୁ ଅନ୍ତର୍ଭୁକ୍ତ କରାଯାଇଛି। ସର୍ବାଧିକ ଆୟ କରୁଥିବା ୧୦୦ ଖେଳାଳିଙ୍କ ମଧ୍ୟରେ ମାତ୍ର ଜଣେ ମହିଳା ଭାବେ ଟେନିସ ଖେଳାଳି ସେରେନା ୱିଲିୟମ୍ସ ତାଲିକାରେ ସ୍ଥାନ ପାଇଛନ୍ତି। ୨୦୧୮-୧୯ ବର୍ଷରେ ୯.୩୪ କୋଟି ଡଲାର (୬୪୭ କୋଟି ଟଙ୍କା) ଆୟ ସହ ସେରେନା ତାଲିକାର ପଞ୍ଚମ ସ୍ଥାନରେ ଅଛନ୍ତି। ଗତ ବର୍ଷ ତାଙ୍କ ଆୟ ୨.୯ କୋଟି ଡଲାର (୨୦୨.୫ କୋଟି ଟଙ୍କା) ଥିଲା।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories