www.samajalive.in
Wednesday, December 10, 2025
18.1 C
Bhubaneswar

ବିରାଟ କୋହଲି ନଂ ୧

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଅଧିନାୟକତ୍ବ ପାଳି ଖେଳି ବିରାଟ କୋହଲି ଭାରତକୁ ଏକ ସମ୍ମାନଜନକ ସ୍ଥାନରେ ପହଞ୍ଚାଇ ପାରିଥିଲେ ହେଁ ଅଳ୍ପକେ ହାରିଯାଇଥିଲା। ଏହି ପାଳି ହିଁ ବିରାଟ କୋହଲିଙ୍କୁ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିବାରେ ସହାୟକ ହୋଇଛି।  ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଆଇସିସି ଟେଷ୍ଟ୍‍ ବ୍ୟାଟ୍‌ସ୍‌ମ୍ୟାନ୍‌ ତାଲିକାର ଶୀର୍ଷରେ ପହଞ୍ଚିଛନ୍ତି। ପ୍ରଥମ ଇନିଙ୍ଗ୍‌ସ୍‌ରେ ବିରାଟ କୋହଲି ୧୪୯ ରନ୍ ହାସଲ କରିଥିବା ବେଳେ ସେଥିରେ ୨୨ଟି ଚୌକା ଏବଂ ଗୋଟିଏ ଛକା ରହିଛି। ଦ୍ବିତୀୟ ଇନିଙ୍ଗସରେ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଅଷ୍ଟ୍ରେଲିଆର ବ୍ୟାଟସମ୍ୟାନ୍ ଷ୍ଟିବ୍‌ ସ୍ମିଥ୍‌ଙ୍କୁ ପଛରେ ପକାଇ ବିରାଟ ଏହି ଗୌରବ ହାସଲ କରିଛନ୍ତି। ଏଥି ସହିତ ବିରାଟ ଆଉ ଏକ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ସେ ଦ୍ବିତୀୟ ଭାରତୀୟ ବ୍ୟାଟସମ୍ୟାନ୍ ଭାବରେ ବିଗତ ସାତ ବର୍ଷ ଭିତରେ ଆଇସିସି ଟେଷ୍ଟ ବ୍ୟାଟସମ୍ୟାନ୍ ତାଲିକାରେ ନଂ ୧ ସ୍ଥାନ ଅଧିକାର କରିଛନ୍ତି। ଏହା ପୂର୍ବରୁ ଏହି ସମୟ ମଧ୍ୟରେ ସଚିନ ତେନ୍ଦୁଲକର ଶେଷ ଭାରତୀୟ ଭାବେ ଏହି ଗୌରବ ହାସଲ କରିଥିଲେ।

ସୂଚନାଯୋଗ୍ୟ, ଦୀର୍ଘ ୧୬ ବର୍ଷ ପରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ଶତକ ହାସଲ କରିଛନ୍ତି। ୨୦୦୨ରେ ତତ୍କାଳିନ ଅଧିନାୟକ ସୌରଭ ଗାଙ୍ଗୁଲି ଶେଷ ଥର ଇଂଲଣ୍ଡର ପଡିଆରେ ଶତକ ହାସଲ କରିଥିଲେ । ଏହି ମ୍ୟାଚରେ ସୌରଭ ଗାଙ୍ଗୁଲି ୧୨୮ ରନ ହାସଲ କରିଥିବା ବେଳେ ସଚିନ ତେନ୍ଦୁଲକର ଓ ରାହୁଲ ଦ୍ରାବିଡ ମଧ ଶତକ ହାସଲ କରିଥିଲେ । ୨୦୦୭ରେ ଅନିଲ କୁମ୍ବଲେ, ୨୦୧୧ରେ ରାହୁଲ ଦ୍ରାବିଡ ଓ ୨୦୧୪ରେ ଆଜିଙ୍କ୍ୟା ରାହାଣେ ଓ ମୁରଲୀ ବିଜୟ ଶତକ ହାସଲ କରିଥିଲେ ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories