www.samajalive.in
Tuesday, December 9, 2025
17.1 C
Bhubaneswar

ପ୍ୟାରିସ ଅଲିମ୍ପିକ୍ସ: ଫାଇନାଲରେ ଭିନେଶ ଫୋଗଟ, ପଦକ ନିଶ୍ଚିତ

ପ୍ୟାରିସ : କୁସ୍ତି ଫାଇନାଲରେ ପ୍ରବେଶ କରିଛନ୍ତି ଭିନେଶ ଭୋଗଟ। ୫୦ କେଜି ଫ୍ରିଷ୍ଟାଇଲରେ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। କ୍ୟୁବାର ଲୋପେଜଙ୍କୁ ୫-୦ରେ ହରାଇ ଫାଇନାଲରେ ପହଞ୍ଚିଛନ୍ତି ଫୋଗଟ। ଫାଇନାଲରେ ପହଞ୍ଚିବାସହ ଭାରତ ପାଇଁ ପ୍ୟାରିସରେ ପଦକ ନିଶ୍ଚିତ କଲେ ଫୋଗଟ। ସେ ଫାଇନାଲ ଜିତିଲେ ସ୍ବର୍ଣ୍ଣ, ହାରିଲେ ରୌପ୍ୟ ପଦକ ମିଳିବ।

ଅଲିମ୍ପିକ୍ସରେ ଭାରତୀୟ କୁସ୍ତି ଯୋଦ୍ଧା ବିନେଶ ଫୋଗେଟ୍ ଇତିହାସ ସୃଷ୍ଟି କରିଛନ୍ତି । ଭିନେଶ ଫୋଗଟ କ୍ୟୁବାର କୁସ୍ତି ଯୋଦ୍ଧାଙ୍କୁ ପରାସ୍ତ ପରେ ଫାଇନାଲରେ ପ୍ରବେଶ ସହ  ପ୍ରଥମ ଭାରତୀୟ ମହିଳା ରେସଲର ଭାବେ ଅଲିମ୍ପିକ୍ ଫାଇନାଲରେ ପ୍ରବେଶ କରିଛନ୍ତି। ମହିଳା ୫୦ କିଲୋଗ୍ରାମ ଓଜନ ବର୍ଗର ସେମିଫାଇନାଲରେ ସେ କ୍ୟୁବାର ଲୋପେଜ ଗୁଜମାନଙ୍କୁ ୫-୦ ରେ ପରାସ୍ତ କରିଛନ୍ତି। ପ୍ରଥମ ରାଉଣ୍ଡ ପର୍ଯ୍ୟନ୍ତ ଭିନେଶ ୧-୦ରେ ଆଗୁଆ ରହିଥିଲେ। ତା’ପରେ ତିନି ମିନିଟରେ ସେ କ୍ୟୁବା ରେସଲରଙ୍କ ଉପରେ ଦୁଇଥର ଆକ୍ରମଣ କରି ଚାରି ପଏଣ୍ଟ ହାସଲ କରିଥିଲେ। ସେ ଏହି ଅଗ୍ରଣୀକୁ ଶେଷ ପର୍ଯ୍ୟନ୍ତ ବଜାୟ ରଖି ବିଜୟୀ ହୋଇଥିଲେ ଏବଂ ଫାଇନାଲରେ ପ୍ରବେଶ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories