www.samajalive.in
Sunday, December 7, 2025
26.1 C
Bhubaneswar

ଦୋବଲ ଜୋନ୍‌ରେ ବିକଶିତ ଭାରତ ସଂକଳ୍ପ ଯାତ୍ରା; ଆଭାସୀ ମାଧ୍ୟମରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ

ଦୋବଲ: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ମୁସ୍ତଫାପୁରଠାରେ ସୋମବାର ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ରଥ ମୁସ୍ତଫାପୁର ହାଟ ପଡ଼ିଆରେ ପହଞ୍ଚିଥିଲା। ମଧ୍ୟାହ୍ନ ୧୨ଟା ବେଳେ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହୋଇଥିଲେ। ଭାରତର ବିଭିନ୍ନ ରାଜ୍ୟରେ କେନ୍ଦ୍ରୀୟ ଯୋଜନାର ଲାଭାର୍ଥିଙ୍କ ସହ ପ୍ରଧାନମନ୍ତ୍ରୀ ସିଧାସାସଳଖ କଥା ହୋଇଥିଲେ। କୌଣସି ଉପଯୁକ୍ତ ହିତାଧିକାରୀ ସରକାରୀ ଯୋଜନାରୁ ବଞ୍ଚିତ ନ ରହିଯାଆନ୍ତି, ସେନେଇ ପଦକ୍ଷେପ ନେବା ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଉପସ୍ଥିତ ଲୋକଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ। ତେଣିକି ସେ ମୁମ୍ବାଇ ଭଳି ମହାନଗର ହେଉ କି ମିଜୋରମା ଭଳି ରାଜ୍ୟର କୌଣସି ଏକ ଛୋଟ ଗାଁ, ସବୁଠି ଏହି ଗାଡ଼ି ପହଞ୍ଚି ଉପଯୁକ୍ତ ଲାଭାର୍ଥୀଙ୍କୁ ସରକାରୀ ଯୋଜନାର ଫାଇଦା ଦେବାକୁ ପଦକ୍ଷେପ ନେବ ବୋଲି ସେ କହିଛନ୍ତି। ଏବେ ଡାଲି ଚାଷ କରୁଥିବା ଚାଷୀମାନେ ସିଧାସଳଖ ଅନଲାଇନରେ ନିଜର ଉତ୍ପାଦ ବିକ୍ରି କରିପାରିବେ। ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇଥିଲେ। ଏହି ଅବସରରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଉପସ୍ଥିତ ଲୋକଙ୍କୁ ଜଣାଇଥିଲେ। ଆୟୂଷ୍ମାନ ଭାରତ ଯୋଜନା, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ପିଏମ୍ କିଷାନ, ଗରିବ କଲ୍ୟାଣ ଅନ୍ନ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଶୌଚାଳୟ, ସୁକନ୍ୟା ସମୃଦ୍ଧି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଓ ବିଶ୍ବକର୍ମା ଯୋଜନା ସଂପର୍କରେ ଆଲୋକପାତ କରିଥିଲେ। ଏହାସହ ବିଭିନ୍ନ ଯୋଜନାରୁ ବଞ୍ଚିତ ହିତାଧିକାରୀମାନେ ଏହି ସଂକଳ୍ପ ଯାତ୍ରା ଗାଡ଼ି ପାଖରେ ପୁଣିଥରେ ଆବେଦନ କରିପାରିବେ ବୋଲି ସେ କହିଥିଲେ। ପରେ ନିକଟ ଦୋବଲ ପଞ୍ଚାୟତରେ ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥ ପହଞ୍ଚି ଲୋକଙ୍କୁ କେନ୍ଦ୍ର ସରକାର ଯୋଜନା ସଂପର୍କରେ ଆଲୋକପାତ କରିଥିଲେ।

ଏହି ଦୁଇ କାର୍ଯ୍ୟକ୍ରମରେ ବିଧାୟକ ସୂର୍ଯ୍ୟବଂଶୀ ସୁରଜଙ୍କ ସହ ଦୋବଲ ସରପଞ୍ଚ ଅଶୋକ ପଣ୍ଡା, ସମିତିସଭ୍ୟ ସୁନିତା ସାହୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ପୋଷ୍ଟାଲ, କୃଷି, ଆଶା, ଅଙ୍ଗନବାଡି, ଏଏନଏମ, ସିଆରପି ଆଦି କର୍ମୀ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବିଜେପିର କର୍ମକର୍ତ୍ତା ପୂର୍ବତନ ଜିଲ୍ଲାପରିଷଦ ମନୋରଞ୍ଜନ ମଲ୍ଲିକ, ବିଜେଡି ଜିଲ୍ଲା ସଭାପତି ହେମନ୍ତ ପାଢୀ ପ୍ରମୋଦ ମଣ୍ଡଳଙ୍କ ସହ ଶତାଧିକ ମହିଳା ଓ ପୁରଷ ସାମିଲ ହୋଇଥିଲେ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories