www.samajalive.in
Thursday, December 11, 2025
23.1 C
Bhubaneswar

ବିଜୟ ହଜାରେ ଟ୍ରଫି : ମୁମ୍ବଇ ଚମ୍ପିଆନ

ବେଙ୍ଗାଲୁରୁ : ମୁମ୍ବଇ ଚଳିତବର୍ଷ ଆନ୍ତଃରାଜ୍ୟ ସିନିୟର ବିଜୟ ହଜାରେ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ଶନିବାର ସ୍ଥାନୀୟ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ମୁମ୍ବଇ ୪ ୱିକେଟରେ ଦିଲ୍ଲୀକୁ ପରାସ୍ତ କରିଛି। ଟସ୍‍ରେ ହାରି ପ୍ରଥମେ ବ୍ୟାଟିଂ ନିର୍ଦେଶ ପାଇଥିବା ଦିଲ୍ଲୀ ୪୫.୪ ଓଭରରେ ୧୭୭ ରନରେ ଅଲଆଉଟ ହୋଇଥିଲା। ହିମ୍ମତ ସିଂହ ୪୧, ଧ୍ରୁବ୍‍ ସୋରେ ୩୧, ସୁବୋଥ୍‍ ଭଟ୍ଟି ୨୫ ଓ ପବନ ନେଗି ୨୧ ରନ କରିଥିଲେ। ମୁମ୍ବଇ ପକ୍ଷରୁ ଧବଲ କୁଲକର୍ଣ୍ଣୀ ଓ ଶିବମ ଦୁବେ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିବାବେଳେ ତୁଷାର ଦେଶପାଣ୍ଡେ ୨ଟି ୱିକେଟ ପାଇଥିଲେ।
୧୭୮ ରନ୍‍ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ମୁମ୍ବଇ ଦଳ ଏକଦା ୪୦ ରନରେ ୪ଟି ୱିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପୃଥ୍ୱୀ ସ ୮, ଅଜିଙ୍କ୍ୟ ରାହାଣେ ୧୦, ସୂର୍ଯ୍ୟକୁମାର ଯାଦବ ୪ ଓ ଅଧିନାୟକ ଶ୍ରେୟସ ଆୟାର ୭ ରନ କରି ପ୍ୟାଭିଲିୟନ ଫେରିଯାଇଥିଲେ। ତେବେ ସିଦେ୍ଧଶ ଲାଡ୍‍ (୪୮) ଓ ୱିକେଟରକ୍ଷକ ଆଦିତ୍ୟ ତାରେ (୭୧) ୫ମ ୱିକେଟ ପାଇଁ ୧୦୫ ରନ ଯୋଗକରି ଦଳକୁ ବିଜୟର ନିକଟବର୍ତ୍ତୀ କରାଇଥିଲେ। ୧୭୬ ରନରେ ମୁମ୍ବଇ ଦଳ ଆଦିତ୍ୟ ତାରେ ଓ ସିଦେ୍ଧଶ ଲାଡ୍‍ଙ୍କ ୱିକେଟ ହରାଇଥିଲେ ସୁଦ୍ଧା ମୁମ୍ବଇ ୩୫ ଓଭରରେ ୬ ୱିକେଟରେ ୧୮୦ ରନ କରି ବିଜୟୀ ହୋଇଥିଲା। ଦିଲ୍ଲୀ ପକ୍ଷରୁ ନବଦୀପ ସୈନି ୩ଟି ୱିକେଟ ଅକ୍ତିଆର କରିଥିବାବେଳେ କୁଲୱନ୍ତ ଖେଜ୍ରୋଲିଆ, ମନନ ଶର୍ମା ଓ ଲଲିତ ଯାଦବ ପ୍ରତ୍ୟେକ ଗୋଟିଏ ୱିକେଟ ହାସଲ କରିଥିଲେ। ଆଦିତ୍ୟ ତାରେ ‘ପ୍ଲେୟାର ଅଫ୍‍ ଦି ମ୍ୟାଚ’ ବିବେଚିତ ହୋଇଛନ୍ତି।

Hot this week

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

Related Articles

Popular Categories