www.samajalive.in
Monday, December 8, 2025
17.1 C
Bhubaneswar

ଭିଜିଲାନ୍ସ ଜାଲରେ ବାଦୀ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ

ଖଡ଼ିଆଳ: ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ନୂଆପଡ଼ା ଜିଲା ଖଡ଼ିଆଳ ବାଦୀ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ସୁଜନ କୁମାର ସାହୁ। ନିଜ ସହକର୍ମୀ ଟିଜିଟି ଶିକ୍ଷକଙ୍କ ସର୍ଭିସ୍‌ ବୁକ୍‌ ଅପଡେଟ୍‌ ଏବଂ ବେତନରେ ବାର୍ଷିକ ବୃଦ୍ଧି ମଞ୍ଜୁର କରିବା ପାଇଁ ୪୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ବୁଧବାର ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଏହାସହିତ ତାଙ୍କ ନିକଟରୁ ଲାଞ୍ଚ ଟଙ୍କାକୁ ଜବତ କରାଯାଇଛି।

ସୂଚନାଯୋଗ୍ୟ, ଅଧ୍ୟକ୍ଷ ଶ୍ରୀ ସାହୁଙ୍କୁ ବିଦ୍ୟାଳୟର ଟିଜିଟି ଶିକ୍ଷକ ରାମକୃଷ୍ଣ ପ୍ରଧାନ ଏରିୟର ଇନକ୍ରିମେଣ୍ଟ ବାହାର କରିବା ପାଇଁ ଅନୁରୋଧ କରିଥିଲେ। ମାତ୍ର ଏଥିପାଇଁ ୪୦୦୦ ଟଙ୍କା ଦେବାକୁ ଅଧ୍ୟକ୍ଷ କହିଥିଲେ। ଏନେଇ ରାମକୃଷ୍ଣ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ ଆଜି ରାମକୃଷ୍ଣ ଅଧ୍ୟକ୍ଷଙ୍କୁ ତାଙ୍କ ଅଫିସ୍‌ ଚାମ୍ବରରେ କେମିକାଲ ବୋଳା ୪ ହଜାର ଟଙ୍କା ଦେଇଥିଲେ। ଉକ୍ତ ସମୟରେ ଛପି ରହିଥିବା କୋରାପୁଟ ଭିଜିଲାନ୍ସ ଟିମ୍‌ ଅଧ୍ୟକ୍ଷଙ୍କୁ କାବୁ କରିବା ସହ କେମିକାଲ ବୋଳା ନୋଟ୍‌ ଜବତ କରିଛନ୍ତି। ଏଥିସହ ଅନୁଗୁଳରେ ଥିବା ତାଙ୍କ ବାସଭବନ ଓ ବାଦୀ ସ୍ଥିତ କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି।

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories