ପୁଲିସର ଯାନବାହାନ ଯାଞ୍ଚ, ୧୭ହଜାର ଜରିମାନା ଆଦାୟ

ଗୁରୁଡ଼ିଝାଟିଆ: ଗୁରୁଡ଼ିଝାଟିଆ ପୁଲିସ ପକ୍ଷରୁ ଥାନା ଅଞ୍ଚଳର ବିଭିନ୍ନ ଛକମାନଙ୍କରେ ଯାନବାହନ ଯାଞ୍ଚ କରାଯାଇଛି। ଗାଡିର ସିଟବେଲ୍ଟ ନପିନ୍ଧିବା, ହେଲମେଟ ବ୍ୟବହାର ନକରିବା, ମୋବାଇଲ ଧରି ଗାଡି ଚଳାଇବା ଓ ଆବଶ୍ୟକ କାଗଜପତ୍ର ନଥିବା ଆଦିକୁ କଡାକଡି କରାଯାଇଛି। ଶନିବାର କପୁରସିଂଠାରେ ଥାନା ଅଧିକାରୀ ପରେଶ ମହାନ୍ତିଙ୍କ ନେତୃତ୍ୱରେ ଯାଞ୍ଚ କରାଯାଇ ୧୭ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହାକୁ ଆଗକୁ ଆହୁରି କଡାକଡି କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

 

kalyan agarbati

Comments are closed.