www.samajalive.in
Tuesday, December 9, 2025
17.1 C
Bhubaneswar

ବାସ୍ତୁ ନିୟମ ; କରନ୍ତୁ ନାହିଁ ଏହି ଭୁଲ

ରୋଷେଇ ଘରୁ ଭଙ୍ଗା ବାସନକୁ ଯଥାଶୀଘ୍ର ବାହାର କରନ୍ତୁ।
ପ୍ଲାଷ୍ଟିକ୍ ଡବା ବଦଳରେ ଧାତୁ ନିର୍ମିତ ଡବାରେ ଖାଦ୍ୟ ସାମଗ୍ରୀ ରଖିବା ମଧ୍ୟ ନିୟମ।
ଘରେ ଥିବା ବାସନକୁ ସର୍ବଦା ସଫା ରଖନ୍ତୁ। ବାସନ ଅପରିଷ୍କାର ହେଲେ ଗୃହରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ବୋଲି କୁହାଯାଇଛି। ଏହାର ପ୍ରଭାବରେ ସଦସ୍ୟଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥାଏ।
ଘରେ କେବେ ମଧ୍ୟ ଭଙ୍ଗା କିମ୍ବା ଫଟା ବାସନ ବ୍ୟବହାର କରିବା ଉଚିତ ନୁହେଁ। ଏହା ଦ୍ୱାରା ଗୃହରେ ସୁଖସମୃଦ୍ଧି ହ୍ରାସ ପାଇଥାଏ।
କାର୍ୟ୍ୟରେ ସଫଳତା ମିଳିନଥାଏ।
ମାନସମ୍ମାନ ହାନି ହୋଇଥାଏ।
ଭଙ୍ଗା ଓ ଫଟା ବାସନକୁ ଘରେ ମଧ୍ୟ ରଖିବା ଉଚିତ ନୁହେଁ। ଏହା ଦ୍ୱାରା ଗୃହରେ ଦରିଦ୍ରତା ପ୍ରବେଶ କରିଥାଏ। ଆଶାନୁରୂପକ ସଞ୍ଚୟ ମଧ୍ୟ ହୋଇପାରିନଥାଏ।
ଘରେ ଚାନ୍ଦିର ବାସନ ରଖିବା ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିଥାଏ।
ରୋଷେଇ ଘର କାନ୍ଥରେ ହାଲକା ରଙ୍ଗ ଦିଅନ୍ତୁ। ଏହା ମଧ୍ୟ ଉତ୍ତମ ପ୍ରଭାବ ପକାଇଥାଏ।
ବେସିନକୁ ଦୁଇ କୋଣର ମଝିରେ ନ ରଖି ଗୋଟିଏ ପାର୍ଶ୍ବରେ ରଖନ୍ତୁ। ନଚେତ୍ ଏହାର କୁପ୍ରଭାବରେ ଘରେ ରୀତିମତ ଝଗଡ଼ା ହୋଇଥାଏ।
ବନ୍ଦ ଥିବା ଡଷ୍ଟବିନ୍ ରୋଷେଇ ଘରେ ରଖନ୍ତୁ। ଏହାକୁ ପରିଷ୍କାର ରଖିବା ଆବଶ୍ୟକ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories