www.samajalive.in
Tuesday, December 9, 2025
16.1 C
Bhubaneswar

ଭାଲିଆଗୁଡା ମିଛ ଏନକାଉଣ୍ଟରକୁ ୭ ବର୍ଷ (୨୦୧୨-୨୦୧୯)

ଭୁବନେଶ୍ୱର : ମାଓବାଦୀ ଆଳରେ କନ୍ଧମାଳ ଜିଲାର ୫ଜଣ ନିର୍ଦ୍ଦୋଷ ଆଦିବାସୀ ଓ ଦଳିତଙ୍କୁ ଗତ ୧୪ ମଭେମ୍ବର, ୨୦୧୨ ରେ ଗଞ୍ଜାମ ପୋଲିସ୍‍ ଓ ଅନ୍ୟ ସୁରକ୍ଷା ବାହିନୀ ମିଳିତ ଭାବେ ନୃଂଶସ ହତ୍ୟାକରିବାର ୭ ବର୍ଷ ବିତିଯାଇଥିଲେ ମଧ୍ୟ ଅଦ୍ୟାବିଧୀ ମୃତକ ମାନଙ୍କ ପରିବାରଗୁଡିକୁ ନ୍ୟାୟ ମିଳିପାରିନାହିଁ, ଯାହା ଓଡିଶା ସରକାରଙ୍କ ତଥାକଥିତ ନ୍ୟାୟିକ ଶାସନ ପ୍ରତି ଚରମ ଉପହାସ ବୋଲି ବିଭିନ୍ନ ଗଣ ସଂଗଠନ ମାନେ ଅଭିଯୋଗ କରିଛନ୍ତି।

ଭାରତୀୟ ନ୍ୟାୟ ବ୍ୟବସ୍ଥାର ମୂଳ ଭିତ୍ତି ‘ହଜାରେ ଦୋଷୀ ପଛେ ଖସି ଯାଆନ୍ତୁ, ଜଣେ ନିର୍ଦ୍ଦୋଷୀ ଦଣ୍ଡ ନପାଉ’ଘୋଷଣାକୁ ଉଲ୍ଲେଖ କରି ମୃତକ ମାନଙ୍କର ପରିବାରୁକୁ ନ୍ୟାୟ ପ୍ରଦାନ ଓ ହତ୍ୟାକାରୀ ପୁଲିସ ଅଧିକାରୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ମିଥ୍ୟା ମକଦ୍ଦମା ବିରୋଧି ଅଭିଯାନ, ଓଡିଶା ଓ ବନବାସୀ ସୁରକ୍ଷା ପରିଷଦ, କନ୍ଧମାଳ ନେତୃତ୍ୱରେ ଶତାଧିକ ଜନସାଧାରଣ ମୃତକ ମାନଙ୍କର ବିଧିବା ପତ୍ନୀ ମାନଙ୍କ ସହିତ ବିଧାନସଭା ସମ୍ମୁଖରେ ବିକ୍ଷୋବ ପ୍ରଦର୍ଶନ କରିଥିଲେ। ସେମାନେ କମାପଲ୍ଲୀ ଛକ ଠାରୁ ଏକ ଶୋଭା ଯାତ୍ରାରେ ବାହାରି ଆର୍‍.ଡି.ସି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭାର ଆୟୋଜନ କରିଥିଲେ। ଅଭିଯାନର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ପ୍ରତିବାଦରେ ସି.ପି.ଆଇ. (ଏମ୍‍.ଏଲ୍‍.)-ରେଡ୍‍ ଷ୍ଟାରର ନେତା ଶଙ୍କର ସାହୁ, ସି.ପି.ଆଇ. (ଏମ୍‍.ଏଲ୍‍) ଲିବରେସନର ରାଧାକାନ୍ତ ସେଠି, ବନବାସୀ ସୁରକ୍ଷା ପରିଷଦର ବଳଭଦ୍ର ମଲ୍ଲିକ, ଶରତ ମଲ୍ଲିକ ଓ ମୃତ ଘାସିରାମ ବାଗ୍‍ସିଂଙ୍କ ବିଧବା ପତ୍ନୀ ଲକ୍ଷ୍ମୀ ବାଗ ସିଂ, ପିୟୁସିଏଲ୍‍ର ପ୍ରମୋଦିନୀ ପ୍ରଧାନ, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନର ଦେବ ରଞ୍ଜନ, ଅଖିଳ ଭାରତ ଜନମଞ୍ଚର ମାନସ ପ୍ରଧାନ, ଫରୱାର୍ଡ଼ ବ୍ଲକର ନାରୟଣ ଡ଼ାଳୁଅ।।, ଆଇନ୍‍ଜୀବୀ ପ୍ରତିମା ଦାଶ, ସିଏସ୍‍ଡ଼ିର ପ୍ରଦୀପ ସାହୁ, ଲୋକଶକ୍ତି ଅଭିଯାନର ମାନଓ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଏହି ମିଛ ଏନକାଉଣ୍ଟରରେ କ୍ଷତିଗ୍ରସ୍ଥ ପିଡିତ ପରିବାରଙ୍କୁ ଅବିଳମ୍ବେ ନ୍ୟାୟ ପ୍ରଦାନ ପାଇଁ ଦାବି କରିଥିଲେ।

- Advertisement -

ପ୍ରକାଶ ଥାଉକି, କନ୍ଧମାଳ ଜିଲ୍ଲାର ବ୍ରାହ୍ମଣୀ ଗାଁ ଥାନା ଅର୍ନ୍ତଗତ ସରାମୂଳି ପଞ୍ଚାୟତର ତତ୍‍ କାଳୀନ ସରପଞ୍ଚ କମଳା ପାଟମାଝୀ ବି.ପି.ଏଲ. ଚାଉଳ ଚୋରା ଚାଲାଣ କରୁଥିବାବେଳେ ପୂର୍ବତନ ସମିତିସଦସ୍ୟ ଘାସିରାମ ବାଗ୍‍ସିଂ, ଶ୍ୟାମସନ ମାଝି, ଆଇବ ପଡ୍ରା ପ୍ରମୁଖ ସେହି ଚାଉଳକୁ ଜବତ କରିଥିଲେ ଓ ବ୍ରାହ୍ମଣୀ ଗାଁ ଥାନାରେ ଏକ ମକଦମା ରୁଜୁ କରିଥିଲେ। ଫଳରେ ସରପଂଚ କମଳା ପାଟମାଝୀ ଓ ତାଙ୍କ ସ୍ୱାମୀ ପୂର୍ବତନ ସରପଞ୍ଚ କର୍ମା ପାଟମାଝୀ ଗିରଫ୍‍ ହୋଇ ହାଇକୋର୍ଟରୁ ଜାମିନ୍‍ ରେ ଆସିଥିଲେ। ସେଥିରେ କ୍ରୋଧାନିତ ହୋଇ କର୍ମା ପାଟମାଝୀ ସେହି ଚୋରାଚାଲାଣ ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଉଥିବା ଘାସିରାମ ଓ ଅନ୍ୟ ମାନେ‘ମାଓବାଦିଙ୍କ ନାମରେ ଚାନ୍ଦା ଆଦାୟ କରୁଛନ୍ତି ବୋଲି ତତକାଳିନ ଓଡିଶା ମାଓବାଦୀ ପାର୍ଟିର ସବ୍ୟସାଚୀ ପଣ୍ଡାଙ୍କ ନିକଟରେ ଏକ ମିଛ ଅଭିଯୋଗ କରିଥିଲେ। ଗତ ୨୦୧୨ ମସିହା ମଭେମ୍ବର ୧୪ ତାରିଖରେ କନ୍ଧମାଳ-ଗଂଜାମ-ଗଜପତି ଜିଲ୍ଲାର ସିମାନ୍ତ ବର୍ତୀ ଭାଲିଆଗୁଡା ଗ୍ରାମରେ ମାଓବାଦୀ ମାନେ ପ୍ରଜାକୋର୍ଟ କରୁଥିବା ବେଳେ ସେମାନଙ୍କ ଠାରୁ ଡାକରା ପାଇ ଘାସିରାମ ଓ ଅନ୍ୟ ମାନେ ସେହି ପ୍ରଜା କୋର୍ଟରେ ନିଜକୁ ନିର୍ଦ୍ଦୋଶ ବୋଲି କୈଫିୟତ୍‍ ଦେଇ ଫେରୁଥିବା ବେଳେ ପୋଲିସ୍‍ ଗୁଳିରେ ପ୍ରାଣ ହରାଇଥିଲେ। ସେହି ମିଛ ଏନକାଉଣ୍ଟରରେ ଘାସିରାମ ଙ୍କ ସମେତ ଶ୍ୟାମସନ ମାଝୀ,ଆଇବ ପଡ୍ରା, ସନାତନ ମଳିକ ଓ ଲକ୍ଷ୍ମୀ କାନ୍ତ ନାୟକ ପ୍ରାଣ ହରାଇଥିବା ବେଳେ ଘଟଣାର ପ୍ରତ୍ୟକ୍ଷ ଦର୍ଶୀ ଜୁନେଶ ଦିଗାଲଙ୍କୁ ପୋଲିସ୍‍ ସଶସ୍ତ୍ର ମାଓବାଦୀ ଭାବେ ପୋଲିସ୍‍ ଘଟଣା ସ୍ଥଳରୁ ଗିରଫ୍‍ କରି ଜେଲ୍‍ କୁ ପଠାଇ ଦେଇଥିଲା, କିନ୍ତୁ ପ୍ରାୟ ଦୁଇ ବର୍ଷ ପରେ ଜୁନେଶ ନିର୍ଦ୍ଦୋଶରେ ଖଲାସ ହୋଇଥିଲେ।

ଏକ ଉଚ୍ଚ ତଥ୍ୟାନୁସନ୍ଧାନୀ ଦଳ (ଏସ୍‍.ଆଇ.ଟି.) ଗଠନ କରି ଏହି ମିଛ ଏନକାଉଣ୍ଟର ତଦନ୍ତ କରିବା, ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତି ପୁରଣ ପ୍ରଦାନ, ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରିଥିବା ପୋଲିସ୍‍ ଅଧିକାରୀ ମାନଙ୍କ ବିରୋଧରେ ନରହତ୍ୟା ଆଇନ୍‍ ର ଧାରା -୩୦୨ ଅନୁଯାଇ ମକଦ୍ଦମା ରୁଜୁ କରିବାକୁ ଦାବି କରି ଅଭିଯାନର ଆବାହକ ନରେନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ମୃତକମାନଙ୍କର ବିଧବା ପତ୍ନୀ ଲକ୍ଷ୍ମୀ ବାଗସିଂ, ମାମିତା ପ୍ରଧାନ, ରଞ୍ଜିତା ପାଟମାଝୀ ଓ ସିକଆଲୁ ମାଝୀ ଓଡିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories