ନୂଆଦିଲ୍ଲୀ: ଟିକା ପ୍ରଦାନ ନେଇ କେନ୍ଦ୍ର ସରକାର ସୋମବାର ଗାଇଡଲାଇନ ଜାରି କରିଛନ୍ତି। କେବଳ ପୂର୍ବ ପଞ୍ଜୀକୃତଙ୍କୁ ହିଁ ଟିକା ମିଳିବ। ଟିକାକରଣ କେନ୍ଦ୍ରରେ ସ୍ପଟ୍ ରେଜିଷ୍ଟ୍ରେସନ କରାଯାଇପାରିବ ନାହିଁ। ପ୍ରତି କେନ୍ଦ୍ରରେ ଦୈନିକ ଶହେରୁ ୨ଶହ ଲୋକଙ୍କୁ ଟିକା ଦିଆଯିବ ବୋଲି ଗାଇଡଲାଇନ ଉଲ୍ଲେଖ କରାଯାଇଛି। ଟିକା ପାଇଁ Co-WIN ଆପ୍ରେ ପଞ୍ଜୀକରଣ କରିବା ଜରୁରୀ। ପଞ୍ଜୀକରଣ ପାଇଁ ୧୨ ପ୍ରକାର ପରିଚୟପତ୍ର ଦେଖାଇବାକୁ ପଡ଼ିବ। ଭୋଟର ପରିଚୟପତ୍ର, ଆଧାର, ଡିଏଲ୍ ଆଦି ୧୨ ପ୍ରକାର ପରିଚୟପତ୍ର ଦେଖାଇବାକୁ ପଡିବ।
ଜଣେ ଟିକା ନେଲା ପରେ ୩୦ ମିନିଟ କାଳ ଅନୁଧ୍ୟାନ କରାଯିବ। ପ୍ରଥମେ ୩୦ କୋଟି ଲୋକଙ୍କୁ ୬୦ କୋଟି ଟିକା ଡୋଜ୍ ପାଇଁ ବ୍ୟବସ୍ଥା ହୋଇଛି। ୬୦ କୋଟି ଟିକା ଡୋଜ୍ ଦେବାକୁ ନିର୍ବାଚନ ବ୍ରିଗେଡ ଲଗାଯିବ। ସ୍ୱାସ୍ଥ୍ୟ କର୍ମୀ, ସମ୍ମୁଖ କର୍ମୀ ଆଦି ୩୦ କୋଟି ଲୋକଙ୍କୁ ପ୍ରଥମେ ମିଳିବ ଟିକା।



