www.samajalive.in
Saturday, December 6, 2025
26.1 C
Bhubaneswar

ଦିବଙ୍ଗତ ଅଭିନେତା ଉତ୍ତମ ମହାନ୍ତିଙ୍କ ଏକାଦଶାହ ଅନୁଷ୍ଠିତ

ଭୁବନେଶ୍ୱର : ଅଫେରା ରାଇଜରେ ବରିଷ୍ଠ ଓ ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତି । ଏହା ମଧ୍ୟରେ ବିତି ଯାଇଛି ୧୦ ଦିନ । ରବିବାର ଅର୍ଥାତ୍‌ ମାର୍ଚ୍ଚ ୯ରେ ପଟିଆ ସ୍ଥିତ ଏକ ହୋଟେଲରେ ଉତ୍ତମ ମହାନ୍ତିଙ୍କ ଏକାଦଶାହ ଅନୁଷ୍ଠିତ ହୋଇଯାଇଛି ।
ଦିବଙ୍ଗତ ଅଭିନେତା ଉତ୍ତମ ମହାନ୍ତିଙ୍କ ଏକାଦଶାହରେ ବିଶିଷ୍ଟ ନେତା, ପ୍ରଯୋଜକ, ନିର୍ଦ୍ଦେଶକ ଓ ଅଭିନେତା ଯୋଗ ଦେଇଥିଲେ । ଅଧିକାଂଶ ବ୍ୟକ୍ତିବିଶେଷ ଏହି ସମୟରେ ଭାବବିହ୍ଵଳ ହୋଇଥିବା ଦେଖାଯାଇଥିଲା ।
ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା, ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପିସିସି ସଭାପତି ଭକ୍ତ ଚରଣ ଦାସ, ଅରୁଣ ସାହୁ ଓ ନିରଞ୍ଜନ ପଟ୍ଟନାୟକଙ୍କ ଭଳି ଅନେକ ପ୍ରମୁଖ ରାଜନେତା ମଧ୍ୟ ଯୋଗ ଦେଇଥିଲେ।
ଏହାସହ ଅଭିନେତା ତଥା ରାଜନେତା ପ୍ରଶାନ୍ତ ନନ୍ଦ, ମେୟର ସୁଲୋଚନା ଦାସ, ବିଧାୟକ ସିଦ୍ଧାନ୍ତ ମହାପାତ୍ର, ବିଜେଡି ନେତା ଭୃଗୁ ବକ୍ସିପାତ୍ର, ଅଭିନେତା ଶ୍ରୀତମ ଦାସ, ସୁକାନ୍ତ ରଥ, ପପୁ , ପୃଥ୍ୱୀରାଜ ନାୟକ, ଅଶୋକ ପତି, ସଞ୍ଜୟ ନାୟକ, ଚଣ୍ଡି ପରିଜା ପ୍ରମୁଖ ଯୋଗ ଦେଇଥିଲେ ।
ଅଭିନେତା ସମ୍ବିତ, ଅର୍ଦ୍ଧେନ୍ଦୁ, ସବ୍ୟସାଚୀ, ହରିହର ମହାପାତ୍ର, ଅଭିନେତ୍ରୀ ଅର୍ଚ୍ଚିତା, ପୁଷ୍ପା ପଣ୍ଡା, ପ୍ରତିଭା ପଣ୍ଡା, ବେବି ପ୍ରଧାନ, ଶ୍ୱେତା ଆଚାର୍ଯ୍ୟ, ଲିପି, ଦେବଯାନି, ଅନୁ ଚୌଧୁରୀ, ପିଙ୍କି ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଗତ ଫେବୃଆରୀ ୨୭ ତାରିଖରେ ଉତ୍ତମ ମହାନ୍ତିଙ୍କ ପରଲୋକ ଘଟିଥିଲା।

 

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories