www.samajalive.in
Sunday, December 7, 2025
15.1 C
Bhubaneswar

ଉତ୍କଳ ହେବ ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର: ଉତ୍କଳ ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟରେ ପରିଣତ ହେବାକୁ ପଥ ଉନ୍ମୁକ୍ତ ହୋଇଛି। ଏବେ ଏହାକୁ ନାକ୍‌ ଏ+ ମାନ୍ୟତା ମିଳିଥିବାବେଳେ ଦେଶର କାଟେଗୋରି ୧ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଛି। ଉତ୍କଳ ବିଶ୍ବବିଦ୍ୟାଳୟ ସୃଷ୍ଟି କରିଥିବା ସବୁ କୁଳପତି ଏକାଠି ହୋଇ ସେମାନେ ଉତ୍କଳକୁ କିଭଳି ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟ ଭାବେ ଗଢ଼ି ହେବ ସେଥିପାଇଁ ସେମାନେ ପ୍ରତିଶ୍ରୁତିବଦ୍ଧ ବୋଲି ପିଜି କାଉନ୍‌ସିଲ୍‌ରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ପୂର୍ବତନ କୁଳପତିମାନେ କହିଛନ୍ତି।
ଉତ୍କଳ ବିଶ୍ବବିଦ୍ୟାଳୟ ସୃଷ୍ଟି କରିଛି ୩୨ଜଣ କୁଳପତି। ଏଠାକାର ଶିକ୍ଷକ ରାଜ୍ୟ ତଥା ଦେଶର ପ୍ରମୁଖ ବିଶ୍ବବିଦ୍ୟାଳୟରେ କୁଳପତି ଦାୟିତ୍ବ ନିର୍ବାହ କରି ଉଚ୍ଚଶିକ୍ଷାର ପ୍ରଚାର ପ୍ରସାର କରିଛନ୍ତି। ଉତ୍କଳର ଭିତ୍ତିଭୂମି ବିକାଶ, ଶିକ୍ଷାଦାନ ଓ ଗବେଷଣା ତଥା ଅନ୍ୟାନ୍ୟ କ୍ଷେତ୍ରରେ କିଭଳି ଉତ୍କର୍ଷ ହାସଲ କରିବ ସେଥିପାଇଁ ସେମାନେ ପ୍ରୟାସ ଜାରି ରଖିବେ। ଆଗାମୀ ଦିନରେ ଉତ୍କଳ କିଭଳି ନାକ୍‌ ଏ++ ମାନ୍ୟତା ହାସଲ କରିବ ସେଥିପାଇଁ ସେମାନେ ନିରନ୍ତର ସହାୟତା ପ୍ରଦାନ କରିବେ ବୋଲି ମତବ୍ୟକ୍ତ କରିଛନ୍ତି।
ଉତ୍କଳ ବିଶ୍ବବିଦ୍ୟାଳୟ ୭୫ବର୍ଷ ତଥା ପ୍ଲାଟିନମ୍ ଜୟନ୍ତୀ ପାଳନ ଅବସରରେ ଉତ୍କଳ ସୃଷ୍ଟି କରିଥିବା କୁଳପତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପିଜି କାଉନ୍‌ସିଲ୍‌ ହଲ୍‌ରେ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ପ୍ରଫେସର ଏସ୍‌.ଏନ୍‌.ଆଚାର୍ଯ୍ୟ, ବି.ଏନ୍‌ ପୁହାଣ, ପି.ମହାନ୍ତି, ପି.ସି.ତ୍ରିପାଠୀ, ଆର୍.ଦାଶ, ଏସ୍‌.ପି.ରଥ, ଜି.ଦାସ, ଏସ୍‌.ମହାନ୍ତି, ଡି.ଏନ୍‌.ଜେନା, ପି.କେ.ମିଶ୍ର, ଏ.ସି.ଷଡ଼ଙ୍ଗୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଏବଂ ପିଜି କାଉନ୍‌ସିଲ୍‌ ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଉତ୍କଳ ବିଶ୍ବବିଦ୍ୟାଳୟ ପର୍ସନାଲ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ୍‌ ରିଲେସନ୍ସ(ପିଏମ୍‌ଆଇଆର୍‌) ବିଭାଗ ପକ୍ଷରୁ ଅଷ୍ଟମ ପ୍ରଫେସର ଅଭୟ କୁମାର ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମେକ୍ସିକୋ ଏଡାଜ୍‌ ବିଜ୍‌ନେସ୍‌ ସ୍କୁଲର ପ୍ରଫେସର ରାଜ ଗୋପାଲ ‘ବ୍ୟବସାୟିକ କୁଟନୀତି ଏବଂ ସ୍ଥାନୀୟ ଓ ବିଶ୍ବସ୍ତରୀୟ ସମ୍ପର୍କରେ ପରିବର୍ତ୍ତନ: ବର୍ତ୍ତମାନରୁ ଶିକ୍ଷା ଓ ଭବିଷ୍ୟତର ଉନ୍ନତି ସମ୍ଭାବନା’ ଉପରେ , ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ।
ପିଏମ୍‌ଆଇଆର୍‌ ବିଭାଗରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ପ୍ରୀତିସୁଧା ମିଶ୍ର(୨୦୧୭) ଓ ଆଲୋକରଞ୍ଜନ ପ୍ରଧାନ(୨୦୧୮)ଙ୍କୁ ପ୍ରଫେସର ଅଭୟ କୁମାର ମେମୋରିଆଲ୍‌ ସ୍ବର୍ଣ୍ଣପଦକ ପ୍ରଦାନ କରାଯାଇଥିଲା। ସେହିପରି ପ୍ରଫେସର କଲ୍ୟାଣ ମହାନ୍ତି ଓ ପ୍ରଫେସର ସୁଜାତା ମଙ୍ଗରାଜଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଭାଗୀୟ ମୁଖ୍ୟ ଡ.ବିଜୟ କୁମାର ସୁନ୍ଦରାୟ ଧନ୍ୟବାଦ ଦେଇଥିଲେ। ଅଧ୍ୟାପିକା ଡ.ଏସ୍‌.ମୁର୍ମୁ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories