www.samajalive.in
Tuesday, December 9, 2025
17.1 C
Bhubaneswar

ଶ୍ରେଷ୍ଠ ଛାତ୍ରଛାତ୍ରୀ ସୃଷ୍ଟି କରିବାରେ ଉତ୍କଳ ବିଶ୍ୱବିଦ୍ୟାଳୟର ଭୂମିକା ଅନନ୍ୟ

ଭୁବନେଶ୍ୱର: ସ୍ୱତନ୍ତ୍ର ଓଡ଼ିଶାର ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଗତ ଦୀର୍ଘ ୮ ଦଶନ୍ଧି ଭିତରେ ଏକ ସୁଦୃଢ଼ ଭିତ୍ତିଭୂମି ପ୍ରସ୍ତୁତ କରିବାରେ ସକ୍ଷମ ହୋଇପାରିଛି ଉତ୍କଳ ବିଶ୍ୱବିଦ୍ୟାଳୟ। ଏଠାରୁ ଶିକ୍ଷା ଗ୍ରହଣ କରି ଅନେକ ଛାତ୍ରଛାତ୍ରୀ ସମାଜର ବିଭିନ୍ନସ୍ତରରେ ନିଜର ପରାକାଷ୍ଠା ପ୍ରଦର୍ଶନ କରିପାରିଛନ୍ତି, ଯାହା ବିଶ୍ୱବିଦ୍ୟାଳୟର  ଗର୍ବ ଓ ଗୌରବ। ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ପରିବ୍ୟାପ୍ତ ଏହି ମହାନ ଶିକ୍ଷାନୁଷ୍ଠାନ ଐତିହାସିକ, ସାମାଜିକ ଓ ସାଂସ୍କୃତିକ ଦିଗରୁ ଏକ ପବିତ୍ର ଦାୟିତ୍ୱର ଭୂମିକା ନିର୍ବାହ କରୁଛି । ଉତ୍କଳୀୟ ନବଅସ୍ମିତାର ସ୍ୱପ୍ନକୁ ସାକାର କରିବାକୁ ଏକ ସମୁନ୍ନତ ଭବିଷ୍ୟତର ପରିକଳ୍ପନା ରଖୁଛି ଉତ୍କଳ । ଏହି ସଫଳ ଅନୁଷ୍ଠାନର ଛାତ୍ରଛାତ୍ରୀ ଜଣେ ଜଣେ ବିଶ୍ଳେଷଣାତ୍ମକ ଚିନ୍ତକ ହୁଅନ୍ତୁ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟର ୮୨ତମ ପ୍ରତିଷ୍ଠା ଦିବସ ଅବସରରେ ଯୋଗଦେଇଥିବା ବକ୍ତାମାନେ ପ୍ରକାଶ କରିଛନ୍ତି ।

ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ୮୨ତମ ପ୍ରତିଷ୍ଠା ଦିବସ ଏବକେସିଜି ପ୍ରେକ୍ଷାଳୟରେ ମହା ସମାରୋହରେ ପାଳିତ ହୋଇଯାଇଛି। କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକ ସମ୍ମାନୀତ ଅତିଥି ଏବଂ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ତେଜ୍ ପ୍ରତାପ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ।

- Advertisement -

ସଭାପତିତ୍ୱ ଅଭିଭାଷଣ ରଖି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଥିଲେ ଯେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ  ଉଚ୍ଚମାନର ଗବେଷଣା ପରିବେଶ ଏବଂ ଶୈକ୍ଷିକ ବାତାବରଣରେ ଗୁଣାତ୍ମକ ଶିକ୍ଷା ଗ୍ରହଣ ନିମନ୍ତେ ବିଶ୍ୱସ୍ତରୀୟ ଭିତ୍ତିଭୂମି ବିକାଶ କରାଯାଇଛି। ଉତ୍କଳ ରାଜ୍ୟର ସର୍ବ ପୁରାତନ ଓ ଏକ ଅଗ୍ରଣୀ ବିଶ୍ୱବିଦ୍ୟାଳୟ ହୋଇଥିବାବେଳେ ଏଠାରେ ବୌଦ୍ଧିକ ଓ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଉଛି। ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ସହିତ ବିଭିନ୍ନ କ୍ଷେତ୍ରରେ କିଭଳି ସଫତଳା ପାଇବେ ସେଥିପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଏବଂ ଆତ୍ନନିର୍ଭରଶୀଳ ନିମନ୍ତେ ଉପଯୁକ୍ତ ପରାମର୍ଶ ଓ ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି। ଜାତୀୟ ଶିକ୍ଷାନୀତି ଯୁକ୍ତ ୩ ଡିଗ୍ରୀ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟକାରୀ କରାଯାଇଛି ବୋଲି କହିବା ସହିତ ବିଶ୍ୱବିଦ୍ୟାଳୟର ସଫଳତା ସମ୍ପର୍କରେ କୁଳପତି ପ୍ରଫେସର ଆଚାର୍ଯ୍ୟ ଆଲୋକପାତ କରିଥିଲେ।

ସମ୍ମାନୀତ ଅତିଥି ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକ ନିଜ ବକ୍ତବ୍ୟରେ ଉତ୍କଳକୁ ସବୁ ବିଶ୍ୱବିଦ୍ୟାଳୟର ଜନନୀ କୁହାଯାଉଛି ଏବଂ ଶ୍ରେଷ୍ଠ ଛାତ୍ରଛାତ୍ରୀ ସୃଷ୍ଟି କରିବାରେ ଉତ୍କଳ ବିଶ୍ୱବିଦ୍ୟାଳୟର ଭୂମିକା ଅନନ୍ୟ ବୋଲି ପ୍ରକାଶ କରିଥିଲେ। ଜାତୀୟ ଶିକ୍ଷା ନୀତି  କାର୍ଯ୍ୟକାରୀ କରିବାରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ପ୍ରଶଂସା କରିବା ସହିତ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଦୁଇ ବିଶ୍ୱବିଦ୍ୟାଳୟ ମିଳିତ ଭାବେ କାର୍ଯ୍ୟ କରିବା ଉପରେ କୁଳପତି ପ୍ରଫେସର ନାୟକ  ଗୁରୁତ୍ୱ ଦେଇଥିଲେ।

ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଫେସର ତେଜ୍ ପ୍ରତାପ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶୈକ୍ଷିକ ବାତାବରଣ ସୃଷ୍ଟି ଏବଂ ଗୁଣାତ୍ମକ ଶିକ୍ଷାଦାନ କ୍ଷେତ୍ରରେ ଶିକ୍ଷାୟତନରେ ପରିବର୍ତ୍ତନ କିଭଳି କରାଯିବ ଉଚିତ ସେ ସମ୍ପର୍କରେ  ଆଲୋକପାତ କରିଥିଲେ। ପାରମ୍ପରିକ ଶିକ୍ଷା ସହିତ ଛାତ୍ରଛାତ୍ରୀମାନେ କିଭଳି ବିଶ୍ୱସ୍ତରୀୟ ଶିକ୍ଷା ଆହରଣ କରିପାରିବେ ଏବଂ ସେମାନଙ୍କୁ ଏଥିପାଇଁ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ଦିଆଯାଇପାରିବ ତାହା ଆଲୋଚନା କରିବା ସହିତ ଅତୀତର ଅଭିଜ୍ଞତା ହିଁ ବର୍ତ୍ତମାନ ଯୋଜନାକୁ ସଫଳ ରୂପାୟନ ଦେବାରେ ସହାୟକ ହୋଇପାରିବ ବୋଲି ପ୍ରକାଶ କରିଥିଲେ।

ଉତ୍କଳ ବିଶ୍ୱବିଦ୍ୟାଳୟର କୁଳସଚିବ ଡ.କାହ୍ନୁଚରଣ ଧୀର ବିବରଣୀ ପାଠ କରିଥିବାବେଳେ ଛାତ୍ରମଙ୍ଗଳ ନିର୍ଦେଶକ(ଡିଏସଡବ୍ୟୁ) ପ୍ରଫେସର ନିଗମାନନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।  ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦିତ କରିଥିବା ବିଶ୍ୱବିଦ୍ୟାଳୟାର ୪୩ଜଣ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories