www.samajalive.in
Monday, December 8, 2025
27.1 C
Bhubaneswar

ରାଜ୍ୟସ୍ତରୀୟ ଉସୁ ପ୍ରତିଯୋଗିତା : କେନ୍ଦୁଝର ଦଳଗତ ଚମ୍ପିଆନ

ଭୁବନେଶ୍ୱର : ଭୁବନେଶ୍ବର ଉସୁ ଆସୋସିଏସନ ଆନୁକୂଲ୍ୟରେ ଏଠାରେ ଚାଲିଥିବା ଦୁଇଦିନିଆ ରାଜ୍ୟସ୍ତରୀୟ ଉସୁ ପ୍ରତିେଯାଗିତା ରବିବାର ଉଦଯାପିତ ହୋଇଯାଇଛି। ପ୍ରତିେଯାଗିତାରେ କେନ୍ଦୁଝର ଦଳ ୨୬ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୫ଟି କାଂସ୍ୟ ପଦକ ହାସଲ କରି ଦଳଗତ ଚମ୍ପିଆନ ହୋଇଛି। ଖୋର୍ଦ୍ଧା ଦଳ ୧୯ସ୍ବର୍ଣ୍ଣ, ୧୬ ରୌପ୍ୟ ଓ ୧୫ଟି କାଂସ୍ୟ ପଦକ ହାସଲ କରି ଦ୍ବିତୀୟ ସ୍ଥାନ ହାସଲ କରିଥିଲା ବେଳେ ସୁନ୍ଦରଗଡ ୧୧ ସ୍ବର୍ଣ୍ଣ, ୧୭ ରୌପ୍ୟ ଓ ୩ଟି କାଂସ୍ୟ ପଦକ ହାସଲ କରି ତୃତୀୟ ସ୍ଥାନ ହାସଲ କରିଛି । ବିଭିନ୍ନ ବର୍ଗରେ ଶ୍ରେଷ୍ଠ ଫାଇଟର ଭାବେ ଶ୍ବେତାରାଣୀ, ସଦାଶିବ ଓରାମ, ଆଶୁେତାଷ ମହାରଣା ଓ ନୁପୂର ପଟ୍ଟନାୟକଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରତିେଯାଗିତାରେ ୨୧ଟି ଜିଲାରୁ ୩୨୦ଜଣ ପ୍ରତିେଯାଗୀ ଅଂଶଗ୍ରହଣ କରିଥିଲାବେଳେ ୪୦ଜଣ କର୍ମକର୍ତ୍ତା ଯୋଗ ଦେଇଥିଲେ। ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଶିଶୁ ସୁରକ୍ଷା ଆୟାଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଯୋଗ ଦେଇଥିଲାବେଳେ ଅନ୍ୟତମ ଅତିଥି ଭାବେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଉସୁ ଆେସାସିଏସନ ସଭାପତି ଏସ.ଏସ. ହରିଚନ୍ଦନ, ଉପସଭାପତି ବିକାଶ ପଟ୍ଟନାୟକ, ସମାଜସେବୀ ଯଜ୍ଞାଶୀଷ ମହାପାତ୍ର, ଅଲ ଓଡିଶା କିକ ବକ୍ସିଂ ଆେସାସିଏସନ ସଭାପତି ଶିବାନନ୍ଦ ରାୟ, ସ୍ଥାନୀୟ କର୍ପୋରେଟର ପୁଷ୍ପା ରାଉତ, ମନୋଜ ଶୁକ୍ଳା ପ୍ରମୁଖ ଯୋଗ ଦେଇଥିଲେ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଭୋଗିବେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories