www.samajalive.in
Monday, December 8, 2025
27.1 C
Bhubaneswar

ଦକ୍ଷିଣ କୋରିଆକୁ ଅତ୍ୟାଧୁନିକ ଯୁଦ୍ଧ ହେଲିକପ୍ଟର ସି ହକ୍‌ ବିକ୍ରି କରିବ ଆମେରିକା

ନ୍ୟୁୟର୍କ .- ଦକ୍ଷିଣକୋରିଆକୁ ଆମେରିକା ଅତ୍ୟାଧୁନିକ ହେଲିକପ୍ଟର ଯୋଗାଇ ଦେବ ।ଏଥିପାଇଁ ୮୦୦ କୋଟି ଟଙ୍କାର ଚୁକ୍ତି ହୋଇଛି । ଆମେରfକା ସରକାର ଏହାକୁ ଅନୁମୋଦନ କରିଛନ୍ତି । ଦକ୍ଷିଣକୋରିଆକୁ ୧୨ଟି ଏମ୍‌ଏଚ୍‌-୬୦ ଆର୍‌ ମଲ୍ଟି ମିଶନ୍‌ ହେଲିକପ୍ଟର ଯୋଗାଇ ଦିଆଯିବ । ଉତ୍ତରକୋରିଆ ବବାରମ୍ବାର କ୍ଷେପଣାସ୍ତ୍ର ପରୀକ୍ଷା କରୁଥିବାରୁ ଆମେରିକା ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ହେଲିକପ୍ଟରରେ ବିଭିନ୍ନ ପ୍ରକାରର ଯୁଦ୍ଧାସ୍ତ୍ର ବହନ କରାଯାଇ ପାରିବ । ପ୍ରତିକୂଳ ପରିସ୍ଥିତିରେ ଓ ପାଣିପାଗରେ ଏହା ବେଶ୍‌ ସକ୍ଷମ ଭାବେ କାର୍ଯ୍ୟ କରିବ ।

ଏହି ହେଲିକପ୍ଟରରେ ରାଡାର୍‌ ଆଧୁନିକ୍ କ୍ଷେପଣାସ୍ତ୍ର ବହନ କରିବା ସହ ଆଣ୍ଟି ସବ୍‌ମେରାଇନ୍‌ ମିଶନ୍‌ରେ ବ୍ୟବହାର କରାଯାଇ ପାରିବ । ସି ହକ୍‌ ହେଲିକପ୍ଟକୁ ଆମେରିକାକର ଯୁଦ୍ଧାସ୍ତ୍ର ପ୍ରସ୍ତୁତ କରୁଥିବା କମ୍ପାନୀ ଲକ୍‌ହୀଡ୍‌ ମାର୍ଟିନ ତିଆରି କରୁଛି। ଟ୍ରମ୍ପ ପ୍ରଶାସନ ଏହି ହେଲିକପ୍ଟର ବିକ୍ରିକୁ ଅନୁମୋଦନ କରିଛନ୍ତି । ଦକ୍ଷିଣ କୋରିଆର ସୁରକ୍ଷା ଦାୟୀତ୍ୱ ଆମେରିକା ଉପରେ ନ୍ୟସ୍ତ ଅଛି । ମାତ୍ର ଗତ କିଛି ଦଶନ୍ଧି ଧରି ପ୍ରତିରକ୍ଷା ଉନ୍ନୟନ ପାଇଁ ଏହା କମ୍‌ ଅର୍ଥ ବିନିଯୋଗ କରୁଥିବା ଆମେରିକା କହିଛି । ଦକ୍ଷିଣ କୋରିଆ ଏକ ବିତ୍ତଶୀଳୀ ରାଷ୍ଟ୍ର । ଏହି ଅଧିକ ଅର୍ଥ ଦେବାର ଆବଶ୍ୟକତା ରହିଛି ବୋଲି ଟ୍ରମ୍ପ ପ୍ରଶାସନ କିଛି ଦିନ ତଳେ ପତ୍ର ଲେଖିଥିଲେ । ଏହି ଦୁଇ ଦେଶ ମଧ୍ୟରେ ବେଶ୍‌ ଭଲ ସମ୍ପର୍କ ରହିଛି ।
୧୯୫୦ରୁ ୫୩ ମଧ୍ୟରେ ହୋଇଥିବା କୋରିଆ ଯୁଦ୍ଧରେ ଦୁଇ ଦେଶମଧ୍ୟରେ ସୈନ୍ୟ ବୁଝାମଣା ହୋଇଥିଲା । ସେବେଠାରୁ ଏ ଦୁଇ ଦେଶ ବେଶ୍‌ ଭଲ ବନ୍ଧୁ ରହିଛନ୍ତି ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories