www.samajalive.in
Sunday, December 7, 2025
13.1 C
Bhubaneswar

‘ଭାରତ କ୍ଷମା ମାଗିଲେ ଆଲୋଚନା’

ନୂଆଦିଲ୍ଲୀ: ରୁଷ ଠାରୁ ଅଶୋଧିତ ତୈଳ କ୍ରୟ ଯୋଗୁ ଭାରତ ଉପରେ ଆମେରିକାର ଅତିରିକ୍ତ ଶୁଳ୍କ ଲାଗୁ ଓ ସାଙ୍ଘାଇ ସହଯୋଗ ଶିଖର ସମ୍ମିଳନୀରେ ଭାରତ ପ୍ରମୁଖ ଭୂମିକା ନେବା ପରେ ଏବେ ଘଟଣା ନୂଆ ମୋଡ଼ ନେଇଛି। ଆମେରିକା ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ୍ କହିଛନ୍ତି, ସେ ଆଶା କରୁଛନ୍ତି ଯେ, ଭାରତ ଆଗାମୀ ଏକ କିମ୍ବା ଦୁଇ ମାସ ମଧ୍ୟରେ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିବାକୁ ଚେଷ୍ଟା କରିବ ଓ କ୍ଷମା ମାଗିବା ପରେ ତାହା ସମ୍ଭବ ହେବ।
ସେ କହିଛନ୍ତି, ଆମେରିକା ବିଶ୍ୱର ସର୍ବବୃହତ ଗ୍ରାହକ ଏବଂ ଗ୍ରାହକ ସର୍ବଦା ଠିକ୍। ସେ କହିଛନ୍ତି, ଭାରତ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଚୁକ୍ତି କରିବାକୁ ଚେଷ୍ଟା କରିବ ଓ ତାହା କେବଳ ଆମେରିକାକୁ କ୍ଷମା ମାଗିବା ପରେ ଯାଇ ହିଁ ସମ୍ଭବ ହେବ।
ଲୁଟନିକ୍ କହିଛନ୍ତି ଯେ, ଭାରତ ରୁଷରୁ ତୈଳ କିଣିବା ବନ୍ଦ କରିବାକୁ ଏବଂ ବ୍ରିକ୍ସ ଗୋଷ୍ଠୀକୁ ଛାଡିବାକୁ ଚାହୁଁନାହିଁ। ଏବେ ଭାରତ, ରୁଷ ଏବଂ ଚୀନ୍ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ସମ୍ମତି ପ୍ରକାଶ କରିଥିବା ବେଳେ ଏହାକୁ ଯଦିଓ ଆମେରିକା ବିରୋଧ କରିନାହିଁ; କିନ୍ତୁ ଭାରତ ଡଲାରକୁ ଓ ଆମେରିକାକୁ ସମର୍ଥନ କରିବାକୁ ସେ ଆଗ୍ରହ ପ୍ରକାଶ କରିଛନ୍ତି।
ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ, ନଭେମ୍ବର ସୁଦ୍ଧା ଆମେରିକା ସହିତ ଏକ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେବା ନେଇ ଆଶା ପ୍ରକାଶ କରିଥିଲେ। କିନ୍ତୁ ଆମେରିକୀୟ ବ୍ୟବସାୟିକ ଗୋଷ୍ଠୀ ଗତ ଅଗଷ୍ଟ ୨୫ରେ ହେବାକୁ ଥିବା ନୂଆଦିଲ୍ଲୀ ଗସ୍ତକୁ ସ୍ଥଗିତ ରଖିବା ପରେ ଏଥିରେ କୌଣସି ଅଗ୍ରଗତି ହୋଇନାହିଁ। ଏପରିକି ଅଗଷ୍ଟ ୨୭ରୁ ୫୦ ପ୍ରତିଶତ ଶୁଳ୍କ ଆମେରିକା କାର୍ଯ୍ୟକାରୀ କରାଇଛି। ଲୁଟନିକ୍ କହିଛନ୍ତି ଯେ, ଆମେରିକା କଥାବାର୍ତ୍ତା କରିବାକୁ ଇଚ୍ଛୁକ ରହିଛି; କିନ୍ତ ଭାରତ ଏହାର ସର୍ତ୍ତ ପୂରଣ କରିବା ଜରୁରୀ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories