www.samajalive.in
Sunday, December 7, 2025
14.1 C
Bhubaneswar

ଜିଏସ୍‌ଟି କରିବ ଟ୍ରମ୍ପ୍‌ ଟାରିଫ୍‌ ମୁକାବିଲା

ନୂଆଦିଲ୍ଲୀ, ୫ା୯: ଭାରତ ରୁଷ ଠାରୁ ତୈଳ କ୍ରୟ ଜାରି ରଖିବ। ଭାରତର ତୈଳ କ୍ରୟ ଏହାର ଅର୍ଥନୈତିକ ଓ ବାଣିଜ୍ୟିକ ବ୍ୟବସ୍ଥା ଉପରେ ନିର୍ଭର କରିଥାଏ। ଆବଶ୍ୟକତା ଅନୁଯାୟୀ, ଆମକୁ ଯେଉଁଠାରୁ ଶସ୍ତା ଓ ସୁବିଧା ହେବ, ସେଠାରୁ ତୈଳ କିଣିବୁ। କାହା ଚାପ ଓ ଟାରିଫ୍‌ ଧମକରେ ଭାରତ ନିଷ୍ପତ୍ତି ବଦଳାଇବ ନାହିଁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆମେରିକାର ୫୦ ପ୍ରତିଶତ ଶୁଳ୍କ ଚାପ ପ୍ରସଙ୍ଗରେ ରୋକ୍‌ଠୋକ୍‌ କହିଛନ୍ତି।
ସେ କହିଛନ୍ତି ଯେ, ଭାରତ ତାର ୮୮ ପ୍ରତିଶତ ତୈଳ ଆବଶ୍ୟକତା ପୂରଣ ପାଇଁ ରୁଷ୍‌ରୁ ରିହାତି ଦରରେ ତୈଳ ଆମଦାନୀ କରିଥାଏ। ଫଳରେ ଭାରତ ଏବାବଦରେ ଏବେ ଲକ୍ଷ ଲକ୍ଷ ଡଲାରର ବିଦେଶୀ ମୁଦ୍ରା ସଞ୍ଚୟ କରିପାରୁଛି। କାହା ଧମକ କିମ୍ବା ଚାପରେ ଭାରତ ତା’ର ନିଷ୍ପତ୍ତି ବଦଳାଇବନି। ଭାରତ ଉପରେ ପ୍ରଥମେ ଆମେରିକାର ୨୫ ପ୍ରତିଶତ ଶୁଳ୍କ ଓ ପରେ ରୁଷ୍‌ରୁ ତୈଳ କିଣିବା ବନ୍ଦ ନ କରିବାରୁ ଧମକ ଦେଇ ଆଉ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଭାରତୀୟ ରପ୍ତାନୀ ସାମଗ୍ରୀ ଉପରେ ଲଗାଇବାକୁ ନେଇ ନିର୍ମଳା ଏହା କହିଛନ୍ତି। ରୁଷ ଠାରୁ ତୈଳ କ୍ରୟ ବନ୍ଦ କରିବା ନେଇ ସରକାରଙ୍କ ପକ୍ଷରୁ କୌଣସି ନିଷ୍ପତ୍ତି ହୋଇନାହିଁ। ଭାରତ ତାର ରଣନୈତିକ ନିରପେକ୍ଷତା ଉପରେ ଅନ୍ୟ କାହାର ହସ୍ତକ୍ଷେପକୁ ବରଦାସ୍ତ କରିବ ନାହିଁ। ରୁଷ ଭଳି ଏକ ପ୍ରମୁଖ ରଣନୈତିକ ଭାଗୀଦାର ସହ ଭାରତ କିଭଳି ବ୍ୟବସାୟ କରିବ ତାହା ୱାଶିଂଟନ ସ୍ଥିର କରିବ ନାହିଁ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ, କେନ୍ଦ୍ର ସରକାର ସାମଗ୍ରୀ ଓ ସେବା କର(ଜିଏସ୍‌ଟି)ରେ ଏକ ବଡ଼ଧରଣର ସଂସ୍କାର ଆଣିଛନ୍ତି। ଏହା ଭାରତୀୟ ଅର୍ଥନୀତିକୁ କୃଷି, ସ୍ବାସ୍ଥ୍ୟ, ବୀମା, ଚମଡା, ଫାର୍ମା, ଶିକ୍ଷା, ଶିଳ୍ପ ଓ ବିଭିନ୍ନ ଉଦ୍ୟୋଗ ତଥା ଷ୍ଟାର୍ଟଅପ୍‌କୁ ସଶକ୍ତ କରିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଯେଉଁ ୫୦ ପ୍ରତିଶତର ଶୁଳ୍କ ଲଗାଇଛନ୍ତି ତାହାକୁ ଜିଏସ୍‌ଟି ସଂସ୍କାର ମୁକାବିଲା କରିବା ସହ ଭାରତୀୟ ଆର୍ଥିକ ସ୍ଥିତିକୁ ମଜବୁତ କରିବ ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି। ଜିଏସ୍‌ଟି ସଂସ୍କାର କେବଳ ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବ ନାହିଁ; ବରଂ ଏହା ଦେଶର ଉତ୍ପାଦନ, ସେବା ଓ ଶିଳ୍ପ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବ। ନୂତନ ଜିଏସଟି ବ୍ୟବସ୍ଥା ନାଗରିକଙ୍କ ଖର୍ଚ୍ଚରେ ଉନ୍ନତି ଆଣିବ ଏବଂ ଏହା ପୁଞ୍ଜି ଖର୍ଚ୍ଚକୁ ପ୍ରଭାବିତ କରିବ ନାହିଁ। ଟ୍ରମ୍ପଙ୍କ ଟାରିଫ ଯୋଗୁଁ ପ୍ରଭାବିତ ହେବାକୁ ଥିବା ବୟନ, ଫାର୍ମା, ସାମୁଦ୍ରିକ ଖାଦ୍ୟ ସାମଗ୍ରୀ କ୍ଷେତ୍ର ପ୍ରଭାବିତ ହେବାକୁ ଥିବାବେଳେ ଜିଏସ୍‌ଟି ହାର ହ୍ରାସ କରି ସରକାର ଏହାର ମୁକାବିଲା କରିବାକୁ ରଣନୀତି କରିଛନ୍ତି।
ଏକ ଘରୋଇ ଖବର ସଂସ୍ଥାକୁ ସାକ୍ଷାତକାରରେ ଶ୍ରୀମତୀ ସୀତାରମଣ କହିଛନ୍ତି, ସମସ୍ତ ସାମଗ୍ରୀ ଏବଂ ସେବାର ୯୯ ପ୍ରତିଶତ ଏବେ ଶୂନ୍ୟ, ୫ କିମ୍ବା ୧୮ ପ୍ରତିଶତ ବର୍ଗରେ ଅଛି। ସେ କହିଛନ୍ତି, ପ୍ରଥମ ଥର କେନ୍ଦ୍ର ଦ୍ୱାରା ଉଭୟ କ୍ଷତିପୂରଣ ସେସ୍ ଏବଂ ଜିଏସଟି ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ସେ କହିଛନ୍ତି, ପେଟ୍ରୋଲିୟମ୍ ଏବଂ ମାଦକ ଦ୍ରବ୍ୟ ଜିଏସଟି ବାହାରେ ରହିବ।
ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ସରକାର ୫୦ ପ୍ରତିଶତ ଆମେରିକୀୟ ଶୁଳ୍କ ଦ୍ୱାରା ପ୍ରଭାବିତ ରପ୍ତାନିକାରୀଙ୍କୁ ସମର୍ଥନ କରିବା ପାଇଁ ପଦକ୍ଷେପ ଉପରେ କାର୍ଯ୍ୟ କରୁଛନ୍ତି। ସେ କହିଛନ୍ତି, ରପ୍ତାନିକାରୀଙ୍କ ପାଇଁ ଏକ ପ୍ୟାକେଜ ପ୍ରସ୍ତୁତ କରାଯାଉଛି। ଶ୍ରୀମତୀ ସୀତାରମଣ କହିଛନ୍ତି, ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ କେବଳ ଦେଶରେ ସବୁକିଛି ଉତ୍ପାଦନ କରିବା ନୁହେଁ, ବରଂ ଅନିଶ୍ଚିତ ବିଶ୍ୱ ବାଣିଜ୍ୟ ନୀତି ସମ୍ମୁଖରେ ଆତ୍ମସମ୍ମାନ ବଜାୟ ରଖିବା ଆବଶ୍ୟକ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories