ସମାଜ ଡିଜିଟାଲ ଡେସ୍କ: ଏକ ଫୁଟବଲ ମ୍ୟାଚ ଚାଲିଥିବା ସମୟରେ ହୃଦଘାତ ଯୋଗୁ ପ୍ରାଣ ହରାଇଛନ୍ତି ଉରୁଗୁଏର ତାରକା ଡିଫେଣ୍ଡର ଜୁଆନ ଇଜକ୍ଵେରଡୋ। ମଙ୍ଗଳବାର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ୨୭ ବର୍ଷୀୟ ଏହି ଖେଳାଳିଙ୍କ ମୃତ୍ୟୁ ପରେ ସମଗ୍ର ଦକ୍ଷିଣ ଆମେରିକା ସମେତ ଫୁଟବଲପ୍ରେମୀଙ୍କ ମଧ୍ୟରେ ଶୋକର ବାତାବରଣ ଖେଳିଯାଇଛି।
Con el más profundo dolor e impacto en nuestros corazones, el Club Nacional de Football comunica el fallecimiento de nuestro querido jugador Juan Izquierdo.
Expresamos nuestras más sinceras condolencias a su familia, amigos, colegas y allegados.
Todo Nacional está de luto por… pic.twitter.com/mYU28mqw6m
— Nacional (@Nacional) August 28, 2024
ଗତ ଅଗଷ୍ଟ ୨୨ ତାରିଖ ଦିନ ବ୍ରାଜିଲରେ ସାଓ ପାଉଲୋ ବିପକ୍ଷରେ ଏକ ମ୍ୟାଚ ଚାଲିଥିବାବେଳେ ଜୁଆନ ପଡ଼ିଆରେ ଟଳିପଡ଼ିଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ହୃଦଘାତର ଶିକାର ହୋଇଥିବା ଜଣାପଡ଼ିଥିଲା। ଡାକ୍ତରଖାନାରେ ରଖି ତାଙ୍କର ଚିକିତ୍ସା କରାଯାଉଥିଲା। କିନ୍ତୁ ଡାକ୍ତରଙ୍କ ସମସ୍ତ ପ୍ରୟାସ ବିଫଳ ହେବା ସହିତ ଗତ ମଙ୍ଗଳବାର ଦିନ ଜୁଆନ ଆଖିବୁଜିଥିଲେ। ଉରୁଗୁଏର ଜାତୀୟ କ୍ଲବ ପକ୍ଷରୁ ଜୁଆନ ଖେଳୁଥିଲେ। ଏହି ଘଟଣା ପରେ ସମଗ୍ର ଦକ୍ଷିଣ ଆମେରିକା ଶୋକ ସାଗରରେ ବୁଡ଼ି ରହିଛି ବୋଲି କହିଛନ୍ତି ଦକ୍ଷିଣ ଆମେରିକା ଫୁଟବଲ ପରିଚାଳନା କମିଟି କନମେବୋଲ ମୁଖ୍ୟ ଡୋମିନଗୁଏଜ। ସେହିପରି ଏହା ଫୁଟବଲ ପାଇଁ ଏକ ଦୁଃଖଦ ଦିନ ବୋଲି ସାଓ ପାଉଲୋ ପକ୍ଷରୁ କୁହାଯାଇଛି।



