www.samajalive.in
Monday, December 8, 2025
27.1 C
Bhubaneswar

ସାମୁଦ୍ରିକ ଝଡ଼ ‘ଫନି’: ମୁକାବିଲା ପାଇଁ ତୈଳ କମ୍ପାନୀମାନଙ୍କ ପ୍ରାକ୍‍ ପ୍ରସ୍ତୁତି

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫନି’ ପ୍ରଭାବରେ ରାଜ୍ୟର ସମସ୍ତ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଓ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂପୁର, କେନ୍ଦ୍ରପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ ଏବଂ ଢେଙ୍କାନାଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ଝଡ଼ତୋଫାନ ହେବାର ସମ୍ଭାବନା ଥିବାରୁ ସେହି ସବୁ ଅଞ୍ଚଳରେ ବନ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ତେବେ ବାତ୍ୟା ଓ ବନ୍ୟା ସମୟରେ ଓ ପରବର୍ତ୍ତୀ ଅବସ୍ଥାରେ ଅତ୍ୟାବଶ୍ୟକ ପେଟ୍ରୋଲିୟମ ଉତ୍ପାଦଗୁଡିକର ଯୋଗାଣ ସୁନିଶ୍ଚିତ କରିବା ନେଇ ମଙ୍ଗଳବାର ଇଣ୍ଡିଆନ୍‍ ଅଏଲର ମହାପ୍ରବନ୍ଧକ ତଥା ରାଜ୍ୟସ୍ତରୀୟ ସଂଯୋଜକ ଶ୍ରୀ ଶୁଭଜିତ୍‍ ଘୋଷଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା। ଆଇଓସିଏଲ୍‍, ବିପିସିଏଲ୍‍ ଏବଂ ଏଚ୍‍ପିସିଏଲ୍‍ ତୈଳ କମ୍ପାନୀ ଓ ଗେଲ୍‍ର ବରିଷ୍ଠ କର୍ମକର୍ତ୍ତା ଏହି ବୈଠକରେ ଯୋଗଦେଇ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ସାମୁଦ୍ରିକ ଝଡ଼ ସମୟରେ ଓ ପରେ ଏଲ୍‍ପିଜି, କିରୋସିନ, ଡିଜେଲ, ପେଟ୍ରୋଲ ଏବଂ ସିଏନ୍‍ଜି ଭଳି ଅତ୍ୟାବଶ୍ୟକ ପେଟ୍ରୋଲିୟମ ଉତ୍ପାଦଗୁଡିକର ନିରନ୍ତର ଯୋଗାଣ, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ପ୍ରସ୍ତୁତି ଏବଂ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଅଧିନରେ ରିଲିଫ୍‍ ଯୋଗାଣ ସମ୍ପର୍କରେ ଆଲୋଚନା ହୋଇଥିଲା।

ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ତୈଳ ଯୋଗାଣ ଲାଇନଗୁଡ଼ିକର ନିରୀକ୍ଷଣ ସହ ସେଗୁଡିକର ଉପଯୁକ୍ତ ସ୍ଥିତି ନିର୍ଦ୍ଧାରଣ କରାଯିବ। ଅତ୍ୟାବଶ୍ୟକ ତୈଳ ଉତ୍ପାଦଗୁଡ଼ିକ ଯେଭଳି ସହଜରେ ଉପଲବ୍ଧ ହେବ ଓ କୌଣସି ଲୋକ ଏହାର ଅଭାବକୁ ଅନୁଭବ କରିବେ ନାହିଁ ତାହା ମଧ୍ୟ ସୁନିଶ୍ଚିତ କରାଯିବ। ରିଲିଫ୍‍ ସାମଗ୍ରୀ ଆୟୋଜନ କରିବା ନିମନ୍ତେ ଆଇଓସିଏଲ୍‍, ବିପିସିଏଲ୍‍, ଏଚ୍‍ପିସିଏଲ୍‍ ଏବଂ ଗେଲ୍‍ର ଅଧିକାରୀମାନଙ୍କୁ ନିୟୋଜନ କରାଯିବ ସହ ବିଭିନ୍ନ ଜିଲାରେ ଯୋଗାଣ ବ୍ୟବସ୍ଥାର ୨୪ ଘଣ୍ଟିଆ ନିରୀକ୍ଷଣ ପାଇଁ ଗୁରୁବାର (୨ ତାରିଖ)ଠାରୁ ବାତ୍ୟା ପରିସ୍ଥିତି ନିୟନ୍ତ୍ରଣ ହେବା ପର୍ଯ୍ୟନ୍ତ ଏକ ନିୟନ୍ତ୍ରଣ କକ୍ଷ ଖୋଲାଯିବ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories