ଲଖନଉ : ଉତ୍ତରପ୍ରଦେଶରେ ଶନିବାରରୁ ରାତ୍ରିକାଳୀନ କର୍ଫ୍ୟୁ କଟକଣା ହଟାଯିବା ପାଇଁ ଘୋଷଣା କରାଯାଇଛି। ଏହାଦ୍ୱାରା ରାତି ସମୟରେ ଦୋକାନ ବଜାର ବନ୍ଦ ଉପରେ ଥିବା ପ୍ରତିବନ୍ଧକ ମଧ୍ୟ ହଟାଯାଇଛି। ଆଜି ଅପରାହ୍ନରେ ଏନେଇ ନିର୍ଦ୍ଦେଶ ଜାରି କରାଯାଇଛି।
କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବା କାରଣରୁ ରାତି ୧୧ ଟାରୁ ସକାଳ ୬ଟା ଯାଏଁ କର୍ଫ୍ୟୁ ଜାରି ହୋଇଥିଲା। କଟକଣା ଲାଗୁ ହେବା କାରଣରୁ ଦୋକାନ,ବଜାର,ରେସ୍ତୋରାଁ ରାତି ୧୧ ସୁଦ୍ଧା ବନ୍ଦ କରାଯାଉଥିଲା। ଉତ୍ତରପ୍ରଦେଶରେ କରୋନାର ଦୈନିକ ସଂକ୍ରମଣ ଲଗାତାର କମ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ରାତ୍ରିକାଳୀନ କର୍ଫ୍ୟୁ ହଟାଇବା ପାଇଁ ନିଷ୍ପତ୍ତି ନିଆଯାଇଛି।
ଉତ୍ତରପ୍ରଦେଶରୁ ହଟିଲା ରାତ୍ରିକାଳୀନ କର୍ଫ୍ୟୁ
Popular Categories



