www.samajalive.in
Monday, December 8, 2025
27.1 C
Bhubaneswar

ସାକ୍ଷୀ-ଅଜିତେଶଙ୍କୁ କୋର୍ଟ ପରିସରରେ ଆକ୍ରମଣ, ସୁରକ୍ଷା ଯୋଗାଇଦେବାକୁ ନିର୍ଦେଶ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବିଜେପି ବିଧାୟକ ରାଜେଶ ମିଶ୍ରାଙ୍କ ଝିଅ ସାକ୍ଷୀ ମିଶ୍ରା ଏବଂ ତାଙ୍କ ସ୍ବାମୀ ଅଜିତେଶ କୁମାରଙ୍କୁ ସୋମବାର ଆଲ୍ଲହାବାଦ କୋର୍ଟ ପରିସରରେ ଆକ୍ରମଣ କରାଯାଇଛି। ଉଭୟେ କୋର୍ଟକୁ ଯାଉଥିବାବେଳେ ସେମାନଙ୍କୁ ଅଜଣା ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି। ସାକ୍ଷୀ ଅନ୍ୟ ଜାତିର ଯୁବକ ଅଜିତେଶଙ୍କୁ ବିବାହ କରିଥିବାରୁ ତାଙ୍କ ବାପା ତଥା ବିଧାୟକ ରାଜେଶ ମିଶ୍ରା ସେମାନଙ୍କୁ ହତ୍ୟା କରିବାକୁ ଯୋଜନା କରୁଥିବା ସାକ୍ଷୀ ଅଭିଯୋଗ କରିଥିଲେ।  ଏ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସେଥିରେ ସାକ୍ଷୀ ପୁଲିସ ସୁରକ୍ଷା ଯୋଗାଇଦେବାକୁ ନିବେଦନ କରିଥିଲେ।

ସୁରକ୍ଷା ଯୋଗାଇଦେବା ଲାଗି ସାକ୍ଷୀ ଏବଂ ଅଜିତେଶ ସୋମବାର କୋର୍ଟ ଯାଇଥିଲେ। କୋର୍ଟ ସେମାନଙ୍କ ବିବାହ ଆଇନସମତ ବୋଲି କହିବା ସହିତ ସେମାନଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ପୁଲିସକୁ ନିର୍ଦେଶ ଦେଇଛନ୍ତି।

- Advertisement -

ଅନ୍ୟପଟେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, କେତେଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଏକ ଦମ୍ପତିଙ୍କୁ ଅପହରଣ କରିନେଇଥିଲେ। ସାକ୍ଷୀ ଏବଂ ଅଜିତେଶଙ୍କୁ ଅପହରଣ କରିନିଆଯାଇଥିବା ପ୍ରଥମେ ଚର୍ଚ୍ଚା ହୋଇଥିଲା। କିନ୍ତୁ ସମ୍ପୃକ୍ତ ଦମ୍ପତି ଅନ୍ୟ କେହି ଥିଲେ। ସେମାନେ ମଧ୍ୟ ବିବାହ ପରେ ସୁରକ୍ଷା ପାଇଁ କୋର୍ଟ ଆସୁଥିଲେ। ପରେ ପୁଲିସ ସେମାନଙ୍କୁ ଫତେହପୁରରୁ ଉଦ୍ଧାର କରିଥିଲା।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories