କୋଲକାତା..- ପଶ୍ଚିମବଙ୍ଗରେ ରାଜନୈତିକ ଅସହିଷ୍ଣୁତା ବୃଦ୍ଧି ପାଇବାରେ ଲାଗିଛି । ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ପଶ୍ଚିମବଙ୍ଗର ବାଲୁରଘାଟରେ ଏକ ରାଲିକୁ ସମ୍ବୋଧିତ କରିବାର ଥିଲା । ମାତ୍ର ପଶ୍ଚିମବଙ୍ଗ ସରକାର ତାଙ୍କର ହେଲିକାପ୍ଟରକୁ ସେଠାରେ ଅବତରଣ ପାଇଁ ଅନୁମତି ଦେଇ ନ ଥିଲା । କୌଣସି ପୂର୍ବ ସୂଚନା ବିନା ତାଙ୍କର ହେଲିକାପ୍ଟର ଅବତରଣ ନକରିବା ନିର୍ଦେଶ ଦିଆଯାଇଥିଲା ।
ଏହା ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ହେଲିକାପ୍ଟରକୁ ମାଲଦାର ଏକ ରାଲିରେ ଅବତରଣ କରିବା ପାଇଁ ଅନୁମତି ଦିଆଯାଇ ନ ଥିଲା ।



