www.samajalive.in
Monday, December 8, 2025
17.1 C
Bhubaneswar

ଗୁଜରାଟରେ ଟିକା ନେଇନଥିବା ଲୋକଙ୍କୁ ଗଣ ପରିବହନ ବ୍ୟବସ୍ଥା ମନା

ଅହମଦାବାଦ: କୋଭିଡ-୧୯ ଟିକା ନେଇନଥିବା ଲୋକଙ୍କୁ ଅହମଦାବାଦରେ ଗଣପରିବହନ ବ୍ୟବସ୍ଥା ବ୍ୟବହାର କରିବାକୁ ଦିଆଯିବ ନାହିଁ। ସୋମବାର ଠାରୁ ଏହି ନିୟମ ଲାଗୁ ହୋଇଛି। ଏପରିକି ସେହି ଲୋକମାନେ ନାଗରିକ ସେବା ଯୋଗାଉଥିବା ସରକାରୀ କାର୍ଯ୍ୟାଳୟ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ। ଅହମଦାବାଦ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଟିକା ନେଇନଥିବା ଲୋକଙ୍କୁ ନାଗରିକ ପରିହନ ସେବା, ବସ ରାପିଡ ଟାଞ୍ଜିଟ ସିଷ୍ଟମ, କଙ୍କରିଆ ଲେକଫ୍ରଣ୍ଟ, ସାବରମତୀ ରିଭରଫ୍ରଣ୍ଟ, ଲାଇବ୍ରେରୀ, ଜିମ୍ନାସିୟମ, ସ୍ପୋର୍ଟସ କଂପ୍ଲେକ୍ସ ଆଦି ବ୍ୟବହାର କରିବାକୁ ଅନୁମତି ଦିଆଯିବ ନାହିଁ।
ଅହମଦାବାଦ ପୋ÷ର କମିଶନର ମୁକେଶ କୁମାର କହିଛନ୍ତି, ଜଣେ ଅନ୍ୟୂନ ଗୋଟିଏ ପାନ ଅଥବା ଉଭୟ ପାନ ଟିକା ନେଇଥିଲେ ତାଙ୍କୁ ଏଡି ସମସ୍ତ ସ୍ଥାନକୁ ଆସିବାକୁ ଅନୁମତି ଦିଆଯିବ। ଏଭଳି ବ୍ୟବସ୍ଥାର ପ୍ରବେଶ ପଥରେ ଟିକା ନେଇଥିବା ପ୍ରମାଣପତ୍ରକୁ ଯାଞ୍ଚ କରାଯିବ। ଟିକାକରଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ତଥା ଲୋକଙ୍କ ମଧ୍ୟରେ ଟିକାକୁ ନେଇ ରହିଥିବା କୁଣ୍ଠାବୋଧ ଦୂର କରିବା ଲକ୍ଷ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଗୁଜରାଟରେ ଦିନକ ମଧ୍ୟରେ ୨୨.୧୫ ଲକ୍ଷ ପାନରୁ ଅଧିକ ଟିକା ଦିଆଯାଇଥିଲା। ସେଥିମଧ୍ୟରୁ ସୁରଟ ସହରରେ ସର୍ବାଧିକ ୨.୭୭ ଲକ୍ଷ ପାନ ଟିକା ଦିଆଯାଇଥିବା ଜଣାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories