www.samajalive.in
Monday, December 8, 2025
14.1 C
Bhubaneswar

ଚଳିତ ଆଇପିଏଲ୍‌ ପରେ ଆର୍‌ସିବି ନେତୃତ୍ବ ଛାଡ଼ିବେ କୋହଲି

ଦୁବାଇ : ଚଳିତ ଆଇପିଏଲ୍‌ ପରେ ବିରାଟ କୋହଲି ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ନେତୃତ୍ବ ଆଉ ନେବେନାହିଁ। ରବିବାର ଏହି ଘୋଷଣା କରିଛନ୍ତି। ଆର୍‌ସିବିର ଟ୍ବିଟର ପୃଷ୍ଠାରେ କୋହଲି ଲେଖିଛନ୍ତି, ଆର୍‌ସିବିର ଅଧିନାୟକ ଭାବେ ଏହା ମୋର ଅନ୍ତିମ ଆଇପିଏଲ୍‌ ହେବ। ମୋର ଅନ୍ତିମ ଆଇପିଏଲ୍‌ ମ୍ୟାଚ୍‌ ଖେଳିବା ପର୍ଯ୍ୟନ୍ତ ଆର୍‌ସିବିର ଖେଳାଳି ହୋଇ ରହିବି। ମୋ ଉପରେ ବିଶ୍ବାସ ରଖିବା ଏବଂ ମୋତେ ସମର୍ଥନ କରିବା ଯୋଗୁଁ ସମସ୍ତ ଆର୍‌ସିବି ପ୍ରଶଂସକଙ୍କୁ ଧନ୍ୟବାଦ ଦେଉଛି। ୩୨ ବର୍ଷ ବୟସ୍କ ବିରାଟ କୋହଲି ୨୦୦୮ରେ ଆଇପିଏଲ୍‌ ଆରମ୍ଭହେବା ପରଠାରୁ ଆର୍‌ସିବି ପାଇଁ ହିଁ ଖେଳୁଛନ୍ତି। କୋହଲି ୨୦୧୩ରୁ ଆର୍‌ସିବିର ଅଧିନାୟକ ରହିଥିଲେ ହେଁ ତାଙ୍କ ଅଧୀନରେ ଦଳ ଗୋଟିଏ ମଧ୍ୟ ଆଇପିଏଲ୍‌ ମୁକୁଟ ଜିତି ପାରିନାହିଁ। କୋହଲି ଆଇପିଏଲ୍‌ରେ ୨ୟ ସର୍ବାଧିକ ୧୩୨ଟି ମ୍ୟାଚ୍‌ରେ ଦଳର ନେତୃତ୍ବ ନେଇଛନ୍ତି। ମହେନ୍ଦ୍ର ସିଂହ ଧୋନି ସର୍ବାଧିକ ୧୯୬ଟି ମ୍ୟାଚ୍‌ରେ ଆଇପିଏଲ୍‌ ଦଳର ନେତୃତ୍ବ ନେଇଛନ୍ତି। ପୁଣି ବିରାଟ କୋହଲି ଆଇପିଏଲ୍‌ର ଏକମାତ୍ର ଖେଳାଳି ଭାବେ ୬ ହଜାରରୁ ଅଧିକ ରନ୍ ସ୍କୋର୍ କରିଛନ୍ତି। କୋହଲି ୧୯୯ଟି ଆଇପିଏଲ୍‌ ମ୍ୟାଚ୍‌ ଖେଳିଛନ୍ତି। ୨୦୧୬ ସଂସ୍କରଣରେ କୋହଲି ଚମତ୍କାର ବ୍ୟାଟିଂକରି ସର୍ବାଧିକ ରନ୍ ସ୍କୋର୍ କରିଥିଲେ ଏବଂ ସେହିବର୍ଷ ଆର୍‌ସିବି ଏକମାତ୍ର ଫାଇନାଲ ଖେଳି ସନ୍‌ରାଇଜର୍ସ ହାଇଦରାବାଦଠାରୁ ପରାସ୍ତ ହୋଇଥିଲା। ସୂଚନାଯୋଗ୍ୟ; କିଛିଦିନ ତଳେ ବିରାଟ କୋହଲି ଚଳିତବର୍ଷର ଟ୍ବେଣ୍ଟି୨୦ ବିଶ୍ବକପ୍‌ ପ​‌େ​‌ର ଆଉ ଭାରତୀୟ ଟ୍ବେଣ୍ଟି୨୦ ଦଳର ନେତୃତ୍ବ ନେବେନାହିଁ ବୋଲି ଘୋଷଣା କରିଥିଲେ। ଏବେ ଆଇପିଏଲ୍‌ରେ ନେତୃତ୍ବରୁ ଓହରିବା ସହ ସ୍ପଷ୍ଟ ହୋଇଯାଇଛି ଯେ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ କୋହଲି ଆଉ ନେତୃତ୍ବ ନେବେନାହିଁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories