www.samajalive.in
Sunday, December 7, 2025
15.1 C
Bhubaneswar

ବିଜେପି ସାଂସଦ ସାକ୍ଷୀ ମହାରାଜଙ୍କୁ ପାକିସ୍ଥାନରୁ ଆସିଲା ଫୋନ; ଜୀବନରୁ ମାରିଦେବା ସହ ଘର ଉଡ଼ାଇ ଦେବାକୁ ଧମକ

ଉନ୍ନାଓ:  ଜାମ୍ମୁକାଶ୍ମୀରରେ ଆତଙ୍କବାଦୀ ଏବେ ବିଜେପି ନେତାମାନଙ୍କୁ ନିଶାଣ କରିଛନ୍ତି । ବାଛିବାଛି ବିଜେପି ନେତାମାନଙ୍କୁ ଆକ୍ରମଣ କରୁଛନ୍ତି । ଏପରି ସ୍ଥିତିରେ ବିଜେପି ସାଂସଦ ସାକ୍ଷୀ ମହାରାଜଙ୍କୁ ମିଳିଛି ହତ୍ୟା ଧମକ । ଯେଉଁ ନମ୍ବରରୁ ସାକ୍ଷୀ ମହାରାଜଙ୍କୁ ଫୋନ ଆସିଛି ତାହା ଏକ ପାକିସ୍ଥାନୀ ନମ୍ବର (୯୨୩୧୫୧୨୨୫୯୮୯) । ସୋମବାର ଅପରାହ୍ନ ୪.୨୪ ଓ ୪.୨୬ ମିନିଟରେ ଏହି ଫୋନ ଆସିଛି । ଏ ସମ୍ପର୍କରେ ବିଜେପି ସାଂସଦ ସାକ୍ଷୀ ମହାରାଜ ଉନ୍ନାଓ ଏସପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଘରକୁ ବୋମା ମାଡ଼ କରି ଉଡ଼ାଇ ଦିଆଯିବ ଓ ତାଙ୍କୁ ହତ୍ୟା କରାଯିବ ବୋଲି ଧମକ ସମ୍ପର୍କରେ ସାଂସଦ ତାଙ୍କ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି । ସେହିପରି ସେ ଏ ସମ୍ପର୍କରେ ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ମଧ୍ୟ ଅବଗତ କରି ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।

ସାଂସଦ କହିଛନ୍ତି ଯେ ତାଙ୍କ ମୋବାଇଲକୁ ୯୨୩୧୫୧୨୨୫୯୮୯ରୁ ଏକ ଫୋନ ଆସିଥିଲା । ଫୋନ କରିଥିବା ବ୍ୟକ୍ତି କହିଥିଲେ ଯେ ତୁମେ ଆମର ବନ୍ଧୁ ମହମ୍ମଦ ଗଫରଙ୍କୁ ଧରି ନିଜ ମୃତ୍ୟୁକୁ ନିମନ୍ତ୍ରଣ କରିଛ । ୧୦ ଦିନ ମଧ୍ୟରେ ତୁମେ ଓ ତୁମର ବନ୍ଧୁମାନଙ୍କୁ ଜୀବନରୁ ମାରିଦେବୁ । ତୁମ ଉପରେ ମୁଜାହିଦ୍ଦିନ ୨୪ ଘଣ୍ଟା ନଜର ରଖିଛନ୍ତି । ସୁଯୋଗ ମିଳିବାକ୍ଷଣି ତୁମକୁ ଈଶ୍ଵରଙ୍କ ନିକଟକୁ ପଠାଇ ଦିଆଯିବ ।

- Advertisement -

ଏହା ସହ ଧମକ ଦେଇଥିବା ବ୍ୟକ୍ତି ବିଜେପି ଓ ଆରଏସଏସ୍ ନେତାମାନଙ୍କର ନାମ ମଧ୍ୟ ନେଇଥିଲେ । ଅଭଦ୍ର ଆଚରଣ ସହ କିଛି ଖରାପ କଥା ମଧ୍ୟ କହିଥିବ ସାକ୍ଷୀ ମହାରାଜ କହିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ, ସଂଘ ପ୍ରମୁଖ ମୋହନ ଭାଗବତଙ୍କ ନାମ ମଧ୍ୟ ଫୋନକର୍ତା ଉଲ୍ଲେଖ କରିବା ସହ ହିନ୍ଦୁସ୍ଥାନରେ ଇସଲାମ ପତାକା ଉଡ଼ାଇବ ବୋଲି ଧମକ ଦେଇଥିବା ସାକ୍ଷୀ ମହାରାଜ କହିଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories