www.samajalive.in
Tuesday, December 9, 2025
16.1 C
Bhubaneswar

‘ସବୁ ବିଶ୍ବବିଦ୍ୟାଳୟ ହେବ ଡିଜିଟାଲ’

ଭୁବନେଶ୍ବର : ଓଡ଼ିଶାରେ ଥିବା ସମସ୍ତ ରାଜ୍ୟ ବିଶ୍ବବିଦ୍ୟାଳୟରେ ଏକକ ଭାବେ ଡିଜିଟାଲ୍‌ କରାଯିବ। ଛାତ୍ରଛାତ୍ରୀ ନାମଲେଖା, ଦେୟପୈଠ ଓ ଚାକିରି ସଂକ୍ରାନ୍ତରେ ସମସ୍ତ ତଥ୍ୟ ଅନ୍‌ଲାଇନ୍‌ରେ ପାଇପାରିବେ। ଏଥିପାଇଁ ପ୍ରାୟ ଚାରିକୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ସମସ୍ତ ରାଜ୍ୟ ବିଶ୍ବବିଦ୍ୟାଳୟକୁ ଡିଜିଟାଲ ବିଶ୍ବବିଦ୍ୟାଳୟ ସହ ଯୋଡ଼ିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଏନେଇ ଉଚ୍ଚ ଶିକ୍ଷା ପରିଷଦ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ଦିଆଯାଇଛି। ସୂଚନା ଅନୁଯାୟୀ ମହାରାଷ୍ଟ୍ର ଓ ଗୁଜରାଟ ଭଳି ରାଜ୍ୟରେ ଏହି ବ୍ୟବସ୍ଥା ସଫଳ ଭାବେ କାର୍ଯ୍ୟ କରୁଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହି ବ୍ୟବସ୍ଥା ଅନୁସାରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ତାଲିକା ଅନ୍‌ଲାଇନ୍‌ରେ ଅପଡେଟ୍‌ କରାଯିବ। ବିଦ୍ୟାର୍ଥୀ ନିୟମିତ ଶିକ୍ଷାନୁଷ୍ଠାନ ଆସି ପାଠ ପଢୁଛନ୍ତି କି ନାହିଁ ତା’ର ସୂଚନା ଘରେ ବସି ଅଭିଭାବକ ଅନ୍‌ଲାଇନ୍‌ରେ ଯାଞ୍ଚ କରିପାରିବେ। କୁଳପତି, ଅଭିଭାବକ,ଅଧ୍ୟକ୍ଷ ଓ ଅନ୍ୟ ସମସ୍ତ କର୍ମଚାରୀଙ୍କ ସଂକ୍ରାନ୍ତରେ ମଧ୍ୟ ସମସ୍ତ ତଥ୍ୟ ମିଳିପାରିବ। ମୁଖ୍ୟତଃ ଷ୍ଟୁଡେଣ୍ଟ ଲାଇଫ୍‌ ସାଇକଲ୍‌, ଟିଚର ଲାଇଫ୍‌ ସାଇକଲ୍‌ ସହ ବିଶ୍ବବିଦ୍ୟାଳୟ ସହ ଅନୁବନ୍ଧିତ ଅନ୍ୟ ଶିକ୍ଷାନୁଷ୍ଠାନ ସମ୍ବନ୍ଧରେ ମଧ୍ୟ ସବିଶେଷ ତଥ୍ୟ ପାଇପାରିବେ। ଏଥିରେ ଇ-ଗଭର୍ଣ୍ଣାନ୍ସ ସଠିକ୍‌ ଭାବେ କାମ କରିବା ସହ ସମସ୍ତେ ସବୁ ସମୟରେ ତଥ୍ୟ ସହଜରେ ଅନ୍‌ଲାଇନ୍‌ରେ ପାଇପାରିବେ। ଅଧ୍ୟାପକ ଓ ଅନ୍ୟ କର୍ମଚାରୀଙ୍କର ତଥ୍ୟ ଏଥରୁ ମିଳିପାରିବ। ନାମଲେଖାଠାରୁ ଆରମ୍ଭ କରି ରିଚେକିଂ, ରିଆଡ଼ମିସନ୍‌ ଭଳି ସମସ୍ତ ପ୍ରକାରର ଦେୟ ଅନ୍‌ଲାଇନ୍‌ରେ ଦାଖଲ କରିବେ ବିଦ୍ୟାର୍ଥୀ। ଗବେଷଣା, ପାଠପଢ଼ା ଓ ପ୍ରଶାସନିକ ସ୍ତରରେ କ’ଣ ହେଉଛି ତାହା ମଧ୍ୟ ଜଣା ପଡ଼ିବ। ଗଚ୍ଛିତ ଖେଳ ଉପକରଣ, ଖେଳ ସମ୍ବନ୍ଧରେ ସୂଚନା, ସ୍ପୋର୍ଟ୍ସ କାଉନସିଲ୍‌ର ତଥ୍ୟ, ପ୍ରଶାସନିକସ୍ତରର ସୂଚନା ସହଜରେ ଏଥିରେ ମିଳିପାରିବ। ଏହାବ୍ୟତୀତ ବିଭିନ୍ନ ସରକାରୀ ଓ ବେସରକାରୀ ଚାକିରି ସମ୍ବନ୍ଧରେ ନିୟମିତ ଭାବେ ତଥ୍ୟ ଏଥିରୁ ଅଭିଭାବକ ଓ ବିଦ୍ୟାର୍ଥୀ ପାଇପାରିବେ। ଏହି ପ୍ରକ୍ରିୟା ଲାଗୁ ପାଇଁ ପ୍ରତି ପିଲା ପିଛି ପ୍ରାୟ ଶହେରୁ ଦେଢ଼ଶହ ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି। ସମସ୍ତ ବିଶ୍ବବିଦ୍ୟାଳୟରେ ଏହାକୁ ଲାଗୁ କଲେ ପ୍ରାୟ ଚାରି କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ କରାଯାଇଛି। ଉଚ୍ଚଶିକ୍ଷାକୁ ନେଇ ନିଆଯାଇଥିବା ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ମଧ୍ୟରୁ ଏହା ଏକ ପ୍ରମୁଖ ବିଷୟ ଭାବେ ଗଣନା କରାଯାଇଛି। ରାଜ୍ୟ ସରକାର ଏହି ପ୍ରସ୍ତାବକୁ ସବୁଜ ସଙ୍କେତ ଦେବା ପରେ ଏହା କାର୍ଯ୍ୟକାରୀ ହେବ। ଏହାର ସୁଫଳ ପଢୁଥିବା ବିଦ୍ୟାର୍ଥୀ ଓ ପଢ଼ି ସାରି ଚାକିରି ଖୋଜୁଥିବା ଯୁବପିଢ଼ି ମଧ୍ୟ ନିଯୁକ୍ତି ସଂକ୍ରାନ୍ତରେ ନିୟମିତ ଭାବେ ସଠିକ୍‌ ସୂଚନା ପାଇବେ। ବିଶ୍ବବିଦ୍ୟାଳୟରେ ଅନ୍‌ଲାଇନ୍‌ ପ୍ରକ୍ରିୟା ଥି‌େ‌ଲ ମଧ୍ୟ ସମସ୍ତ ବିଶ୍ବବିଦ୍ୟାଳୟରେ ଏକକ ଭାବେ ବ୍ୟବସ୍ଥା ନାହିଁ। ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ କହିଛନ୍ତି ଏହା ଓଡ଼ିଶା ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ। ଉଚ୍ଚ ଶିକ୍ଷାର ସଂସ୍କାର କ୍ଷେତ୍ରରେ ଏହା ଏକ ପ୍ରମୁଖ ବିଷୟ। ପରିଷଦ ପକ୍ଷରୁ କୁଳପତି ସମ୍ମିଳନୀରେ ବହୁବାର ପ୍ରସ୍ତାବ ଦିଆଯାଇଛି। ଏ ସଂକ୍ରାନ୍ତରେ ଆମେ ପ୍ରଚେଷ୍ଟା କରୁଛୁ। ବିଭିନ୍ନ ବିଶ୍ବବିଦ୍ୟାଳୟ ଖଣ୍ଡବିଖଣ୍ଡିତ ଅବସ୍ଥାରେ ଅନ୍‌ଲାଇନ୍‌ରେ ରହିଛି। ଏ ଦିଗରେ ପରିଷଦ କାମ କରୁଛି ଓ ଏହି ବିଷୟକୁ ଗମ୍ଭୀରତାର ସହ ବିଚାର କରୁଛୁ ବୋଲି ସେ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories